ETV Bharat / city

ଭୁବନେଶ୍ଵରରେ ବେଆଇନ‌ ବାର; ଖସିଗଲେ ନିରଞ୍ଜନ, ଫସିଲେ ପ୍ରସନ୍ନ

author img

By

Published : Oct 23, 2021, 10:27 PM IST

କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ପାଉନି ନିରଞ୍ଜନର ସୁରାକ । ଧରିବା ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି ଖାଲି ହାତରେ ଫେରିଛନ୍ତି ସ୍ପେଶାଲ ସ୍କ୍ବାର୍ଡ । ନିରଞ୍ଜନକୁ ଖୋଜି ଧରିବା କମିସନରେଟ ପୋଲିସ ପାଇଁ ହୋଇଛି କଷ୍ଟସାଧ୍ୟ । । ଅଧିକ ପଢନ୍ତୁ...

Bhubaneswar southcity bar case
ଭୁବନେଶ୍ଵରରେ ବେଆଇନ‌ ବାର

ଭୁବନେଶ୍ଵର: ତମାଣ୍ଡୋ ଥାନା ହୋଟେଲ ସାଉଥସିଟିର କଳା କାରନାମା । ଗିରଫ ହେଲେ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା‌ ସହ ବାର ଟିଣ୍ଟର ଶୋଭିତ ଜେନା ଓ ବାର ଚଲାଉଥିବା ପ୍ରସନ୍ନ ବେହେରା । ହେଲେ ବାର ଲାଇସେନ୍ସ ଥିବା କନଷ୍ଟେବଳ ପ୍ରସନ୍ନ ଵେହେରାଙ୍କ ଭାଇ ନିରଞ୍ଜନ ବେହେରା ଏବେବି ଫେରାର । ଅର୍ଥାତ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ବି ପାଉନି ନିରଞ୍ଜନର ସୁରାକ। ଧରିବା ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି ଖାଲି ହାତରେ ଫେରିଛନ୍ତି ସ୍ପେଶାଲ ସ୍କ୍ବାର୍ଡ। ନିରଞ୍ଜନ ଠିକଣା ପାଇଥିବା ଅଫିସର ଠିକଣା ସ୍ଥାନରୁ ଖାଲି ହାତରେ ଫେରିଛନ୍ତି । ନିରଞ୍ଜନକୁ ଖୋଜି ଧରିବା କମିସନରେଟ ପୋଲିସ ପାଇଁ ହୋଇଛି କଷ୍ଟସାଧ୍ୟ।

ଭୁବନେଶ୍ଵରରେ ବେଆଇନ‌ ବାର

କାରଣ ବେଆଇନ ବାର କହୁଥିବା ପୋଲିସ ବାର ଯାହା ନାଁ ରେ ଲାଇସେନ୍ସ ଅଣାଯାଇଥିଲା ତାର ପାଉନି ସୁରାକ। ଅର୍ଥାତ ପୋଲିସ ଜାଣି ଶୁଣି ତାଙ୍କୁ କେସ ଭିତରକୁ ଆଣୁନି ନା ଫେରାର ଆଳରେ ଗିରଫ କରୁନି। ତେବେ ଏନେଇ ବେଆଇନ ବାର ଚାଲୁଥିବା ଘଟଣାରେ ଏବେ ବାର ଚଲାଉଥିବା କନଷ୍ଟେବଳ ବିରୋଧରେ ଅଫିସିଆଲ ଆକ୍ସନ ହୋଇଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହି ମାମଲାରେ ଥାନାର ଆଇଆଇସି ପି କେ ପଟ୍ଟନାୟକଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି ।

ଅର୍ଥାତ ଥାନା ଅଞ୍ଚଳରେ ଏସବୁ ଚାଲୁଥିଲେ ମଧ୍ୟ କାହିଁକି ସ୍ଥାନୀୟ ଆକ୍ସନ ନେଇନଥିଲା ସେ ନେଇ ଥାନାଧିକାରୀଙ୍କ ବିରୋଧରେ ଅଭିଯୋଗ ଆଧାରରେ ଏଭଳି ଆକ୍ସନ ନିଆଯାଇଛି। ହେଲେ ଏଭଳି କାରବାର ଉପରେ ନଜର ରଖିବା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ ଓ କୁଇକ ଆକ୍ସନ ଟିମ ବିରୋଧରେ କାହିଁକି ହେଲାନି କାର୍ଯାନୁଷ୍ଠାନ। କାରଣ ଯେଉଁଠି ଥାନା ଅଞ୍ଚଳରେ ବେଆଇନ କାରବାର ସୂରାକ ନଥାଏ ସେଠାରେ ଏହି ଅଣ୍ଡରକଭର ଅଫିସର ମାନେ ପୋଲିସ ମୁଖ୍ୟାଳୟକୁ ଖବର ଦେଇଥାନ୍ତି ।

ଯାହାର ଆଧାରରେ ଏନେଇ କୁଇକ ଆକ୍ସନ ଓ ସ୍ପେଶାଲ ସ୍କ୍ଵାଡର ଅଫିସର ଏନେଇ ଇଲିଗାଲ ବାର ସମ୍ପର୍କରେ ଖବର ଦେଇଥିଲେ କି ନାହି। ଯଦି ଦେଇନ ଥିଲେ ତାଙ୍କ ବିରୋଧରେ କାହିକି କାର୍ଯାନୁଷ୍ଠାନ ନିଆଯାଉନି। ନାଁ ଏସମ୍ପର୍କରେ ସ୍ପେଶାଲ ସ୍କ୍ବାର୍ଡ ଓ କ୍ବିକ୍ ଆକ୍ସନର ଖବର ସତ୍ତ୍ବେ ମାମଲାକୁ ଚାପି ଦେଇଥିଲେ ସୁପରିୟର ଅଫିସର ।

ଏଥିପାଇଁ ହୋଇଥିଲା କି ବଡଧରଣର ଅର୍ଥ କାରବାର । କାହିଁକି ଏହି ଅଣ୍ଡର କଭର ଅଫିସରଙ୍କ କାର୍ଯ୍ୟକଳାପ ନେଇ ଚୁପ ସୁପରକପ ସୁପରିୟର ଅଫିସର । ସ୍ପେଶାଲ ସ୍କ୍ବାର୍ଡର କାମ ଚଳା ଦାୟିତ୍ବ ଦେଇ କିଏ ଦେଉଛି ଅନଫିଟ ଅଫିସରଙ୍କୁ ସୁରକ୍ଷା। ଏଥିପାଇଁ ରହିଛି କି ସୁପରିୟର ଅଫିସରଙ୍କ କୌଣସି ବ୍ୟକ୍ତିଗତ ସୁବିଧା । କାହିଁକି ତମାଣ୍ଡୋ ବେଆଇନ ବାର ଘଟଣାର ଅଣ୍ଡରକଭର ଅଫିସରଙ୍କ ବଦଳିକୁ କାହିକି ଘଣ୍ଟ ଘୋଡାଉଛନ୍ତି ସୁପରିୟର ଅଫିସର ତାକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.