ETV Bharat / city

ମାନବବାଦ ସଙ୍ଗଠନର ଆତଙ୍କରାଜ, ବାପ-ପୁଅ ଗିରଫ

ଗିରଫ ହେଲେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ

author img

By

Published : Sep 2, 2021, 3:51 PM IST

Updated : Sep 2, 2021, 7:03 PM IST

15:46 September 02

ଗିରଫ ହେଲେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ

ମାନବବାଦ ସଙ୍ଗଠନର ଆତଙ୍କରାଜ, ବାପ-ପୁଅ ଗିରଫ

ଖୋର୍ଦ୍ଧା/ଭୁବନେଶ୍ବର: ଗିରଫ ହେଲେ ମାନସ ଦାସ  । ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି (ଗୁରୁବାର) ତାଙ୍କ ଘରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ  । ଏବେ ସେ ପୋଲିସ ହେପାଜତରେ ଅଛନ୍ତି । ମାନସଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯ୍ୟାତନା ଭଳି ଅନେକ ଅଭିଯୋଗ ହୋଇଥିଲା  । ମାନସଙ୍କ ସମେତ ତାଙ୍କ ପୁଅ ମନୋରଞ୍ଜନ ଦାସ ମଧ୍ୟ ଗିରଫ ହୋଇଛନ୍ତି  । 

ଗତ କିଛି ଦିନ ହେବ ତଥାକଥିତ ଗୁରୁଜୀ ମାନସଙ୍କ କାରନାମା ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥିଲା  । ମାନବବାଦ ନାଁରେ ଆତଙ୍କରାଜ ଚଳାଇଥିଲେ ମାନସ  । ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର ଆଦି ଅଞ୍ଚଳରୁ ମାନବବାଦ ସଙ୍ଗଠନ ନାମରେ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରିବା ପାଇଁ ଜୋର ଧରିଥିଲା ଦାବି । ଶେଷରେ ଆଜି ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାନସ ଦାସଙ୍କୁ ଭୁବନେଶ୍ବରରୁ ଉଠାଇ ଆଣିଛି । 

ଗୁରୁଜୀ ବାପା-ପୁଅଙ୍କ ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ମାନସ ଦାସ ଗିରଫ ହୋଇଛନ୍ତି  । ଏନେଇ ଅଗଷ୍ଟ ୩ ତାରିଖରେ ଅଭିମାନପୁରର ବସନ୍ତ ନାଏକଙ୍କ ପକ୍ଷରୁ ଏତଲା ଦାୟର ହୋଇଥିଲା  । ଯେଉଁ ଆଧାରରେ ତାଙ୍କୁ ଗିରଫ କରାଯାଇଛି  । 

ଏବେ ମାନସଙ୍କ ଗିରଫଦାରୀ ପରେ ସେ କିପରି ଏତେ ଶକ୍ତିଶାଳୀ ହେଲେ ଏବଂ ତାଙ୍କୁ ତିଆରି କରିବାରେ କାହାର ହାତ ଅଛି ସେନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି  । ମାନସଙ୍କ ବିଭିନ୍ନ ରାଜନେତାଙ୍କ ସହ ସିଧାସଳଖ ସମ୍ପର୍କ ରହିଛି  । ଯାହାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ଅନ୍ୟପଟେ ତାଙ୍କ ଗିରଫ ଘଟଣା ଜଣାପଡିବା ପରେ ବେଶ୍ ଖୁସି ହୋଇଛନ୍ତି ଓକିଲ ଓ ପୀଡିତ ଦେବରାଜ ସ୍ବାଇଁ ।

ସୂଚନାଯୋଗ୍ୟ, ମାନସ ଦାସଙ୍କ ନାଁରେ ଆଜି ଆଉ ଏକ ଏତଲା ରୁଜୁ ହୋଇଥିଲା  ।  ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାଁରେ ଖୋର୍ଦ୍ଧା ସଦର ଥାନାରେ ଏତଲା ହୋଇଥିଲା । ମାନସଙ୍କ ଷ୍ଟେଜ ବଡି ଗାର୍ଡ କହୁଥିବା ଜଣେ ବ୍ୟକ୍ତି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏହି ଏତଲା ଦାଏର କରିଥିଲେ ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 2, 2021, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.