ETV Bharat / city

ବିବେକ ଦେଲା ବାଧା, ପଇସା ଉଠାଇବା ପରେ ATM ଫେରାଇଲେ ଯୁବକ - bhubaneswar crime news

ATM କାର୍ଡ ରାସ୍ତାରୁ ପାଇ ଟଙ୍କା ଉଠାଇବା ପରେ ଚୋରି ଟଙ୍କା ଫେରାଇଲେ ସହୃଦୟ ବ୍ୟକ୍ତି । ଏଭଳି ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିବେକ ଦେଲା ବାଧା, ମାନବିକତା ଦେଖାଇ ଚୋରି ଟଙ୍କା ଫେରାଇଲେ ଚୋର

author img

By

Published : Dec 24, 2021, 2:28 PM IST

Updated : Dec 25, 2021, 5:03 PM IST

ଭୁବନେଶ୍ବର: ହଜିଯାଇଥିବା ATM ରାସ୍ତାରୁ ପାଇଲେ । ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବି ଉଠେଇଲେ । ହେଲେ ପରେ ବିବେକ ବାଧା ଦେବାରୁ ଉଠାଇଥିବା ୨୪ ହଜାର ଟଙ୍କା ଓ ATM ଲକ୍ଷ୍ମୀସାଗର ଥାନାରେ ଫେରାଇଲେ । ଏଭଳି ଏକ ଘଟଣା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।

ବିବେକ ଦେଲା ବାଧା, ପଇସା ଉଠାଇବା ପରେ ATM ଫେରାଇଲେ ଯୁବକ

ଗତ ସୋମବାର ବିଜେବି ନଗରର ଏକ ପାର୍କ ପାଖରେ ଏଟିଏମ କାର୍ଡଟି ପଡି଼ଥିବା ଦେଖିବାକୁ ପାଇଥିଲେ ଦୁର୍ଗା ଚରଣ ଦାସ । କାର୍ଡ ପାଇବା କ୍ଷଣି ନିକଟସ୍ଥ କାଉଣ୍ଟରକୁ ଯାଇ ୨୪ ହଜାର ଟଙ୍କା ଉଠାଇଥିଲେ । ପରେ ନିଜର ବିବେକ ବାଧା ଦେବାରୁ ଏଟିଏମ କାର୍ଡ଼ ଓ ଟଙ୍କା ନେଇ ଥାନାରେ ଦାଖଲ କରିଥିଲେ ଦୁର୍ଗା । ପରେ ପୋଲିସ ସହାୟତାରେ କାର୍ଡଟିକୁ ତାର ପ୍ରକୃତ ମାଲିକଙ୍କୁ ଫେରାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 25, 2021, 5:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.