ETV Bharat / city

ନିଶା ନିବାରଣ କେନ୍ଦ୍ରରେ ହତ୍ୟା, ମୃତଦେହ ସହ ରାସ୍ତା ଅବରୋଧ କଲେ ପରିବାର - FAMILY PROTEST

ନିଶା ନିବାରଣ କେନ୍ଦ୍ରରେ ହତ୍ୟା ଅଭିଯୋଗ ପରେ ରାସ୍ତା ଅବରୋଧ । ତମାଣ୍ଡୋ ଥାନା କଳିଙ୍ଗ ବିହାରସ୍ଥିତ ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପାସପୋର୍ଟ ଅଫିସ ସମୁଖରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ହତ୍ୟା ଅଭିଯୋଗରେ ଶବ ସହ ରାସ୍ତା ଅବରୋଧ କଲେ ପରିବାର
author img

By

Published : Aug 23, 2019, 8:07 PM IST

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅନ୍ତର୍ଗତ ଅକ୍ଷୟ ମାଝୀ ପ୍ରଚୁର ନିଶା ସେବନ କରୁଥିଲେ । ଫଳରେ ପରିବାର ଲୋକେ ବୁଧବାର କଳିଙ୍ଗ ବିହାରରେ ଥିବା ଏକ କମ୍ୟୁନିଟି ଫାଉଣ୍ଡେସନ ଅଫ ଇଣ୍ଡିଆ ନାମକ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ।

ହତ୍ୟା ଅଭିଯୋଗରେ ଶବ ସହ ରାସ୍ତା ଅବରୋଧ କଲେ ପରିବାର

ସେଠାରେ ଦୁଇଦିନ ରହିବା ପରେ ଶୁକ୍ରବାର ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କ ଦେହରେ ଜୀବନ ନଥିଲା । ମୃତକଙ୍କ ହାତ ଗୋଡ ରେ ଚିହ୍ନ ଥିବା ବେଳେ ଛାତିରେ ମାଡ଼ ମରା ଯାଇଥିବା ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଏସପି ଓ ନୟାପଲ୍ଲୀ ଥାନା ଆଇଆଇସି ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।

ଅକ୍ଷୟଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । କେଉଁ କାରଣରୁ ମୃତ୍ୟୁ ଘଟିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସେପଟେ ଦୋଷୀକୁ ଗିରଫ ଜିଦ୍ ରେ ଅଟଳ ପରିବାର ।

ଭୁବନେଶ୍ବର ରୁ ବିକାଶ ଦାସ ଇଟିଭି ଭାରତ

Intro:ନିବାରଣ କେନ୍ଦ୍ରରେ ପିଟି ପିଟି ହତ୍ୟା ଘଟଣା, ରାସ୍ତାରେ ଶବ ରଖି ଅବରୋଧ।

ତମାଣ୍ଡ ଥାନା କଳିଙ୍ଗ ବ8ହାରସ୍ଥିତ ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଛି। ତେବେ ଏହି ଘଟଣା କୁ ନେଇ ପାସପୋର୍ଟ ଅଫିସ ସମୁଖରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

Body:

ନୟାପଲ୍ଲୀ ଥାନା ଅଂଚଳର ଅକ୍ଷୟ ମାଝୀ ପ୍ରଚୁର ନିଶାସକ୍ତ ଥିବାରୁ ପରିବାର ବର୍ଗ ବୁଧବାର ଦିନ କଳିଙ୍ଗ ବିହାର ସ୍ଥିତ କମ୍ୟୁନିଟି ଫାଉଣ୍ଡେସନ ଅଫ ଇଣ୍ଡିଆ ଛାଡିଥିଲେ। ଦୁଇ ଦିନ ରହିବା ପରେ ଶୁକ୍ରବାର ଦିନ ମରିପଡିଥିବା ଦେଖିଥିଲେ ନିଶା ନିବାରଣ କର୍ମଚାରୀ। ତାଙ୍କର ହାତ ଗୋଡ ରେ ଚିହ୍ନ ଥିବା ବେଳେ ଛାତିରେ ମାଡ଼ ମାରିଥିବା ଚିହ୍ନ ସ୍ପଷ୍ଟ ରହିଥିବା ଦେଖା ଦେଇଛି। ତେଣୁ ଅକ୍ଷୟ ଙ୍କୁ ନିଶା ନିବାରଣ କେନ୍ଦ୍ର ପିଟି ପିଟି ମରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।
ଅଭିଯୋଗ ଭିତି କରି ଏକ ହତ୍ୟା ମାମଲା ରୁଜୁ କରିଛି ପୋଲିସ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। କେଉଁଇଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଏହି ଘଟଣା କୁ ନେଇ ରାସ୍ତା ଉଅପରେ ଶବ କୁ ରଖି ରାସ୍ତା ଅବରୋଧ କରିବା ସହ ଦୀର୍ଘ ସମୟଧରି ରାସ୍ତା ଉଅପରେ ବସିଥିଲେ। ସଠିକ ଭାବରେ ତଦନ୍ତ କରାଯାଉ ଓ ନିଶା ନିବାରଣ କେନ୍ଦ୍ର ର କର୍ମଚାରୀ ଯେଉଇଁ ମନେ ମାଡ଼ ମାରି ହତ୍ୟା କରିଛନ୍ତି ସେମାଙ୍କ ଗୁରଫ କରାଯାଉ। ଘଟଣା ସ୍ଥଳରେ ଏସିପି ଓ ନାୟପାଲି ଥାନା ର ଆଇ ଆଇ ସି ପହଁଚି ଲୋକମାନଙ୍କୁ ବୁଝାସୁଜା କରିବା ପରେ ରାସ୍ତାରୁ ଶବ ହଟାଇଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.