ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଦୁଇ ପିଲାଙ୍କ ସାମ୍ନାରେ ମା'କୁ ନିର୍ମମ ଭାବେ ହତ୍ୟା। ଏପରି ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବିର୍ସା ମୁଣ୍ଡା ବସ୍ତିରେ। ଦ୍ବିତୀୟ ପତ୍ନୀର ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ମାମୀନା ପୂର୍ତ୍ତିକୁ ହତ୍ୟା କରିଛି ସ୍ବାମୀ ରଙ୍ଗଲାଲ ପୂର୍ତ୍ତି ।
ସୂଚନା ଥାଉକି, ନିଜର ପ୍ରଥମ ପତ୍ନୀ ଚାଲିଗଲା ପରେ ଦ୍ବିତୀୟ ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା ସ୍ବାମୀ। ଏପରିକି ୨ଟି ପିଲା ଥାଇ ମଧ୍ୟ ସ୍ତ୍ରୀର କାହା ସହ ସମ୍ପର୍କ ଥିବା ସନ୍ଦେହକରି ଗତକାଲି ବିଳମ୍ବିତ ରାତିରେ ହତ୍ୟା କରିଛି ସ୍ବାମୀ ରଙ୍ଗଲାଲ।
ଏପରିକି ଦୁଇଟି ପିଲା ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ସାମ୍ନାରେ ମାକୁ ଅତି ନିର୍ମମ ଭାବେ ଏକ ବାଉଁଶରେ ପିଟିପିଟି ହତ୍ୟା କରିଛି ଦୁର୍ବୃତ୍ତ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ସହ ହତ୍ୟାକାରୀର ସ୍ବାମି ରଙ୍ଗଲାଲ ପୁର୍ତ୍ତିକୁ ଗିରଫ କରିଛି । ଅଭିଯୁକ୍ତ ମୟୁରଭଞ୍ଜ ବାଦାମ ପାହାଡ ଅଞ୍ଚଳର ବୋଲି ଜଣାପଡିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ