ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲାରେ ଖାଲି ଓଡିଶାରେ ନୁହେଁ ରାଜ୍ୟ ବାହାରେ ବି କୁହୁଳିଲା ଅସନ୍ତୋଷର ନିଆଁ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ସଂମ୍ପୃକ୍ତି ନେଇ ଅଭିଯୋଗ ହୋଇଆସୁଥିବା ବେଳେ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚିଠି ଲେଖିସାରିଛି ଜାତୀୟ ମହିଳା ଆୟୋଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି NCW ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହଥିବା ବେଳେ ବିରୋଧୀ କିନ୍ତୁ ଏହି ସ୍ପର୍ଶକାତର ପ୍ରସଙ୍ଗରେ ନଛୋଡବନ୍ଧା ।
ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ମନ୍ତ୍ରୀଙ୍କ ବହିଷ୍କାର, ସିବିଆଇ ତଦନ୍ତ ଏବଂ ନ୍ୟାୟ ଦାବିରେ ଆଜକୁ 4 ଦିନ ଧରି ରାଜ୍ୟର ଗାଁ ଗଳିରୁ ରାଜଧାନୀ ଛାତି ଉପରେ ବିରୋଧୀଙ୍କ ନାରାବାଜୀ, ଗର୍ଜନ ଏବଂ ଘେରାଉ ଜାରି ରହିଛି । ଏପରିକି ବିରୋଧୀ କଂଗ୍ରେସ ଏବଂ ବିଜେପି ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶାସକ-ବିରୋଧୀ ମୁଁହାମୁହିଁ ହେଉଛନ୍ତି । ଖାଲି ସେତିକି ନୁହେଁ, ଘଟଣାରେ ବିଜେପି ଗୋଟିଏ ପାଦ ଆଗକୁ ଯାଇ ଆଜି (ଶନିବାର) ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରି 300 ମହିଳା ମୋର୍ଚ୍ଚା କର୍ମୀ ପୋଲିସ ଦ୍ବାରା ଅଟକ ହୋଇଛନ୍ତି । ଏହାସହିତ ଦଳ ରାଜ୍ୟର ପ୍ରତି ବ୍ଲକଠୁ ଆରମ୍ଭ କରି ଜିଲ୍ଲା ସ୍ତରରେ ବିରୋଧ ମଧ୍ୟ ଜାରି ରଖିଛି । ଏପଟେ ବିରୋଧୀ ଦଳ ନେତାଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ମଧ୍ୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଟ୍ବିଟ୍ କରିଛନ୍ତି ।
-
School teacher Mamita Meher brutally murdered in Kalahandi allegedly by school president with ties to Odisha HM @DSMishraKLD before she exposed misdeeds of accused
— Tejasvi Surya (@Tejasvi_Surya) October 23, 2021 " class="align-text-top noRightClick twitterSection" data="
As @BJYMinOD demands #JusticeForMamita, ruling BJD is silencing karyakartas with violence
Our fight will continue pic.twitter.com/u6La6kI75d
">School teacher Mamita Meher brutally murdered in Kalahandi allegedly by school president with ties to Odisha HM @DSMishraKLD before she exposed misdeeds of accused
— Tejasvi Surya (@Tejasvi_Surya) October 23, 2021
As @BJYMinOD demands #JusticeForMamita, ruling BJD is silencing karyakartas with violence
Our fight will continue pic.twitter.com/u6La6kI75dSchool teacher Mamita Meher brutally murdered in Kalahandi allegedly by school president with ties to Odisha HM @DSMishraKLD before she exposed misdeeds of accused
— Tejasvi Surya (@Tejasvi_Surya) October 23, 2021
As @BJYMinOD demands #JusticeForMamita, ruling BJD is silencing karyakartas with violence
Our fight will continue pic.twitter.com/u6La6kI75d
ଏହାରି ଭିତରେ ମଧ୍ୟ ପଛରେ ପଡିନି ବିରୋଧୀ କଂଗ୍ରେସ । ଦଳ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଗର୍ଜନ କରିବା ସହିତ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ଆସନ୍ତା 26 ତାରିଖରେ ପୋଲିସ ଡିଜି ଅଫିସ ଘେରାଉ କରିବ ବୋଲି ସୂଚନା ମିଳିଛି ।
ଏପଟେ ମମିତା ହତ୍ୟାକାଣ୍ଡ ନିଆଁ ଖାଲି ରାଜ୍ୟରେ ସୀମିତ ହୋଇରହିନାହିଁ । ସରକାର ବିରୋଧୀ ଅସନ୍ତୋଷର ନିଆଁ ରାଜ୍ୟ ବାହାରେ ଦେଖିବାକୁ ମିଳିଛି । ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବନିତା ଶ୍ରୀନିବାସନ ପ୍ରେସ ରିଲିଜ ଜାରି କରି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଟ୍ବିଟ୍ କରି ଘଟଣାରେ ସରକାରଙ୍କୁ ନିନ୍ଦା କରିବା ସହିତ ମନ୍ତ୍ରୀଙ୍କୁ ଘଣ୍ଟଘୋଡାଉଥିବା ଅଭିଯୋଗ କରିଛନ୍ତି ।
ସେହିପରି ତାମିଲନାଡୁ ବିଜେପି ମହିଳା ମୋର୍ଚ୍ଚା ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ #JusticeForMamitaMeher ଟ୍ବିଟ୍ କରିବା ସହିତ ନ୍ୟାୟ ମାଗିଛି । ଝାଡଖଣ୍ଡ ମହିଳା ମୋର୍ଚ୍ଚା ଟ୍ବିଟର ଆକାଉଣ୍ଟରେ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ମାଗିଛି ଦଳ ।
ତେବେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମଧ୍ୟ ସୋସିଆଲ ମିଡିଆରେ ପ୍ରବଳ ପ୍ରତିବାଦ ଦେଖିବାକୁ ମିଳୁଛି । #MamitaMeher,#MamitaMeherCase, #JusticeForMamitaMeher ହ୍ୟାସଟ୍ୟାଗ ଟ୍ରେଣ୍ଡ କରିଥିବା ବେଳେ ଅନେକ ଟ୍ବିଟର ୟୁଜର୍ସ ମମିତାଙ୍କୁ ନ୍ୟାୟ ମାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ