ଭୁବନେଶ୍ବର: ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ ପରେ ଏକାଠି ଖାଇଲେ 5 ନେତା । ନବୀନ ନିବାସରେ ନବୀନଙ୍କ ସହ ଖାଇଲେ ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗୋଟିଏ ଖାଇବା ଟେବୁଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଗୃହମନ୍ତ୍ରୀ ଅମିତ ଶାହ ସାମ୍ନାସାମ୍ନି ଖାଉଥିବାର ଦେଖିବାକୁ ମିଳିଛି । ସେହିପରି ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମମତା ବାନାର୍ଜୀ ଖାଉଥିବାବେଳେ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ଓ ନୀତିଶ କୁମାର ଖାଉଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ