ETV Bharat / city

୨୦୨୧-୨୨ ବର୍ଷର କାୟାକଳ୍ପ ପୁରସ୍କାର ଘୋଷଣା: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପ୍ରଥମ

author img

By

Published : Mar 27, 2022, 8:42 AM IST

ସ୍ବସ୍ଥ୍ୟ କ୍ଷେତ୍ରରେ ଉତ୍ତମ ଗୁଣାବତ୍ତା ବୃଦ୍ଧି କରିଥିବା ହସ୍ପିଟାଲକୁ ମିଳିବ କାୟାକଳ୍ପ ପୁରସ୍କାର । ଏହି କ୍ରମରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ଅଧିକ ପଢନ୍ତୁ

୨୦୨୧-୨୨ ବର୍ଷର କାୟାକଳ୍ପ ପୁରସ୍କାର ଘୋଷଣା: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପ୍ରଥମ
୨୦୨୧-୨୨ ବର୍ଷର କାୟାକଳ୍ପ ପୁରସ୍କାର ଘୋଷଣା: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପ୍ରଥମ

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ୨୦୨୧-୨୨ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ବର୍ଗରେ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିବ ।

୨୦୨୧-୨୨ ମସିହା ପାଇଁ NOAS, ଲକ୍ଷ, SUMAN ଓ କାୟକଳ୍ପ ଅଗ୍ରଗତିର ସମୀକ୍ଷା ଓ ଚଳିତ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ବିଜେତାଙ୍କୁ ଚୂଡ଼ାନ୍ତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ରାଜ୍ୟ ଗୁଣବତା ନିଶ୍ଚିତତା କମିଟି (SQAC) ର ବୈଠକ ଅନୁଷ୍ଠିତ ହୋଇଯାଇଛି । NOAS ସାର୍ଟିଫିକେଟ୍‌ ୨୦୨୧-୨୨ ବର୍ଷରେ ମୋଟ ୧୧ଟି ସ୍ୱାସ୍ଥ୍ୟ ସୁବିଧା NOAS ରାଜ୍ୟ ପ୍ରମାଣପତ୍ର ପାଇଁ ଯୋଗ୍ୟ ହୋଇଛନ୍ତି ଯେଉଁଥରେ DHH, PHC, UPLIC ଅନ୍ତର୍ଭୁକ୍ତ ।

କାୟାକଳ୍ପ ପୁରସ୍କାର ହେଉଛି ସମସ୍ତ ଜନସ୍ଵାସ୍ଥ୍ୟ ସୁବିଧାଗୁଡ଼ିକରେ ସ୍ଵଚ୍ଛତାକୁ ପ୍ରୋତ୍ସାହନ କରିବା ଏବଂ ସ୍ବାସ୍ଥ୍ୟସେବାର ଗୁଣବତ୍ତା ସୃଷ୍ଟି କରିବ । ଏହି ଯୋଜନା ଅଧୀନରେ ଜିଲ୍ଲା ହେର୍ଡ କ୍ବାଟର ହରିଟାଲ୍ (DHIT)ଠାରୁ ଆରମ୍ଭ କରି ସବ ହେଲଥ ସେଣ୍ଟର(SHCs) ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଜନସ୍ଵାସ୍ଥ୍ୟ ସୁବିଧାରେ ବ୍ୟବସ୍ଥିତ ମୁଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ସ୍ଥାନିତ ହୋଇଛି । ଏଥର ୮ଟି ଥିମ ଅଧୀନରେ ସମସ୍ତ ସୁପାରିଶ କରାଯାଇଥିବା ସୁବିଧାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।

PHC ବର୍ଗରେ ୪୨୩ PHC, ୧୯୬ PHC ଗୁଡ଼ିକୁ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ଯେଉଁଥିରୁ ପ୍ରତ୍ୟେକ ଜିଲ୍ଲାର ଉଭୟ ବର୍ଗରେ ଶ୍ରେଷ୍ଠ ବିଜେତା ହୋଇଛନ୍ତି ଓ ଅନ୍ୟମାନେ ପ୍ରଶଂସା ଭାଜନ ହୋଇଛନ୍ତି । ୨୦୨୧ ୨୨ ପାଇଁ ୨୨ DHH, ୧୭୩ SDH, ୭୩ UPHC, ୪୨୩ PHC, ୧୯୬ HWC-SC, ଏହିପରି ସମୁଦାୟ ୮୮୬ ସ୍ୱାସ୍ଥ୍ୟ ସୁବିଧା କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅନ୍ତିମ ସ୍କୋର ଉପରେ ଆଧାର କରି DHH ବର୍ଗରେ DHH ମାଲକାନଗିରି, DHH ସୁନ୍ଦରଗଡ଼ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇଥିବାବେଳେ ସେହିଭଳି SDH CHC ବର୍ଗରେ କେନ୍ଦୁଝରର ଭଣ୍ଡାCHC, ମାଲକାନଗିରିର ଜୁଡୁଲୁଗୁମା CHC ପ୍ରଥମ ପୁରସ୍କାର, କନ୍ଧମାଳର ଟିକାବାଲି CHC ଦ୍ଵିତୀୟ ପୁରସ୍କାର ପାଇଛନ୍ତି । ଢେଙ୍କାନାଲର କାଠଗଡ଼ା ସାହି UPHC ଏବଂ କଳାହାଣ୍ଡିର ଭବାନୀପାଟଣା UPHC ମିଳିତ ବିଜେତା ହୋଇଥିବାବେଳେ UPHC MMC ବରଗଡ଼ ଏବଂ କୋରାପୁଟର UPLC ଗାନ୍ଧିନଗର ମିଳିତ ପ୍ରଥମ ରନର୍ସଅପ୍ ହୋଇଥିଲେ।

UPHC ବୈକୁଣ୍ଠନଗର ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି । ଇକୋ-ଫ୍ରେଣ୍ଡଲି ହସ୍‌ପିଟାଲ୍ ବର୍ଗରେ DHHସୁନ୍ଦରଗଡ଼ ପ୍ରଥମ ପୁରସ୍କାର ପାଇଥିବାବେଳେ ଗଜପତିର CHC, ଚନ୍ଦ୍ରଗିରି କେନ୍ଦୁଝରର ଭଣ୍ଡା CHC ଓ ଘଟଗାଁ CHC ଏବଂ ମାଲକାନଗିରିର ଗୁଡୁଲୁଗୁମ୍ମା CHC ମିଳିତ ଭାବେ ବିଜେତା ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.