ଭୁବନେଶ୍ବର: ପ୍ରଥମ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ବର୍ତ୍ତମାନ ସୁଦ୍ଧା ୧୬ ଟି ବୃହତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ୫ ହଜାର ୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫ ହଜାର ୮୭୮ ନିଯୁକ୍ତି ସୁଯୋଗ ଆକଳନ କରାଯାଇଛି ।
ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାକୁ ୨ ଟି ମେକ ଇନ ଓଡ଼ିଶା କରାଯାଇଛି । ୨୦୧୬ ରେ ପ୍ରଥମ ଓ ୨୦୧୮ ରେ ଦ୍ଵିତୀୟ ସଂସ୍କରଣ ଆୟୋଜନ କରାଯାଇଛି । ୨୦୧୬ ମେକ ଇନ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ହୋଇ ୨୧.୨୬ କୋଟି । ୨୦୧୮ ରେ ଦ୍ଵିତୀୟ ସଂସ୍କରଣ ପାଇଁ ଖର୍ଚ୍ଚ ହୋଇଛି ୩୩.୭୦ କୋଟି । ୨୦୧୬ରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨ ଲକ୍ଷ ୩ ହଜାର ୨୩୫ କୋଟିର ପୁଞ୍ଜିନିବେଶ ପାଇ ଆଗ୍ରହ ପ୍ରସ୍ତାବ ଆସିଛି । ଶିଳ୍ପ ସ୍ଥାପନ ପାଇ ୮୪ ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ । ୧ ଲକ୍ଷ ୩୭ ହଜାର ୬୩୪ ନିଯୁକ୍ତିର ଆକଳନ କରାଯାଇଛି । ୨୦୧୮ ରେ ୨୦୨ ଟି ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବାବେଳେ ୪ ଲକ୍ଷ ୨୩ ହଜାର ୧୧୪ କୋଟି ପାଇଁ ନିଯୁକ୍ତି ପ୍ରସ୍ତାବ ମିଳିଛି । ୫ ଲକ୍ଷ ୯୧ ହଜାର ୮୪୭ ନିଯୁକ୍ତି ଆକଳନ କରାଯାଇଛି ।
୨ ଟି ସଂସ୍କରଣରେ ମୋଟ ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ୧୬ ଟି ବୃହତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ ୫ ହଜାର ୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫ ହଜାର ୮୭୮ ନିଯୁକ୍ତି ଆକଳନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର