ଭୁବନେଶ୍ବର: ଆନ୍ତର୍ଜାତିକ ମହିଳା ଦିବସକୁ କଳା ଦିବସ ଭାବେ ପାଳିଲା ମହିଳା କଂଗ୍ରେସ । ମହିଳା ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ମହିଳାଙ୍କୁ ଠକୁଥିବା ଅଭିଯୋଗ କରି ମହିଳା କଂଗ୍ରେସ ଏଭଳି ଅଭିନବ ପ୍ରତିବାଦ ଜଣାଇଛନ୍ତି ।
ଆଜି ରାଜଧାନୀରେ ଆନ୍ତର୍ଜାତିକ ମହିଳା ଦିବସକୁ କଂଗ୍ରେସ ମହିଳା କଳା ଦିବସ ଭାବେ ପାଳନ କରିଛି । ମୁହଁରେ କଳାପଟି ବାନ୍ଧି ଲୋୟର ପିଏମଜିରେ ଧାରଣାରେ ବସିଥିଲେ । ରାଜ୍ୟ ଓ ଭୁବନେଶ୍ବର ମହିଳା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରଯାଇଥିଲା । ଦିନକୁ ଦିନ ରାଜ୍ୟ ହେଉ ବା ଦେଶ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲୁଥିବା ବେଳେ ଉଭୟ ସରକାର ସୁରକ୍ଷାରେ ଅସଫଳ ହୋଇଛନ୍ତି । ତେଣୁ ଯେଉଁଠି ମହିଳା ସୁରକ୍ଷିତ ନାହାଁନ୍ତି, ସେଇଠି ମହିଳା ଦିବସ କାହିଁକି ପାଳିବୁ ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଏହା ଆମମାନଙ୍କ ପାଇଁ କଳାଦିବସ ଅଟେ । ସେପଟେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଶିଶୁ ନିର୍ଯାତନା ଓ ଗଣଦୁଷ୍କର୍ମର ରୋକିବାରେ ବି ସରକାର ଫେଲ ବୋଲି କହିଛି କଂଗ୍ରେସ । ଏପରିକି ତୈଳ ଗ୍ୟାସ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ମହିଳାମାନେ ସାଧାରଣ ଜୀବନର କେତେ ପ୍ରଭାବିତ ହୋଇଛନ୍ତି ବୋଲି ଯୁକ୍ତି ବାଢିଲା ମହିଳା କଂଗ୍ରେସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ