ETV Bharat / city

ଗରିବ-ଦଳିତ-ଅବହେଳିତ ଓ ନିଷ୍ପେସିତଙ୍କ ସହିତ ସର୍ବଦା ନବୀନ; ପ୍ରଣବ ପ୍ରକାଶ

ବିଜୁ ମହିଳା ଜନତା ଦଳର ଶୁକ୍ରବାର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଛି । ଗରିବ, ଦଳିତ, ଅବହେଳିତ ଓ ନିସ୍ପେଷିତ ଜନସାଧାରଣଙ୍କ ସେବା ଏବଂ ମହିଳା ମାନଙ୍କର ସାମଗ୍ରିକ ବିକାଶ ଉପରେ ସର୍ବଦା ସଭାପତି ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ । ଅଧିକ ପଢନ୍ତୁ...

author img

By

Published : Jul 31, 2021, 8:25 AM IST

ଗରିବ, ଦଳିତ, ଅବହେଳିତ ଓ ନିସ୍ପେଷିତଙ୍କ ସହିତ ସର୍ବଦା ନବୀନ; ପ୍ରଣବ ପ୍ରକାଶ

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ଶୁକ୍ରବାର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ ନିଯୁକ୍ତ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବୈଠକରେ ଉପସ୍ଥିତ ରହି ଗୁରୁମନ୍ତ୍ର ଦେଇଛନ୍ତି ।

ଗରିବ, ଦଳିତ, ଅବହେଳିତ ଓ ନିସ୍ପେଷିତ ଜନସାଧାରଣଙ୍କ ସେବା ଏବଂ ମହିଳା ମାନଙ୍କର ସାମଗ୍ରିକ ବିକାଶ ଉପରେ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେହି ଆଭିମୁଖ୍ୟକୁ ବିଜୁ ମହିଳା ସଂଗଠନ କିପରି କାର୍ଯ୍ୟରେ ପରିଣତ କରିବ ସେ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ସମସ୍ତ ରାଜ୍ୟ ନେତୃମଣ୍ଡଳୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ । ମହିଳା ମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଏବଂ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ସମଗ୍ର ମହିଳା ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି ସେ ବୈଠକରେ ଅବଗତ କରିଛନ୍ତି ।

ବୈଠକରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି । ସମସ୍ତ ନୂତନ ନିଯୁକ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଣବ । ଅଭିବାଦନ ଜ୍ଞାପନ ରୂପକ ଦଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ପ୍ରଣବ । ବିଜୁ ଜନତା ଦଳ ଏକ ଦାୟୀତ୍ବବାନ ଶୃଙ୍ଖଳିତ ରାଜନୈତିକ ଦଳ । ଏଣୁ ଏହି ଦଳର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ଆମର କର୍ତ୍ତବ୍ୟ ହେଉଛି ଲୋକଙ୍କ ସହ ସର୍ବଦା ରହିବା । ବିଜୁ ଜନତା ଦଳର ସମସ୍ତ ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଣବ ପରାମର୍ଶ ଦେଇଛନ୍ତି । ସମସ୍ତ ସଦସ୍ୟ ତତ୍ପରତାର ସହ କାର୍ଯ୍ୟ କରନ୍ତୁ ବୋଲି ସେ ମତ ପୋଷଣ କରିଛନ୍ତି । ରାଜ୍ୟ ମହିଳା କମିଟି ପ୍ରତ୍ୟେକ ଜିଲ୍ଲା ତଥା ଗ୍ରାମପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ନିକଟରେ ପହଞ୍ଚି ତୃଣମୂଳ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ପ୍ରଣବ ଆହ୍ବାନ ଦେଇଛନ୍ତି । ପ୍ରମୁଖ ମୁଖ୍ୟ ଅତିଥ ଭାବରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ କେଶରୀ ଦେବ । ପ୍ରତାପ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ରାଜନୀତିରେ ସକ୍ରିୟ ଭୂମିକାକୁ ସଦାସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ରାଜ୍ୟର ସିଂହଭାଗ ଭୋଟ ପ୍ରଦାନ କରୁଥିବା ମହିଳା ଭୋଟ ଦାତା ମାନଙ୍କୁ କେବଳ ରାଜନୈତିକ ଶୋଭାଯାତ୍ରା ନୁହେଁ, ବରଂ ଲୋକପ୍ରତିନିଧ ଭାବରେ ୩୩ ଭାଗରୁ ୫୦ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ସଂସଦରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଣୁ ସାଙ୍ଗଠନିକ କ୍ଷେତ୍ରରେ ପ୍ରତ୍ୟେକ ମହିଳା କର୍ମକର୍ତ୍ତା ତୃଣମୂଳ ସ୍ଥିରରେ ପହଞ୍ଚି ଦୃଢତାର ସହିତ ଦଳର ପରିସୀମାକୁ ଆହୁରି ପରିବ୍ୟାପ୍ତ କରିବାକୁ ସେ ଆହ୍ବାନ ଦେଇଛନ୍ତି ।ଯୁବ ଛାତ୍ର ଛାମୁଆ ସଂଗଠନ ଭଳି ମହିଳାଙ୍କ ସାଙ୍ଗଠନିକ ପରିପକ୍ଵତାକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜ୍ୟ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ । ମହିଳା ମାନଙ୍କ ରାଜନୈତିକ ପ୍ରତିନିଧିତ୍ବରେ ସହଭାଗୀତାକୁ ସେ ପ୍ରଶଂସା କରିଛନ୍ତି । କେବଳ ଗୃହ ପରିଚାଳନା ନୁହେଁ, ସମସ୍ତ ରାଜନୈତିକ ନିର୍ଦ୍ଦେଶକୁ ବିଜୁ ମହିଳା ଜନତା ଦଳର ପ୍ରତ୍ୟେକ ସଦସ୍ୟ ଅତ୍ୟନ୍ତ ଦୃଢତାର ସହ ପ୍ରତିପାଦିତ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ସମସ୍ତ ନ୍ୟସ୍ତ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ ଆସ୍ଥା ପ୍ରକଟ କରିଛନ୍ତି । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ସମସ୍ତ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ, କାର୍ଯ୍ୟକାରୀ ସଭାନେତ୍ରୀ, ବରିଷ୍ଠ ଉପସଭାନେତ୍ରୀ ମାନେ ନିଜର ନିଜର ମତ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.