ETV Bharat / city

ମହାମାରୀରେ ମହାଶିବରାତ୍ରି, କଟକଣା ମଧ୍ୟରେ ଜଳିଲା ଜାଗର ଦୀପ - ମହାଶିବ ରାତ୍ରି

ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବ ମନ୍ତ୍ର ଜପି ସବୁଠି ଭକ୍ତ ଚାହିଁ ବସିଛି ମହାଦୀପ ଦର୍ଶନକୁ । ଆଉ ଶିବମନ୍ତ୍ରରେ ଫାଟିପଡୁଛି ଗଗନ ପବନ ।

ମହାମାରୀରେ ମହାଶିବରାତ୍ରି, କଟକଣା ମଧ୍ୟରେ ଜଳିଲା ଜାଗର ଦୀପ
ମହାମାରୀରେ ମହା ଶିବରାତ୍ରି, କଟକଣା ମଧ୍ୟରେ ଜଳିଲା ଜାଗର ଦୀପ
author img

By

Published : Mar 11, 2021, 9:14 PM IST

Updated : Mar 11, 2021, 9:40 PM IST

ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବ ମନ୍ତ୍ର ଜପି ସବୁଠି ଭକ୍ତ ଚାହିଁ ବସିଛି ମହାଦୀପ ଦର୍ଶନକୁ । ଆଉ ମନ୍ଦିରରେ ପ୍ରଜ୍ବଳିତ ଦୀପର ଜ୍ୟୋତିରେ ଚାରିଆଡ ଆଲୋକିତ, ମନ୍ତ୍ର ଧ୍ବନିରେ ପ୍ରକମ୍ପତି ହେଉଛି ଛତୁର୍ଦିଗ । ମହାମାରୀ କୋରୋନା କାୟା ମଧ୍ୟରେ ମହାଦେବଙ୍କ ମହାଜାଗରକୁ ନେଇ ପୂରପଲ୍ଲୀ ସବୁଠି ଉତ୍ସବମୁଖର । କୋରୋନା କଟକଣା ମାନି ଭକ୍ତମାନେ ମହାଦେବଙ୍କୁ କରୁଛନ୍ତି ଦର୍ଶନ ।

ମହାମାରୀରେ ମହାଶିବରାତ୍ରି, କଟକଣା ମଧ୍ୟରେ ଜଳିଲା ଜାଗର ଦୀପ
ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉଠୁଛି ପଡୁଛି ଏକାମ୍ର କ୍ଷେତ୍ର । ଭୋରୁ ଭୋରୁ ଧାଡିରେ ଆସି ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟା ନଇଁବା ସହ ଆହୁରି ବଢୁଛି ଗହଳି ଆଉ ସଭିଙ୍କ ଅପେକ୍ଷା ରାତ୍ର 10ରେ ଉଠିବାକୁ ଥିବା ଲିଙ୍ଗରାଜଙ୍କ ମହାଦୀପଙ୍କୁ । ଏପଟେ ଲୋକଙ୍କ ଗହଳି ଚହଳିରେ ଫାଟି ପଡୁଛି ପୁରୀ ଲୋକନାଥ ପୀଠ । ବଡ ଭୋରରୁ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଦୀପ ପ୍ରଜ୍ୱଳିତ ହୋଇଛି। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

କଟକର ପ୍ରସିଦ୍ଧ ଧବଳେଶ୍ବର ପୀଠ । ମହାଶିବରାତ୍ରୀ ଅବସରରେ ପୀଠ ପ୍ରତିବର୍ଷ ପୁରି ଉଠେ । ହେଲେ ଏଥର କୋରୋନା ପାଇଁ କଟକଣା ଜାରି ହୋଇଛି । ନାଁ ଅଛନ୍ତି ଭକ୍ତ, ନାଁ ତାଙ୍କ ହତରେ ଧୂପ, ଦୀପ, ନୈବେଦ୍ୟ । କେବଳ ବିଦ୍ଧି ରକ୍ଷା ପାଇଁ ସେବାୟତ ପୂଜା ପଠ କରିଛନ୍ତି । ଏପଟେ ମହାନଦୀ ପ୍ରାଙ୍ଗଣରେ ଅବସ୍ଥିତ ପରମହଂସ ନାଥ ମନ୍ଦିରରେ ଲାଇନରେ ରହି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ଏପଟେ ଭଦ୍ରକ ଆରଡ଼ି ବାବା ଆଖଣ୍ଡଳମଣିଙ୍କର ପ୍ରସିଦ୍ଧ ଜାଗର ଯାତ୍ରାରେ ଭକ୍ତ ବାବାଙ୍କୁ ଦର୍ଶନ କରିପାରିବେ ନାହିଁ କି ଦୀପ ଜାଳି ପାରିବେ ନାହିଁ । କୋଭିଡ୍ କଟକଣା ଯୋଗୁଁ ଭକ୍ତଙ୍କୁ ବାରଣ କରାଯାଇଥିଲା । ହେଲେ ପରେ ସେବାୟତଙ୍କ ପ୍ରତିବାଦ ଯୋଗୁ ପୂର୍ବ ନିର୍ଦ୍ଧାରିତ କଟକଣାକୁ କୋହଳ କରାଯାଇଛି। ଆଖପଖର ଆରଡି, ନାନ୍ଦପୁର, ଓଲଗ ଓ ସୁନ୍ଦରପୁର ପରି 4 ଟି ପଞ୍ଚାୟତ ବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଢେଙ୍କାନାଳର କପିଳାଶରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଭୋରରୁ ପରମ୍ପରା ମୁତାବକ ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଶ୍ରଦ୍ଧାଳୁମାନେ ହାତରେ ଧୂପ, ଦୀପ, ନୈବେଦ୍ୟ ଧରି ଧାଡିରେ ଆସି ଚନ୍ଦ୍ରଶେଖରଙ୍କ ପୂଜା କରୁଛନ୍ତି । ତେବେ ଭୋର ୪ଟା ୨୦ମିନିଟ୍ ରେ ମହାଦୀପ ମନ୍ଦିର ଚୁଡାକୁ ଉଠିବ ବୋଲି ସମୟ ନିର୍ଘଣ୍ଟ ହୋଇଛି । ତେବେ କୋଭିଡ କଟକଣା ଚଳିତ ବର୍ଷ କପିଳାଶ ଜାଗର ମହୋଲକୁ ଫିକା କରିଦେଇଛି ।

ରାଜ୍ୟର ଅନେକ ଶୈବ ପୀଠରେ ଜାଗର ପର୍ବ ନେଇ 144 ଧାରା ଜାରି କରାଯାଇଛି । ତେବେ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଜାଗର ଯାତ୍ରା ପାଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2021, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.