ETV Bharat / city

ମାହାଙ୍ଗା ଗଣହତ୍ୟା ମାମଲା: ସରିଲା ରିମାଣ୍ଡ, ପୋଲିସକୁ ସହଯୋଗ କରୁନି ଶିବ !

କୁଶପୁର ଗଣହତ୍ୟା ମାମଲାରେ, ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ଆଣି ଥିବା ବେଳେ ଶନିବାର ରିମାଣ୍ଡର ଅବଧି ଶେଷ ହୋଇଛି । ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ଶିବ ହିଁ ହତ୍ୟାକାରୀ ବୋଲି ନିଜେ ସ୍ବିକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ । ଅଧିକ ପଢନ୍ତୁ

ମାହାଙ୍ଗା ଗଣ ହତ୍ୟା ମାମଲା, ଅଭିଯୁକ୍ତର ସରିଲା ରିମାଣ୍ଡ

author img

By

Published : Apr 17, 2022, 7:30 AM IST

କଟକ: କୁଶପୁର ଗଣହତ୍ୟା ମାମଲାରେ, ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ଆଣି ଥିବା ବେଳେ ଶନିବାର ରିମାଣ୍ଡର ଅବଧି ଶେଷ ହୋଇଛି । ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ଶିବ ହିଁ ହତ୍ୟାକାରୀ ବୋଲି ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ ।

ଏହାରି ଭିତରେ ଶିବ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ସ୍ଥାନୀୟ ଅଞ୍ଚଳରେ ଧାର କରିଥିବା ଜଣା ପଡିବା ପରେ ସେ କେଉଁ ଠାରେ ତାର କଟୁରୀକୁ ଧାର କରିଥିଲା ଏବଂ କେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଥିଲେ ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କଟୁରୀକୁ ଶିବ କେଉଁ ଠାରୁ କିଣିଥିଲା ? ଏବଂ ସେହି କଟୁରୀକୁ ଧାର କରିଥିଲା କିଏ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମାହାଙ୍ଗା ପୋଲିସ ଦିନ ରାତି ଏକ କରି ଦେଇଛି । କାରଣ ଶିବ ଯେଉଁ କଟୁରୀରେ ଏହି ଗଣ ହତ୍ୟା ଭିଆଇଥିଲା ସେହି କଟୁରୀକୁ ସେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ଠାରୁ କିଣିଥିଲା ଏବଂ ହତ୍ୟାର ଚାରି ଦିନ ପୁର୍ବରୁ ସେହି କଟୁରୀକୁ ନିକଟସ୍ଥ ବାଲିଚନ୍ଦ୍ରପୁର ବଜାରରେ ଥିବା ଏକ ସାଣରେ କଟୁରୀକୁ ଧାର କରିଥିଲା ।

ବାଲିଚନ୍ଦ୍ରପୁର ବଜାରରେ ଦୁଇଟି ଷାଣ ରହିଥିବା ବେଳେ ଉଭୟ ଷାଣର ମାଲିକ, ଶିବ ସେଠାକୁ ଆସିନଥିବା କଥା କହିଛନ୍ତି । ସେପଟେ ହତ୍ୟା ଅଭିଯୁକ୍ତ ଶିବ ଠାରୁ ସତ ଉଗାଳିବା ପାଇଁ ଉଦ୍ୟମ ଜାରି ରଖିଛି ମାହାଙ୍ଗା ପୋଲିସ । ବିଶେଷ କରି ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ? ପ୍ରତ୍ୟକ୍ଷ ଭାବେ ନହେଲେ ମଧ୍ୟ ପରୋକ୍ଷରେ ଶିବକୁ କେହି ସହଯୋଗ କରିଛନ୍ତି କି ? ଶିବର ଏହି ଅପରାଧ ଘଟାଇବା ପୂର୍ବରୁ ଏହି ବାବଦରେ କାହା ସହିତ ଆଲୋଚନା କରିଥିଲା କି? ହତ୍ୟାକାଣ୍ଡ ପରେ ଶିବ କାହା କାହାକୁ ଭୋଟି ଥିଲା ? ଏହି ସମସ୍ତ ତଥ୍ୟକୁ ପାରିପାର୍ଶ୍ବିକ ପ୍ରମାଣ ଭାବରେ ଏକାଠି କରି ଗୋଟିଏ ସୂତ୍ରରେ ଯୋଡ଼ିବାକୁ ଚେଷ୍ଠା କରୁଛି ପୋଲିସ । ରିମାଣ୍ଡ ଅବଧି ଶେଷ ହେବା ପରେ ଶିବକୁ ପୁଣି ଥରେ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରାଯିବ । ତେବେ ଶିବ ତଦନ୍ତରେ ସହଯୋଗ କରୁ ନଥିବାରୁ ତାକୁ ପୁଣି ଥରେ ଦ୍ବିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣିବାର ଆବଶ୍ୟକତା ଉପରେ ଚିନ୍ତା କରୁଛି ପୋଲିସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.