ଭୁବନେଶ୍ବର: ଓଡିଶା ବିରୋଧରେ ଛତିଶଗଡ ସରକାରଙ୍କର ଆଉ ଏକ ଷଡଯନ୍ତ୍ର । ଜୁନ 16ରୁ ଅକ୍ଟୋବର 15 ପର୍ଯ୍ୟନ୍ତ କଲମା ବ୍ୟାରେଜର ସବୁ ଗେଟ ଖୋଲିବାକୁ ଯୋଜନା କରିଛନ୍ତି ଛତିଶଗଡ ସରକାର । ଏନେଇ ଛତିଶଗଡ ଜଳସମ୍ପଦ ବିଭାଗ ଚିଠି ଲେଖିଛି । ଯଦି ଏପରି ହୁଏ ରାଜ୍ୟରେ ବନ୍ୟା ଆଶଙ୍କା ବୃଦ୍ଧି ପାଇବ ।
ମହାନଦୀ ପାଣିକୁ ନେଇ ଛତିଶଗଡ ସରକାରଙ୍କ ମନମୁଖୀ କାର୍ଯ୍ୟ ଜାରି ରହିଛି । ଜୁନ 16 ରୁ ଅକ୍ଟୋବର 15 ପର୍ଯ୍ୟନ୍ତ କଲମା ବ୍ୟାରେଜର ସବୁ ଗେଟ ଖୋଲିବାକୁ ଯୋଜନା କରିଛନ୍ତି ଛତିଶଗଡ ସରକାର । ଖରା ଦିନେ ଜଳ ଚାପିଥିବା ଛତିଶଗଡ ବର୍ଷା ଦିନେ ଜଳ ନିଷ୍କାସନ କରିବ । ସେପଟେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହେବାକୁ ଥିବାବେଳେ କଲମା ବ୍ୟାରେଜର ଜଳ ମିଶେ ତେବେ ରାଜ୍ୟରେ ବନ୍ୟା ଆଶଙ୍କା ବଢିଯାଇଛି । ଏନେଇ ପ୍ରତିବାଦ କରିଛି ବିଜେଡି ।
ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି ଯେ, ଛତିଶଗଡର ମନମାନି ଯୋଗୁଁ ବର୍ଷା ସମୟରେ ଆମେ ବନ୍ୟା ଜଳରେ ଭାସିବା । ଅଣମୌସୁମୀ ସମୟରେ ଆମେ ସଙ୍କଟରେ ପଡିବା । ଏନେଇ ସଂସଦ ଭିତରେ ଓ ବାହାରେ ବିଜେଡି ପ୍ରତିବାଦ କରିଛି । ଆଗକୁ ମଧ୍ୟ ପ୍ରତିବାଦ ଜାରୀ ରଖିବ । ଓଡିଶାର ଅଭିଯୋଗ ସତ୍ୟତା ଥିବାରୁ CWC ଆମ ଅଭିଯୋଗ ଗ୍ରହଣ କରିଛନ୍ତି । ପୂର୍ବରୁ ଛତିଶଗଡରେ ଥିବା ବିଜେପି ଆଉ ଏବେ କଂଗ୍ରେସ ସରକାର ଓଡିଶାର ସ୍ୱାର୍ଥ ପ୍ରତି ସମାନ ଆଭିମୁଖ୍ୟ ପୋଷଣ କରୁଛନ୍ତି ବୋଲି ସୁବାସ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର