ETV Bharat / city

ମହାନଦୀ ହାତୀ ଉଦ୍ଧାର ଦୁର୍ଘଟଣା, ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ

author img

By

Published : Sep 24, 2021, 3:06 PM IST

Updated : Sep 24, 2021, 4:18 PM IST

ହାତୀ ଉଦ୍ଧାର କରିବାବେଳେ ଅଘଟଣ । ଘରୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ । ଅଧିକ ପଢନ୍ତୁ...

mahanadi boat tragedy one media person dead
ମହାନଦୀ ହାତୀ ଉଦ୍ଧାର ଦୁର୍ଘଟଣା, ଗଣମାଧ୍ୟମ ପ୍ରତିନିଧି ଦେହାନ୍ତ

ଭୁବନେଶ୍ବର: ଘରୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ । କଟକ ମୁଣ୍ଡଳୀ ବ୍ୟାରେଜରେ ହାତୀ ଅପରେସନରେ ଯାଇଥିବାବେଳେ ଓଲଟିଥିଲା ଓଡ୍ରାଫ ଡଙ୍ଗା ।

ହାତୀ ଉଦ୍ଧାର ଅପରେସନ ସମୟରେ ଅଘଟଣ । ଓଲଟିଲା ଓଡ୍ରାଫ ଡଙ୍ଗା । କଟକ ମୁଣ୍ଡଳୀ ବ୍ୟାରେଜରେ ଦୀର୍ଘ ଦୁଇ ୯ ଘଣ୍ଟା ଧରି ଫସି ରହିଥିଲା ଗଜରାଜ । ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ଓଡ୍ରାଫ ଡଙ୍ଗା ଓଲଟିଛି । ଏଥିରେ ସାମିଲ ଥିଲେ ଘରୋଇ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନ । ହାତୀ ପାଖକୁ ଗଲାବେଳେ ଓଡ୍ରାଫ ଡଙ୍ଗାଟି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା । ହଠାତ ଡଙ୍ଗାଟିର ଯନ୍ତ୍ର ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା । ଡଙ୍ଗାରେ ଥିବା ୭ ରୁ ୮ ଜଣ ଓଡ୍ରାଫ କର୍ମଚାରୀ ସମେତ ଗଣମାଧ୍ୟମ କର୍ମଚାରୀ ପ୍ରଖର ପାଣି ସୁଅରେ ଓଡ୍ରାଫ ଡଙ୍ଗାକୁ ଧରି ରହିଥିଲେ । ଏହା ପରେ ସେମାନଙ୍କୁ ଦଉଡି ସାହାଯ୍ୟରେ ତୁରନ୍ତ ଉଦ୍ଧାର କର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଭୟଙ୍କୁ ଗୁରୁତର ଭାବରେ ଉଦ୍ଧାର କରି କଟକ ଏସସିବିିରେ ଭର୍ତ୍ତି କରାଯାଇଥିଲା । ହେଲେ ଏସସିବିରେ ପହଞ୍ଚିବା ବେଳେ ଅରିନ୍ଦମ ମୃତ୍ୟୁବରଣ କରିସାରିଥିଲେ ବୋଲି ଘୋଷଣା କରିଛନ୍ତି ଡାକ୍ତର । ସେପଟେ ପ୍ରଭାତଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ମହାନଦୀ ହାତୀ ଉଦ୍ଧାର ଦୁର୍ଘଟଣା, ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ

ସୂଚନାଥାଉକି ଆଜି ସକାଳୁ ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 24, 2021, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.