ETV Bharat / city

ସାରା ରାଜ୍ୟ ପାଳୁଛି ମହମ୍ମଦ ଜୟନ୍ତୀ - mahamad jayanti celebration in bhubaneswar

ଆଜି ସାରା ବିଶ୍ଵ ପାଳୁଛି ମହମ୍ମଦ ଜୟନ୍ତୀ ତଥା ଇଦ-ମୀଲାଦୁନ-ନବୀ । ଇଦ-ମୀଲାଦୁନ-ନବୀ ହେଉଛି ମୁସଲମାନ ମାନଙ୍କ ଅନ୍ୟତମ ଇଦ ପର୍ବ। ତେବେ ସାରା ବିଶ୍ବର ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରୁଥିବା ବେଳେ ଓଡିଶାର ସମସ୍ତ ଜିଲ୍ଲାରେ ମଧ୍ୟ ବେଶ୍ ଧୁମ୍ ଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 10, 2019, 6:38 PM IST

Updated : Nov 10, 2019, 7:49 PM IST

ଭୁବନେଶ୍ବର: ଆଜି ସାରା ବିଶ୍ଵ ପାଳୁଛି ମହମ୍ମଦ ଜୟନ୍ତୀ ତଥା ଈଦ-ମୀଲାଦୁନ-ନବୀ । ଈଦ-ମୀଲାଦୁନ-ନବୀ ହେଉଛି ମୁସଲମାନ ମାନଙ୍କ ଅନ୍ୟତମ ଈଦ ପର୍ବ। ସାରା ବିଶ୍ବର ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରୁଥିବା ବେଳେ ଓଡିଶାରେ ମଧ୍ୟ ବେଶ୍ ଧୁମ୍ ଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଉଛି । ତେବେ ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାଗୁଡିକରେ ଇସଲାମ ଧର୍ମର ଲୋକମାନେ ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏନେଇ ରବିବାର ଇସଲାମିକ ଧର୍ମ ଲୋକେ ସକାଳୁ ସକାଳୁ ଏକ ଶେଭାଯାତ୍ରାରେ ବାହାରିଥିଲେ । ଏହାପରେ ସମସ୍ତେ ଭୁବନେଶ୍ବର ସ୍ଥିତ ୟୁନିଟ 3 ମସଜିଦରେ ଏକତ୍ରିତ ହୋଇ ମହମ୍ମଦ ଉଦ୍ଦେଶ୍ୟରେ ‘ସାଲାତ ସାଲାମ’ (ସମୂହ ପ୍ରାର୍ଥନା ) କରିଛନ୍ତି I ତେବେ ଏହି ଅବସରରେ ଓଲିଉଡ୍ ଅଭିନେତା ମୁନା ଖାଁ ମଧ୍ୟ ଯୋଗଦେଇ ମହମ୍ମଦଙ୍କ କବରରେ ନିଜର ଶ୍ରଦ୍ଧା ପ୍ରାର୍ଥନା କରଛନ୍ତି।

ସେହିପରି ଆଜି ବଲାଙ୍ଗୀରର, ରାୟଗଡା, ରାଉରକେଲା, ବୌଦ୍ଧ, ଯାଜପୁର, ରାଇରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର ଏବଂ ଝାରସୁଗୁଡା ମଧ୍ୟ ମୁସଲମାନ ଭାଇମାନେ ମିଳିତ ରୂପେ ମହମ୍ମଦଙ୍କ ଜୟନ୍ତୀକୁ ବେଶ୍ ଧୁମଧାମର ସହ ପାଳନ କରିବା ସହ ଉଭୟ ପୁରୁଷ ଓ ମହିଳାମାନେ ମିଠା ବାଣ୍ଟି ପରସ୍ପରକୁ ଭାଇଚାରା ବାର୍ତ୍ତା ଦେଇଛନ୍ତି I ଏହାପରେ ଦେଶର ସୁଖ ଶାନ୍ତି ପାଇଁ ସମୂହ ଦୁଆ କରିଛନ୍ତି ଇସଲାମ ସମ୍ପ୍ରଦାୟ ଭାଇଭଉଣୀ I

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Nov 10, 2019, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.