ETV Bharat / city

ଚେନ୍ନାଇରେ ହେଲା ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ

ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଦୀର୍ଘ ସମୟ ଧରି ଅପରେସନ ଚାଲୁ ରହିଛି । ଅଧିକ ପଢନ୍ତୁ...

author img

By

Published : Oct 24, 2021, 5:56 PM IST

ଚେନ୍ନାଇରେ ହେଲା ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ
ଚେନ୍ନାଇରେ ହେଲା ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ

ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ହେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଦୀର୍ଘ ସମୟ ଧରି ଅପରେସନ ଚାଲୁ ରହିଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭୋର 3ଟା 30 ସମୟରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ମଧ୍ୟ ଅପରେସନ ଚାଲୁ ରହିଥିବା ଜଣାପଡିଛି । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବାରୁ ଅମ୍ରିତଙ୍କ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଶୁକ୍ରବାର ଚେନ୍ନାଇର ଜଣେ ଯୁବକ ଏକ ଉଚ୍ଚ ସ୍ଥାନରୁ ପଡ଼ି ପ୍ରାଣ ହରାଇବା ପରେ ତାଙ୍କ ପରିବାରର ସହମତିରେ ଫୁସଫୁସ ଅଣାଯାଇଥିଲା । ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା । ଏହାପରେ ଅମ୍ରିତଙ୍କ ଶରୀରରେ ଏହି ଫୁସଫୁସ ପ୍ରତିରୋପଣ ଆରମ୍ଭ ହୋଇଛି । ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ 2 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବାବେଳେ ଆହୁରି ପ୍ରାୟ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ଅମ୍ରିତ ଇକମୋ ଚିକିତ୍ସାରେ 141 ଦିନ ରହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.