ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସ୍ଥିର ହୋଇ ରହିଛି । ତେଣୁ ଲଘୁଚାପ ସୃଷ୍ଟି ହେବାର ସାମାନ୍ୟ ବିଳମ୍ବ ହେଉଛି । ଆସନ୍ତା ୧୩ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ । ୧୫ ତାରିଖ ପରଠୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବଂ ଉତ୍ତର ଆନ୍ଧ୍ର ଉପକୂଳ ସ୍ଥଳଭାଗ ଛୁଇଁପାରେ । ଏହାପରେ ୧୬ ତାରିଖ ପରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା 24ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ନବରଙ୍ଗପୁର, ନୂଆପଡା ଜିଲ୍ଲାରୁ ମୌସୁମୀ ଫେରିଲା ଅନୁଗୁଳ, କନ୍ଧମାଳର କିଛି ସ୍ଥାନରୁ ଫେରୁଛି ମୌସୁମୀ । ସେହିଭଳି ଢେଙ୍କାନାଳ, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରୁ ମଧ୍ୟ ମୌସୁମୀ ଫେରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ