ଭୁବନେଶ୍ବର: ଡକାୟତି ଯୋଜନା ବେଳେ ଧରାପଡିଲେ ଲୁଟେରା। ରାଜଧାନୀରେ ଏକାକି ମହିଳାଙ୍କୁ କରୁଥିଲେ ଟାର୍ଗେଟ। କର୍ପୋରେଟ ଲେଡି ବା ସୁନା ଗହଣା ପିନ୍ଧୁଥିବା ଲେଡିଙ୍କ ଉପରେ ଥିଲା ଏମାନଙ୍କ ନଜର। ଏକୁଟିଆ ଦେଖି ଝାମ୍ପି ନେଉଥିଲେ ସୁନା ଚେନ୍, କାନଫୁଲ ପରି ମନି ପର୍ସ ଓ ମୋବାଇଲ ଫୋନ। ଏମିତି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
ଶନିବାର ବିଳମ୍ବିତ ରାତିରେ କିଛି ଯୁବକ ଏକାଠି ହୋଇ ଏପରି ଯୋଜନା କରୁଥିବାର ଖବର ପାଇଥିଲା ପୋଲିସ। ତେବେ ଡକାୟତି ଯୋଜନା ପାଇଁ ଉଦ୍ୟମ ଥିବା ବେଳେ ମାରଣାସ୍ତ୍ର ଏୟାରଗନ୍ ଜରିଆରେ ଲୁଟପାଟ୍ ପାଇଁ ଯୋଜନା କରୁଥିଲେ ମାତ୍ର ପୋଲିସ ପହଞ୍ଚି ଏହି ଗ୍ୟାଙ୍ଗର ଖୁଲାସ କରିଛି। ଏହି ଗ୍ୟାଙ୍ଗରେ ଆଠଗଡର ବିଶ୍ବନାଥ ବାରିକ, ଅରବାଜ ଖାନ, ଲିପୁନ ସେଠି ସହ ଚନ୍ଦ୍ରଶେଖରପୁର ପଣ୍ଡାପାର୍କର ମଙ୍ଗୁ ବେହେରା ଅଛନ୍ତି ।
ଏମାନଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଏମାନଙ୍କଠୁ ଗୋଟିଏ ଭୁଜାଲି, ଏୟାର ଗନ ସହ ତିନୋଟି ସୁନା ଚେନ ଗୋଟିଏ କାନଫୁଲ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ। ୪ ଅଭିଯୁକ୍ତଙ୍କୁ ଆଇପିସି ଧାରା 399, 402, ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ