ETV Bharat / city

ରାଜଧାନୀରେ ବାଂଲାଦେଶୀ ଲୁଟେରାଙ୍କ ଆତଙ୍କ

କଳାରାହାଙ୍ଗ ଦ୍ବାରିକାବିହାରରେ ଯତିକାନ୍ତ ବେହେରାଙ୍କ ଘରେ ଲୁଟେରାଙ୍କ ଆକ୍ରମଣ । ଲୁଟ ଉଦ୍ଦେଶ୍ୟରେ ଆସିଥିବା ଏହି ଲୁଟେରା ଗ୍ୟାଙ୍ଗ ଯତିକାନ୍ତଙ୍କ ପରିବାକୁ ଆକ୍ରମଣ କରି ବିନା ଲୁଟରେ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 8, 2019, 11:39 PM IST

ଭୁବନେଶ୍ବର: ରାଜଧାନୀର ପଟିଆ ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି ବାଂଲାଦେଶୀ ଅପରାଧୀ । ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘରେ ପଶି ଲୁଟପାଟ କରୁଛନ୍ତି ଏମାନେ । ବିଗତ ଗୋଟିଏ ବର୍ଷରେ ୩ରୁ ଅଧିକ ଥର ଲୁଟପାଟ କରିଛନ୍ତି ଏହି ବିଦେଶୀ ଅପରାଧୀ । ସୋମବାର ସକାଳ ପ୍ରାୟ 3ଟାରେ ଇନଫୋସିଟି ଥାନା କଳାରାହାଙ୍ଗ ଅଞ୍ଚଳ ଘଟଣା ରାଜଧାନୀରେ ପୁଣି ଥରେ ଚାଞ୍ଚଲ୍ଯ ଖେଳାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
କଳାରାହାଙ୍ଗ ଦ୍ବାରିକାବିହାରରେ ଯତିକାନ୍ତ ବେହେରାଙ୍କ ଘରେ ୭ ରୁ ୮ଜଣ ଲୁଟେରା ସଶସ୍ତ୍ର ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ଡକାୟତମାନେ ପ୍ରଥମେ ଘରେ ପଶି ଯତିକାନ୍ତକୁ ଆକ୍ରମଣ କରିଥିଲେ । ପରେ ତାଙ୍କ ସ୍ତ୍ରୀ ଆସିବାରୁ ତାଙ୍କୁ ମଧ୍ଯ ଆକ୍ରମଣ କରିଥିଲେ । ତେବେ ଲୁଟେରା ଦଳ ଲୁଟ ଉଦ୍ଦେଶ୍ଯରେ ଘରେ ଏପଟ ସେପଟ ଖୋଜି ବୁଲିଥିଲେ । ସେମାନେ ଚିତ୍କାର କରିବାରୁ ତାଙ୍କ ପାଟିରେ ପଟିବାନ୍ଧି ଗୋଡହାତ ବାନ୍ଧି ପକାଇ ଦେଇଥିଲେ । ତେବେ ଚିତ୍କାର ଶୁଣି ଯତିକାନ୍ତଙ୍କ ପୁଅ ଶୁଭାଶିଷ ବେହେରା ତଳକୁ ଆସିଥିଲେ ଏବଂ ତଳେ ଭୁଜାଲି ଧରି ବୁଲୁଥିବା ଲୋକକୁ ଏଠାରେ କଣ କରୁଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଡକାୟତ ଦଳ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ବିନା ଲୁଟରେ ଖସି ପଳାଇଥଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ସମାନ ଢଙ୍ଗରେ ପଟିଆ ଷ୍ଟେସନ ନିକଟରେ ଏହିପରି ଭାବରେ ଡକାୟତି ହୋଇଥିବା ନେଇ ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା । ୨୦୧୮ ଅଗଷ୍ଟ ୨ରେ ଇନଫୋସିଟି ଲକ୍ଷ୍ମୀବିହାରରେ, ୨୦୧୯ ଫେବୃଆରୀ ୨୬ ଚନ୍ଦ୍ରଶେଖରପୁର କାନନ ବିହାର ଏବଂ ମାର୍ଚ୍ଚ ୨୫ ଇନଫୋସିଟି ଥାନା ପଟିଆରେ ସମାନ ଢଙ୍ଗରେ ଆକ୍ରମଣ ଓ ଲୁଟ କରି ଅପରାଧୀ ଫେରାର ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ତେବେ ପୂର୍ବ ଦୁଇ ଘଟଣାରେ ଜଣେ ବାଂଲାଦେଶୀ ଅପରାଧିର ଲିଙ୍କ ଥିବା ନେଇ ପୋଲିସ ପଚରାଉଚରା କରିବା ପରେ ଜାଣିବାକୁ ପାଇଛି ।

ସୂଚନାନୁସାରେ, ବାଂଲାଦେଶରୁ ୫୦୦ ଟଙ୍କାରେ ଗଙ୍ଗା ନଦୀ ପାର ହୋଇ ପଶ୍ଚିମବଙ୍ଗ ଦେଇ ଓଡିଶା ଭଳି ଦିଲ୍ଲୀ, ବମ୍ବେ ଆଦି ସହରରେ ଏମାନେ ଲୁଟ୍ କରିଥାନ୍ତି । ଲୁଟ ପରେ ଟ୍ରେନ ଯୋଗେ ଫେରାର ହୋଇଯାନ୍ତି ଅନ୍ଯ ରାଜ୍ଯକୁ । ଷ୍ଟେସନ ପାଖ ଅଞ୍ଚଳରେ ଲୁଟ କରିବା ଦ୍ବାରା ଲୁଟ ପରେ ଏମାନଙ୍କୁ ଟ୍ରେନରେ ଖସି ଫେରାର ହେବାକୁ ସହଜ ହୋଇଥାଏ । ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଘଟୁଥିବା ଏହି ଲୁଟପାଟ ଉପରେ ରୋକ ଲଗାଇବାକୁ ପୋଲିସ ପାଟ୍ରୋଲିଂ ବଢାଇବାକୁ ଯୋଜନା କରୁଛି । ଖୁବ୍ ଶୀଘ୍ର ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ବାଙ୍ଗଲାଦେଶି ଲୁଟେରା,
ରାତିରେ ପଶୁଛନ୍ତି ଆକ୍ରମଣ କରି ଲୁଟୁଛନ୍ତିBody:
ରାଜଧାନୀରେ ଦେଶ ବାହାର ଅପରାଧି। ପଟିଆ ଅଂଚଳରେ ଉତ୍ପାତ ମଚାଇଛନ୍ତି ବାଙ୍ଗଲାଦେଶି ଅପରାଧି।ଷ୍ଟେସନ ନିକଟବର୍ତି ଦେଖି ଘରେ ପଶୁଛନ୍ତି। ଆକ୍ରମଣ କରି ଲୁଟପାଟ କରୁଛନ୍ତି। ବିଗତ ୧ ବର୍ଷରେ ୩ରୁ ଅଧିକ ଥର ଏପରି ଲୁଟପାଟ କରୁଛନ୍ତି ବାଙ୍ଗଲାଦେଶି ଅପରାଧି।ସୋମବାର ପ୍ରାୟ ସକାଳ ତିନିଟା ସମୟରେ ଇନଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଘଟିଥିବା ଘଟଣା ପୁଣି ଥରେ ରାଜଧାନିରେ ଚାଞ୍ଚଲ୍ଯ ଖେଳିଛି।ରାତି ପ୍ରାୟ ୩ଟା । କଳାରାହାଙ୍ଗ ଦ୍ବାରିକାବିହାର ଯତିକାନ୍ତ ବେହେରାଙ୍କ ଘରେ ପଶିଥିଲେ ୭ରୁ ୮ଜଣ ସଶସ୍ତ୍ର ଡକାୟତ। ପ୍ରଥମେ ଘରେ ପଶି ଯତିକାନ୍ତକୁ ଆକ୍ରମଣ କରିଥିଲେ ପରେ ତାଙ୍କସ୍ତ୍ର ଆସିବାରୁ ତାଙ୍କୁ ମଧ୍ଯ ଆକ୍ରମଣ କରିଥିଲେ ଲୁଟ ଉଦେଶ୍ଯରେ ଘରେ ଏପଟ ସେପଟ ଖୋଜିବୁଲୁଥିଲେ। ଚିତ୍କାର କରିବାରୁ ପାଟିରେ ପଟିବାନ୍ଧି ଗୋଡହାତ ବାନ୍ଧି ପକାଇଲେ। ତେବେ ଚିତ୍କାର ଶୁଣି ପୁଆ ଶୁଭାଶିଷ ବେହେରା ତଳକୁ ଆସିବାରୁ ତଳେ ଜେଣ ଭୁଜାଲି ଧରି ବୁଲୁଥିବା ଲୋକକୁ ଏଠାରେ କଣ କରୁଛ ପଚାରିବାରୁ ତାକୁମଧ୍ଯ ମୁଣ୍ଡକୁ ଆକ୍ରମଣ କରିଥିଲେ। ପେଟରେ ଭୁଷିବାକୁ ଉଦ୍ଯମ ବେଳେ ପେଟର ପାଖରେ ଲାଗିଥିଲା ଭୁଜାଲି ପରେ ଏପରି କାଣ୍ଡ ପରେ ବିନା ଲୁଟପାଟରେ ଖସିପଳାଇଥିଲେ।

ବାଇଟ-ଶୁଭାଶିଷ ବେହେରା,ଆକ୍ରମଣର ଶିକାର ଯୁବକ

ତେବେ ଘଟଣାକୁ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଜାଣିବାକୁ ପାଇଛି ସମାନ ଢଙ୍ଗରେ ପୁର୍ବରୁ ମଧ୍ଯ ପଟିଆ ଷ୍ଟେସନ ନିକଟରେ ଏହିପରି
ଭାବରେ ଡକାୟତି କରିଛନ୍ତି ଅପରାଧି
ଅଗଷ୍ଟ ୨ ୨୦୧୮ ଇନଫୋସିଟି ଲକ୍ଷ୍ମି ବିହାର
ଫେବୃଆରି ୨୬ ୨୦୧୯ ଚନ୍ଦ୍ରଶେଖରପୁର କାନନ ବିହାର
ମାର୍ଚ୍ଚ ୨୫ ଇନଫୋସିଟି ଥାନା ପଟିଆରେ ।ସମାନ ଢଙ୍ଗରେ ଆକ୍ରମଣ ଓ ଲୁଟ କରି ଫେରାର ହୋଇଛନ୍ତି ଅପରାଧି। ତେବେ ପୁର୍ବ ଦୁଇ ଘଟଣାରେ ଜଣେ ବାଙ୍ଗଲାଦେଶ ଅପରାଧି ଲିଂକ ଥିବା ନେଇ ପୋଲିସ ପଚରା ଉଚରା କରୁଛି ଜାଣିବାକୁ ପାଇଛି। ବାଙ୍ଗଲାଦେଶରୁ ୫୦୦ ଟଙ୍କାରେ ଗଙ୍ଗା ନଦି ପାର ହୋଇ ପଶ୍ଚିମବଙିଗ ଦେଇ ଓଡିଶା ଭଳି ଅନେକ ରାଜ୍ଯ ଏପରିକି ଦିଲ୍ଲି ବମ୍ବେ ମଧ୍ଯ ଲୁଟପାଟ କରନ୍ତି ଏମାନେ । ଲୁଟ ପରେ ଟ୍ରେନ ଯୋଗେ ଖସିପଳାନ୍ତି ଅନ୍ଯ ରାଜ୍ଯକୁ। କେବଳ ଷ୍ଟେସନ ପାଖାପାଖି ଅଂଚଳ ଦେଖି ଲୁଟ କରନ୍ତି ସହଜରେ ଟ୍ରେନରେ ଖସିଯାନ୍ତି।

ବାଇଟ-ସତ୍ଯଜିତ ମହାନ୍ତି ପୋଲିସ କମିସନର

ଏଭଳି ଘଟଣା ପରେ ଷ୍ଟେସନ ନିକଟବର୍ତି ଅଂଚଳରେ ପୋଲିସ ପାଟ୍ରୋଲିଂ ବଢାଇବାକୁ ଯୋଜନା କରୁଛି ପୋଲିସ ଖୁବଶିଘ୍ର ଏହି ଗ୍ଯାଙ୍ଗର ଫର୍ଦାଫାସ କରିବ ବୋଲି ପୋଲିସ କମିସନର କହିଛନ୍ତି
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.