ETV Bharat / city

ରାଜଧାନୀରେ ମାତିଛନ୍ତି ମାଳମାଳ ଲୁଟେରା: ପୋଲିସର ହାତଖାଲି, ହନ୍ତସନ୍ତ ସହରବାସୀ

ରାଜଧାନୀରେ ମାତିଛନ୍ତି ଲୁଟେରା। ଘରେ ଭିତରେ ଚୋରଙ୍କ ଉତ୍ପାତ । ଘର ବାହାରେ ଲୁଟେରାଙ୍କ ଦୌରାତ୍ମ୍ୟ । କେଉଁଠି ବିବାହରେ ଯୋଗ ଦେବା ଆଳରେ ଲୁଟ ତ ପୁଣି କେଉଁଠି ଲିଫ୍ଟ ମାଗି ଲୁଟ। ଘର ଦୋକାନ, ଶୋ ରୁମ ଓ ଯାତାୟତ ସମୟରେ ନୂଆ ନୂଆ ଫଣ୍ଡା ଆପଣାଇ ଲୁଟ କରୁଛନ୍ତି ଲୁଟେରା । ନଜର ପକାନ୍ତୁ ବର୍ଷ ଆରମ୍ଭରୁ ହୋଇଥିବା ଲୁଟ ଉପରେ । ଅଧିକ ପଢନ୍ତୁ

ରାଜଧାନୀରେ ଲୁଟେରାଙ୍କ ରାଜ, ହନ୍ତସନ୍ତ ସହରବାସୀ

author img

By

Published : Feb 7, 2022, 3:42 PM IST

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଉତପାତ । ଘରୁ ଗୋଡ କାଢିଲେ ଘରେ କଳାକନା ବୁଲାଉଛନ୍ତି ଚୋର। ରାସ୍ତା ଘାଟରେ ସପିଂ ବେଳେ ଚେନ ମୋବାଇଲ ଝାମ୍ପୁଛନ୍ତି ଦୁର୍ବୁତ୍ତ। ଗାଡି ପାର୍କିଂ ରେ କାର କାଚ ଭାଙ୍ଗି ଲୁଟୁଛନ୍ତି ଦାମି ଜିନିଷ ଓ ସୁନା ଗହଣା। ବାଟରେ ଏକୁଟିଆ ଦେଖି ଲିଫ୍ଟ ଦେବା ଆଳରେ ନିଶା ଦେଇ ମଧ୍ୟ ଲୁଟ କରୁଛନ୍ତି । ବର୍ଷ ଆରମ୍ଭରୁ ଏମିତି କିଛି ଅପରାଧ ଏବେ ସହରର ଅପରାଧ ଛବି ବିଗାଡିଛି। ସହରବାସୀଙ୍କ ପ୍ରତ୍ୟେକଟି ଗତିବିଧି ଦେଖି ଅପରାଧି ଅପରାଧର ତରିକା ବଦଳାଉଛନ୍ତି। ଏନେଇ କିଛି ପ୍ରଫେସନାଲ ଗ୍ୟାଙ୍ଗ ସହର ଭିତରେ ଅପରାଧ ମଚାଉଥିବା ପୋଲିସ ସନ୍ଦେହ କରୁଛି।।ପୋଲିସ ଏମାନଙ୍କୁ ଧରିବା ତ ଦୁରର କଥା ଏମାନଙ୍କ କାଣିଚାଏ ସୁରାକ ବି ପାଉନି‌ । ଏନେଇ ହୋଟେଲ ଓ ଗେଷ୍ଟ ହାଉସ କତୃପକ୍ଷଙ୍କୁ ସେମାନଙ୍କ ପାଖକୁ ଆସୁଥିବା ପ୍ରତ୍ୟେକଟି ଲୋକଙ୍କ ତଥ୍ୟ ଦେବାକୁ ଅନୁରୋଧ କରିଛି।

ରାଜଧାନୀରେ ଲୁଟେରାଙ୍କ ରାଜ, ହନ୍ତସନ୍ତ ସହରବାସୀ

ଅନ୍ୟପଟେ ସହରରେ ଭଡାଟିଆଙ୍କୁ ରଖୁଥିଲେ ସତର୍କତାର ସହ ଭଡାଟିଆଙ୍କ ତଥ୍ୟ ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି‌। ସହରର ଉପକଣ୍ଠ ହେଉ ବା ସହର ଭିତରେ କେଉଁଠାରେ ବି ରହି ଅପରାଧି ଅପରାଧ ରଚୁଥିବା ପୋଲିସ ସନ୍ଦେହ କରୁଛି। ଏନେଇ ସହରବାସୀଙ୍କୁ ସତର୍କ ରହିବା ସହ ସହରବାସୀଙ୍କ ସାହାରା ଖୋଜିଛି ପୋଲିସ।

ନଜର ପକାନ୍ତୁ କିଛି ବର୍ଷ ଆରମ୍ଭରୁ ହୋଇଥିବା ଲୁଟ ଘଟମା ଓ ଗ୍ୟାଙ୍ଗ ଉପରେ

୧.ନିଶା ଦିଆ ଲୁଟେରା ଗ୍ୟାଙ୍ଗ

୧ ଫେବୃଆରୀ ୨୦୨୨ ସହିଦନଗର ଥାନା । ଆଚାର୍ଯ୍ୟ ବିହାର ଛକରୁ ଅକ୍ଷୟ କୁମାର ପାଲ ନାମକ ଜଣେ ଶିକ୍ଷକଙ୍କୁ ଢେଙ୍କାନାଳ ଯିବା ପାଇ ଲିଫ୍ଫ ଦେବା ଆଳରେ କାର ଭିତରେ ପ୍ରବେଶ କରିଥିଲେ ଲୁଟେରା । ଏହାପରେ ବାଟରେ ମୃଦୁପାନୀୟ ଦେଇ ସୁନା ମୁଦି ସହ ମୋବାଇଲ ଏଟିଏମ ନେବାପରେ ଆକାଉଣ୍ଟରୁ ୪୬ହଜାର ଲୁଟିଥିଲେ। ଏହାପରେ ୩ଫେବୃଆରୀ ୨୦୨୨ ସମାନ ଢଙ୍ଗରେ ଜଣେ ବ୍ୟବସାୟୀଙ୍କୁ ସହିଦନଗର ଅଞ୍ଚଳରୁ ଲିଫ୍ଟ ଦେଇ ବାଟରେ ମାଡମାରି ଏଟିଏମ ପିନ‌ହାତେଇ ଆକାଉଣ୍ଟରୁ ଟଙ୍କା ଲୁଟିଲେ।

୨.କାର‌ କାଚଭଙ୍ଗା ଲୁଟେରା ଗ୍ୟାଙ୍ଗ୍

୩୧ ଜାନୁଆରି ୨୦୨୧ କ୍ୟାପିଟାଲ ଥାନା ରାଜମହଲ ଛକରେ OD02BT3896 ନମ୍ବର ଥିବା ଏକ କାରର ପାର୍କି ହୋଇଥିବା ବେଳେ କାଚ ଭାଙ୍ଗି ଡାକ୍ତର ସୁର୍ଯ୍ୟପ୍ରକାଶ ନାୟକଙ୍କ ଲ୍ୟାପଟପ ସହ କିଛି ଟଙ୍କା ନେଇ ଚମ୍ପଟ ମାରିଥିଲେ ଏହି ଲୁଟେରା ଗ୍ୟାଙ୍ଗ୍ । କେବଳ‌ଏଇ ଘଟଣା ନୁଆ ନୁହେଁ ସମାନ ଢଙ୍ଗରେ ପୁର୍ବ ବର୍ଷ୪ମାର୍ଚ୍ଚ ୨୦୨୧ରେ ଖାରବେଳ ନଗର ଥାନା ଅଞ୍ଚଳ ଶ୍ରୀୟା ଟକିଜ ନିକଟରୁ ଏକ କାଚ ଭାଙ୍ଗି ନେଇଥିଲେ ୧ଲକ୍ଷ ୨୦ହଜାର । ୧୦ମାର୍ଚ୍ଚ ୨୦୨୧ରେ ଜଟଣୀ ଥାନା ଅଞ୍ଚଳରୁ ସବ ରେଜିଷ୍ଟ୍ରାର ଅଫିସ ସାମ୍ନାରୁ କାର କାଚ ଭାଙ୍ଗି ୬ଲକ୍ଷ ଲୁଟିଥିଲେ ଲୁଟେରା ।

୩.ବଡେମିଆ ଛୋଟେ ମିଆ ଗ୍ୟାଙ୍ଗ୍

୨୩ଜାନୁଆରି ୨୦୨୨ ସହିଦନଗର ଥାନା ଅଞ୍ଚଳକେଶୁରାରେ ଥିବା ପଲ୍ଲବୀ ମଣ୍ଡପରେ ବରଯାତ୍ରୀ ଆଳରେ ପଶିଥିଲେଜଣେ ଯୁବକ ଓ ଏଅ ଛୋଟ ପିଲା।
ଏହା ପରେ ମୋକା ଦେଖି ବିବାହ ପାଇଁ ବନ୍ଦାଣ ଗହଣା ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । କେବଳ ଗୋଟିଏ ମଣ୍ଡପ ନୁହଁ ଭୁବନେଶ୍ୱର ବାହାରେ ମଧ୍ୟ କଳାକନା ବୁଲାଉଛନ୍ତି ବଡେ ମିଆ ଛୋଟେ ମିଆ ଗ୍ୟାଙ୍ଗ। ଜଣେ ଛୋଟ ପିଲା ଜରିଆରେ କିପରି ଲୁଟପାଟ କରୁଛି ଜଣେ ଯୁବକ ତାର କାରନାମା କଏଦ ହୋଇଥିଲା କ୍ୟାମେରାରେ।

୪.ମୋଟୁ ପତଲୁ ଗ୍ୟାଙ୍ଗ୍

ଏହି ଗ୍ୟାଙ୍ଗର ତରିକା ଟିକେ ଭିନ୍ନ ଓ‌ ନିଆରା । ଏମାନେ ଦୋକାନ ଖୋଲିବା ବେଳେ ଦୋକାନୀକ ପୁଜା କରୁଥିବା ସମୟରେ ମୋକା ଦେଖି କରୁଛନ୍ତି ଲୁଟପାଟ । ୨୨ଜାନୁଆରୀ ଲକ୍ଷ୍ମୀସାଗର‌ ଥାନା ଏକ ଗହଣା ଦୋକାନରେ ଦୋକାନୀ ପୂଜା କରିବାକୁ ପାଣି ଆଣିବାକୁ ଯିବା ବେଳେ ୧୨ଲକ୍ଷ ଟଙ୍କାର
ରୁପା ଓ ସୁନା ଅଳଙ୍କାର ଥିବା ବ୍ୟାଗ ନେଇଛୁ ମାରିଥିଲେ । ଯାହା ସିସିଟିଭିରେ ମଧ୍ୟ କଏଦ ହୋଇଥିଲା । ୧୮ ଜାନୁଆରୀ ୨୦୨୨ ତାରିଖ ଇନଫୋସିଟି ଥାନା ଶିଖର ଚଣ୍ଡି ବସ୍ତିର‌ ଏକ ବ୍ୟାଟେରୀ ଦୋକାନରୁ ଦୋକାନୀ ପୂଜା କରିବା‌ବେଳେ କ୍ୟାସ ବକ୍ସରୁ ଟଙ୍କା ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । ୨୭ଜାନୁଆରୀ ୨୦୨୨ ବଡଗବ ଥାନା ଟଙ୍କପାଣି ରୋଡ ଅଣ୍ଣପୁର୍ଣ୍ଣା ଇଣ୍ଟରିୟରରୁ ଦୋକାନୀ ପୁଜା କରିବା ବେଳେ ମୋଟା ଥିବା ଯୁବକ କ୍ୟାସ ବକ୍ସରୁ ଲକ୍ଷେ ଟଙ୍କା ନେଇଯାଇଥିଲେ ଅଭିଯୁକ୍ତ।

୫.କାନ୍ଥ ତଡା ଚୋରି ଗ୍ୟାଙ୍ଗ

ଦୋକାନର କାନ୍ଥ ଭାଙ୍ଗି ଆଜବେଷ୍ଟସ ତାଡି ଚୋରି କରୁଛନ୍ତି ଏହି ଗ୍ୟାଙ୍ଗ। ୮ଜାନୁଆରୀ ୨୦୨୨ ବାଲିଅନ୍ତା ଥାନା ଶିଶଲୋ ଅଞ୍ଚଳରେ ମା ଦକ୍ଷିଣେଶ୍ବରୀ ଗହଣା ଦୋକାନର ପଛ ପଟ କାନ୍ଥ ତାଡି ୧୦ଲକ୍ଷ ଟଙ୍କାର ଗହଣା ଚୋରି କରିଛନ୍ତି ଏହି ଗ୍ୟାଙ୍ଗ । ୨୨ଜାନୁଆରୀ ଚନ୍ଦ୍ରଶେଖର ପୁର ଥାନା ଶ୍ରୀ ବିହାରର ଏକ ତେଜରାତି‌ ଦୋକାନର କାନ୍ଥ ତାଡି ୨ଲକ୍ଷ ଟଙ୍କାର ତେଜରାତି ସାମଗ୍ରୀ ସହ ଟଙ୍କା ନେଇ ଛୁ ମାରିଥିଲେ ଏହି ଗ୍ୟାଙ୍ଗ ।

ନଜର‌ପକାନ୍ତୁ ଗତ ଦୁଇ ବର୍ଷର କମିଶନରେଟ ପୋଲିସର ଚୋରି ଓ ଡକାୟତୀର ଡାଟା ଉପରେ

୨୦୨୧ରେ ୧୮୬୦ଟି ଚୋରି , ୫୪୭ଟି ଲୁଟ, ୪୨୬ଟି ସିନ୍ଧି ଚୋରି, ୯ଟି ଡକାୟତି ହୋଇଥିଲା । ଯାହାକି ୨୦୨୦ରେ ଏହା ଥିଲା ୧୮୬୨ଟି ଚୋରି, ୩୮୮ଲୁଟ, ୩୫୦ଟି ସିନ୍ଧିଚୋରି ଓ ୩୪ଟି ଡକାୟତି ହୋଇଥିଲା ଟ୍ବିନସିଟିରେ। ତେବେ ଏନେଇ ପୋଲିସ ଅଧିକାରିଙ୍କୁ ଚଳିତ ବର୍ଷର ଅପରାଧ ସମ୍ପର୍କିତ ପ୍ରଶ୍ନ କଲେ ମୁହଁ ବନ୍ଧ କରିବାକୁ ଧମକ ଦେଉଛନ୍ତି ସିନିୟର ଅଫିସର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ବାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.