ETV Bharat / city

ପାର୍କିଂରୁ ଗାଡି ଲୁଟିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ - ଭୁବନେଶ୍ବର ଖବର

ପୁଣି ପାର୍କିଂ ସ୍ଥାନରୁ ଲୁଟ ହେଲା ବାଇକ୍ । ସିସିଟିଭିରେ କଏଦ ହେଲା ଚୋରିରୁ ସମ୍ପୂର୍ଣ୍ଣ ଦୃଶ୍ୟ । ରାଜଧାନୀ ଭୁବନେଶ୍ବରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

Lootera active and loot a bike caught on cctv
ପାର୍କିଂ ସ୍ଥାନରୁ ଗାଡି ଲୁଟିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ
author img

By

Published : Jul 7, 2020, 4:02 PM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ଅପରାଧୀଙ୍କ ଉତ୍ପାତ । ଧଉଳି ଥାନାରେ ଗତ କିଛିଦିନ ପୂର୍ବରୁ ପାର୍କିଂରୁ କାର ଲୁଟ ପରେ ଏବେ ସାମ୍ନାକୁ ଆସିଛି ବାଇକ ଲୁଟର ଘଟଣା । ସହିଦନଗର ଥାନା ଅଞ୍ଚଳରୁ ଏକ ବାଇକର ହ୍ୟାଣ୍ଡେଲ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ଯାହାର ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ ।

ସହିଦନଗର ପ୍ଲଟ ନମ୍ବର ୬୫୭ରେ ସ୍ବରୂପ ନିବାସରେ ରହୁଥିବା ଜୀବନଦୀପ ସ୍ବାଇଁଙ୍କ ଏକ ପଲସର ଗାଡି OD22 B 0690ର ହ୍ୟାଣ୍ଡେଲକୁ ପ୍ରଥମେ ଅତି ସହଜରେ ଭାଙ୍ଗିଥିଲେ ଦୁର୍ବୃତ୍ତ । ଏହା ପରେ କିଛି ସମୟ ଲୁଚିଯାଇ ପରେ ଗାଡି ନେଇ ଚମ୍ପଟ ମାରିଥିଲେ । ଏସମସ୍ତ ଦୃଶ୍ୟ ସିସିଟିଭରେ ରେକର୍ଡ ହୋଇଛି । ଯାହାକୁ ନେଇ ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପାର୍କିଂ ସ୍ଥାନରୁ ଗାଡି ଲୁଟିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ

ତେବେ କିଛି ଦିନ ପୂର୍ବରୁ ସମାନ ଘଟଣା ଘଟିଥିଲା । ସହିଦନଗର ଥାନା ଅଞ୍ଚଳରେ ଗୋଟିଏ ଗାଡିକୁ ଲୁଟ ପରେ ଏକ ଅଟୋ ଜରିଆରେ ଦଉଡିରେ ବାନ୍ଧି ନେଉଥିଲେ ଲୁଟେରା । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହାକୁ ନଜରରେ ରଖି ଚୋରି ହୋଇଥିବା ଗାଡିର ମାଲିକ ଗାଡି ଚୋରକୁ ଆଣି ପୋଲିସରେ ଜିମା ଦେଇଥିଲେ । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଗାଡିକୁ ସିଜ କରିପାରିନଥିଲା କି ଅନ୍ୟ ଚୋରକୁ ଧରିପାରିନଥିଲା । ତେବେ ପୋଲିସର ଏପରି ବେପରୁଆ ତଦନ୍ତ ଓ ଅପରାଧୀଙ୍କ ଏପରି ଲୁଟପାଟ ପରେ କେବେ ମୁହଁ ଖୋଲିବେ ପୋଲିସ କମିଶନର ଏବଂ କାର୍ଯ୍ୟାନୁଷ୍ଠାନ ନେବେ ସେ ନେଇ ରାଜଧାନୀବାସୀଙ୍କ ଚିନ୍ତା ବଢିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.