ETV Bharat / city

ଝରକା ତାଡି ନେଇଗଲେ 7 ଲକ୍ଷ, ଇଣ୍ଟେଲିଜେନ୍ସ ପୋଲିସିଂ ଫେଲ୍

author img

By

Published : Oct 22, 2019, 11:22 AM IST

Updated : Oct 22, 2019, 3:20 PM IST

କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ଲୁଟ୍ । ଝରକା ତାଡି 7 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଝରକା ତାଡି ନେଇଗଲେ 7 ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ଡକାୟତି ଗ୍ୟାଙ୍ଗ୍‌। ଘରର ସ୍କାଏଲେଟ ପରେ ଏବେ ଝରକା ତାଡି ଲୁଟିନେଲେ 7 ଲକ୍ଷ । ଲିଙ୍ଗରାଜ ଥାନା ସାମନ୍ତରାପୁରର ଦିବ୍ୟବିହାରରେ ଲେନ ନମ୍ବର 7 ପ୍ଲଟ ନମ୍ବର 53/139 ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।

ତେବେ ଚିତ୍ତରଞ୍ଜନ ପାଲ ଘରେ ଥିବା ଅବସ୍ଥାରେ ବାହାରପଟୁ କବାଟ ବନ୍ଦ କରି ଲୁଟିନେଇଛନ୍ତି ସୁନା ଗହଣା ଓ ଟଙ୍କା । ପ୍ରାୟ 7ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ । ହେଲେ ଏହାର କୌଣସି ଟେର ପାଉନି କମିଶନରେଟ ପୋଲିସ ।

ସହର ଭିତରେ ଏହି ଗ୍ୟାଙ୍ଗ୍ ଏବେ ବେଶ ସକ୍ରିୟ ଅଛନ୍ତି । ପୂଜା ସମୟରେ ଶହିଦନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ଧଉଳି ଭଳି ଅଞ୍ଚଳରୁ କରୁଛନ୍ତି ଲୁଟପାଟ୍ । ବିଶେଷ କରି ଧଉଳି ଥାନା ଅଞ୍ଚଳର ଶିଶୁପାଳ ଓ ଲିଙ୍ଗରାଜ ଥାନା ଅଞ୍ଚଳର ସାମନ୍ତରାପୁର ଅଞ୍ଚଳରେ ଏଭଳି ଡକାୟତି କରି ବାଏପାସ ଦେଇ ଖସିଯାଉଛନ୍ତି।

ଝରକା ତାଡି ନେଇଗଲେ 7 ଲକ୍ଷ, ଇଣ୍ଟେଲିଜେନ୍ସ ପୋଲିସିଂ ଫେଲ୍
ପିସିଆର ଭ୍ୟାନ, ପୋଲିସ କଣ୍ଟ୍ରୋଲ ରୁମ ,ସ୍ପେଶାଲ ଅଫିସର ସହ କ୍ୟୁଏଟି ,ସ୍ପେଶାଲ ସ୍କ୍ବାଡ ଥିବା ସତ୍ତ୍ବେ ମଧ୍ୟ ଅପରାଧର ସୁରାକ ପାଉନି କମିଶନରେଟ ପୋଲିସ । ତେବେ ଇଣ୍ଟେଲିଜେନସ ପୋଲିସଙ୍କ ଉପରେ ବିଶ୍ବାସ କରୁଥିବା ପୋଲିସ କମିସନରଙ୍କ ଗୁଇନ୍ଦା ରେକର୍ଡରେ ବି କୌଣସି ସୁରାକ ନାହିଁ ପୋଲିସ ହାତରେ । ଯାହାକୁ ନେଇ କମିଶନରେଟ ପୋଲିସକୁ ଅପରାଧି ଏକ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି। ଇଣ୍ଟେଲିଜେନ୍ସ ପୋଲିସ ସମ୍ପୂର୍ଣ୍ଣ ଫେଲ ମାରିଛି। ତେବେ କିଛିଦିନ ପୁର୍ବେ ସମାନ ଢଙ୍ଗରେ ସ୍କାଏଲେଟ ଦେଇ ପଶି ଧଉଳିଥାନା ଅଞ୍ଚଳରୁ ଡକାୟତ ଲୁଟିନେଇଥିଲେ 5 ଲକ୍ଷ ଟଙ୍କାର ଗହଣା ଓ ଟଙ୍କା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

PRIYA

Conclusion:
Last Updated : Oct 22, 2019, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.