ETV Bharat / city

ଚା'ରେ ନିଶା ଦେଇ ଲୁଟିଲେ, ପରେ ରାସ୍ତାରେ ଫୋପାଡି ଦେଲେ

author img

By

Published : Mar 2, 2021, 5:54 PM IST

ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଚା'ରେ ନିଶା ଦେଇ ଲୁଟ୍ ଅଭିଯୋଗ । ଅଧିକ ପଢନ୍ତୁ....

ରାଜଧାନୀରେ ଚା'ରେ ନିଶା ଦେଇ ଲୁଟ୍
ରାଜଧାନୀରେ ଚା'ରେ ନିଶା ଦେଇ ଲୁଟ୍

ଭୁବନେଶ୍ବର: ଏକୁଟିଆ ବସରେ ଯାତ୍ରା କରୁଥିଲେ ହୁଅନ୍ତୁ ହୁସିଆର । ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ହୋଇପାରନ୍ତି ଲୁଟର ଶିକାର । କାରଣ ଆପଣଙ୍କ ଉପରେ ନଜର ରଖୁଛନ୍ତି ନିଶାଦିଆ ଲୁଟେରା । ଏଭଳି ଏକ ଘଟଣା ପ୍ରକାଶ ପାଇଁ ରାଜଧାନୀରେ । ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବାବେଳେ ଗଙ୍ଗାଧର ପଣ୍ଡା ନାମକ ଜଣେ ବ୍ୟକ୍ତି ଏପରି ଲୁଟର ଶିକାର ହୋଇଛନ୍ତି । ତାଙ୍କୁ ଚା'ରେ ନିଶା ଦେଇ ଲୁଟ କରିବା ପରେ ରାସ୍ତାକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ରାଜଧାନୀରେ ଚା'ରେ ନିଶା ଦେଇ ଲୁଟ୍

ବ୍ରହ୍ମପୁରରୁ ଫେରୁଥିବାବେଳେ ବସରେ ଜଣେ ଯୁବକ ଗଙ୍ଗାଧରଙ୍କୁ ଟାର୍ଗେଟ କରିଥିଲେ । ତା' ପରେ ତାଙ୍କ ସହ ବନ୍ଧୁତା ଜନ୍ମାଇ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଚା ପିଆଇଥିଲେ । ଏପରିକି ଅଟୋ ଭଡା ପଇସା କମ୍ କରିବାକୁ କହି ପାହାନ୍ତିଆ 3ଟାରେ ଏକା ଯିବା ଅପେକ୍ଷା ଭାଗ କରି ଟ୍ୟାକ୍ସି ବୁକ୍ କରିଯିବାକୁ କହିଥିଲେ ଯୁବକ । ଗଙ୍ଗାଧର ମଧ୍ୟ ତାଙ୍କ କଥାରେ ବିଶ୍ବାସ କରି ଉଭୟ ମିଶି ଟ୍ୟାକ୍ସିରେ ଯାଇଥିଲେ । ଚା'ରେ ନିଶା ମିଶିଥିବା ଯୋଗୁଁ ଗଙ୍ଗାଧର ଅଚେତ ହୋଇଯାଇଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତ ତାଙ୍କ ଠାରୁ ସୁନା ଚେନ ଓ ମୁଦି ସହ ଟଙ୍କା ଲୁଟ କରି ଭରତପୁରର ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇ ଚାଲି ଯାଇଥିଲେ ।

ଗଙ୍ଗାଧରଙ୍କୁ ହୋସ୍ ଆସିବା ପରେ ସେ ଜଣେ ଅଟୋ ଡ୍ରାଇଭରଙ୍କ ସହାୟତାରେ ନିଜ ପତ୍ନୀଙ୍କୁ ଫୋନ କରି ହସ୍ପିଟାଲରେ ପହଞ୍ଚିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.