ETV Bharat / city

୧୦ ମାସ ପରେ ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ

ଦୀର୍ଘ ୧୦ମାସ ଧରି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଥିବା ଲୋକସେବା ଭବନକୁ ସରକାର ଖୋଲିଛନ୍ତି ।

୧୦ ମାସ ପରେ ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ
୧୦ ମାସ ପରେ ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ
author img

By

Published : Feb 3, 2021, 5:03 PM IST

Updated : Feb 3, 2021, 7:57 PM IST

ଭୁବନେଶ୍ବର: ଆଜିଠାରୁ(ବୁଧବାର) ଖୋଲିଲା ଲୋକସେବା ଭବନ। ରାଜ୍ୟରେ କୋରୋନା ମହାମାରୀର ପ୍ରାଦୁର୍ଭାବ କମି ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି । ଦୀର୍ଘ ୧୦ମାସ ଧରି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଥିବା ଲୋକସେବା ଭବନକୁ ସରକାର ଖୋଲିଛନ୍ତି ।

୧୦ ମାସ ପରେ ଖୋଲିଲା ଲୋକସେବା ଭବନର ଅଭ୍ୟର୍ଥନା କକ୍ଷ

ତେବେ ଦୈନିକ ପାସ୍ ବ୍ୟବସ୍ଥା ଆଉ ଅଫଲାଇନରେ ନକରି ଅନଲାଇନ ଜରିଆରେ ହେବ । ଦୈନିକ ପାସଧାରୀଙ୍କୁ ଅନୁମତି ଦିଆଯିବା ପୂର୍ବରୁ ଗୃହବିଭାଗ ସ୍ବତନ୍ତ୍ର ସଚିବଙ୍କ ଅନୁମୋଦନର ଆବଶ୍ୟକତା ଥିବା କୁହାଯାଇଛି ।

ଏଥିପଇଁ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ 'ଇ-ପ୍ରବେଶ ପୋର୍ଟାଲ' ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ସମସ୍ତଙ୍କୁ ଦୈନିକ ପାସ୍ ଯୋଗାଇ ଦିଆଯିବ । ଏହି ଦାୟିତ୍ବ ବିଭାଗର ଅନୁସଚିବ ଗିରିଜା ଶଙ୍କର ଦାସ ତୁଲାଇବେ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Feb 3, 2021, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.