ଭୁବନେଶ୍ବର: ପୁରପଲ୍ଲୀରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ ୨୦୧୯ ଜୁନ ୧୪ ତାରିଖରେ ଆରମ୍ଭ କରିଥିଲେ ଲୋକକଳା ଦିବସ । ସେହି ଦିନଠାରୁ ଜୁନ୍ ୧୪ ତାରିଖକୁ ଲୋକକଳା ଦିବସ ରୂପେ ପାଳନ କରାଯାଉଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଥି ଏଥର ଭର୍ଚୁଆଲ ମୋଡରେ ଲୋକକଳା ଦିବସ ପାଳନ କରାଯିବ ।
ପ୍ରତି ଜିଲ୍ଲାରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପ୍ରତିବର୍ଷ ଏହି ଦିବସର ଆୟୋଜନ କରିଆସୁଛି । ତେବେ ଏହି ଦିବସ ଲୋକକଳା ଶିଳ୍ପୀର ପ୍ରଚାର ପ୍ରସାର ପାଇଁ କରାଯାଉ ଥିବାବେଳେ ଚଳିତବର୍ଷ କୋଭିଡ କଟକଣାକୁ ନେଇ ଭର୍ଚୁଆଲ ମୋଡରେ ପାଳିତ ହେବ ଲୋକକଳା ଦିବସ । କାର୍ଯ୍ୟକ୍ରମରେ 30 ଟି ଜିଲ୍ଲାର ସାମୁଖ୍ୟର ଜିଲ୍ଲା ସଂଯୋଜକ ବ୍ଲକ ସଂଯୋଜକ ଓ କଳାକାର ଯୋଗଦେଇ ନିଜ ଅଞ୍ଚଳର ଲୋକକଳା ପ୍ରଦର୍ଶନ କରିବେ । ଏଥିପାଇଁ ଚଳିତ ବର୍ଷ ଥିମ ରହିଛି "ଘରେ ରହିବା କରୋନା ସାଙ୍ଗରେ ଆସ ଲଢିବା " । ଏନେଇ ସାମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ସଂଯୋଜକ ପ୍ରବୀର ମହାନ୍ତି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ