ETV Bharat / city

ପଙ୍ଗପାଳ ମୁକାବିଲା: ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

author img

By

Published : Jun 4, 2020, 1:07 PM IST

Updated : Jun 4, 2020, 2:21 PM IST

ପଙ୍ଗପାଳର ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିଛି ରାଜ୍ୟ । ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରିବା ସହ ସପ୍ଲାୟରଙ୍କୁ ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

locust issue
ପଙ୍ଗପାଳ ମୁକାବିଲା : ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପଙ୍ଗପାଳର ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିଛି ରାଜ୍ୟ । ଏନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ ରିସ୍କ ଓ ଲୋ ରିସ୍କ ଜୋନରେ ରାଜ୍ୟକୁ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ ଜୋନରେ 9 ଟି ଲେଖାଏଁ ଜିଲ୍ଲା ରହିଛି । ବାକି 12ଟି ଜିଲ୍ଳା ଲୋ ରିସ୍କ ଜୋନରେ ଅଛି । ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ଜୋନରେ ରହିଛି ।

ପଙ୍ଗପାଳ ମୁକାବିଲା: ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ସେପଟେ ପଙ୍ଗପାଳ ବର୍ତ୍ତମାନ ମଧ୍ୟପ୍ରଦେଶରେ ରହିଛନ୍ତି । ଝିଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି । ସ୍ପ୍ରେ ଏବଂ ମେଡିସିନ ମହଜୁଦ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଅନ୍ୟପଟେ ପଙ୍ଗପାଳର ମୁକାବିଲା କରିବା ପାଇଁ ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗଠାରୁ ବଡ ସ୍ପ୍ରେୟର ପାଇଁ ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ କୃଷି ଭବନ ଭୁବନେଶ୍ବରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଆମେ ପଙ୍ଗପାଳର ଗତିବିଧି ଉପରେ ନଜର ରଖିଛୁ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ ଏମ. ମୁଥୁ କୁମାର ।

ସେହିପରି ଜିଲ୍ଲାରେ ସବୁ ପ୍ରସ୍ତୁତି ଚାଲିଛି । କୃଷି ଅଧିକାରୀ ନିୟମିତ ତଦାରଖ କରୁଛନ୍ତି । ପେଷ୍ଟିସାଇଡ୍ ମହଜୁଦ୍‌ ଅଛି । ସପ୍ଲାୟରଙ୍କୁ ନେଇ ବୈଠକ କରାଯିବ । ଝିଣ୍ଟିକା ଓ ପଙ୍ଗପାଳ ନେଇ ଦ୍ବନ୍ଦ୍ବ ହେଉଛି । ଚାଷୀ ତାକୁ ଜାଣିପାରୁନାହାନ୍ତି । ଆମେ ଚାଷୀଙ୍କୁ ସଚେତନ କରିବା ପାଇଁ ଏକ ଭିଡିଓ ଜାରି କରିବୁ ବୋଲି ମଧ୍ୟ କୃଷି ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 4, 2020, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.