ଭୁବନେଶ୍ବର: ରଜ ପାଇଁ ଭୁଲିଗଲେ ନିୟମ । ଦୋକାନରେ ଝିଅ ବୋହୂ କିଣୁଥିଲେ ଲୁଗା । ସଟର୍ ଟେକି ଦୋକାନୀ କରୁଥିଲା ବେପାର । ସୂଚନା ପାଇବା ପରେ ରେଡ୍ ମାରିଲା ପୋଲିସ । ଚଢାଉରେ ଗ୍ରାହକଙ୍କ ସହ ଦୋକାନୀ ଅଟକ ।
ଏମିତି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଲକ୍ଷ୍ମୀସାଗର ଥାନା ଝାରପଡା ଛକରେ। ସାଇ ସଗୁନ ଫ୍ୟାସନ ଲୁଗା ଦୋକାନରେ ପୋଲିସର ଚଢାଉ। ଦୋକାନ ସିଲ୍ ସହ ମାଲିକଙ୍କ ସହ ଗ୍ରାହକ ଅଟକ । ଚଢାଉରେ କଡା ପରିମାଣର ଫାଇନ୍ ଲାଗିଥିବା ସୂଚନା ମିଳିଛି । ଗୁରୁବାର ଏନେଇ କଡା ଚେତାବନୀ ଦେଇଥିଲେ ପୋଲିସ କମିଶନର, ଏହାପରେ ଆକ୍ସନ ମୁଡରେ କମିସନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ