ETV Bharat / city

ଲକଡାଉନ ପ୍ରଭାବ; ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ - lockdown effect

କୋରୋନା କାୟାରେ ବିଶ୍ବ । ମୁକାବିଲା ଲାଗି ଦେଶରେ ହୋଇଛି ଲକ‌ଡାଉନ‌ । ହେଲେ ଏହି ସମୟରେ ଅଧିକ ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ । ଅଧିକ ପଢନ୍ତୁ...

lockdown effect
ଲାକଡାଉନର ପ୍ରଭାବ; ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ
author img

By

Published : May 14, 2020, 8:25 PM IST

ଭୁବନେଶ୍ବର: କୋରୋନା କାୟାରେ ବିଶ୍ବ । ମୁକାବିଲା ଲାଗି ଦେଶରେ ହୋଇଛି ଲକ‌ଡାଉନ‌ । ହେଲେ ଏହି ସମୟରେ ଅଧିକ ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ । ଦିବ୍ୟାଙ୍ଗମାନେ କରିଥିବା ଛୋଟମୋଟ ଦୋକାନ ବନ୍ଦ ଥିବାରୁ ନାନା ହଇରାଣରେ ଜୀବନ କାଟୁଛନ୍ତି ଏମାନେ ।

ଲାକଡାଉନର ପ୍ରଭାବ; ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ସରକାର 3 ମାସର ଭତ୍ତା ଏକକାଳୀନ ଦେଇଥିଲେ ବି ତାହା ଗୁଜୁରାଣ ମେଣ୍ଟାଇବାକୁ ଯଥେଷ୍ଟ ହେଉନି । ସେହିପରି ସାମାଜିକ ଦୂରତା ଦୃଷ୍ଟିରୁ ଆବାସିକ ବିଦ୍ୟାଳୟ ବନ୍ଦ ଥିବାରୁ ସମସ୍ତ ଶିକ୍ଷାର୍ଥୀ ଘରକୁ ଯାଇଛନ୍ତି । ସେମାନଙ୍କ ଖାଦ୍ୟ ବାବଦକୁ ବ୍ୟାଙ୍କ ଆକାଉଣ୍ଟରେ ପଇସା ଦିଆଯାଉଛି । ଏହା ଜୁନ 30 ପର୍ଯ୍ୟନ୍ତ ପଠାଯିବ। ହେଲେ ସେମାନଙ୍କର ପାଠପଢା ପାଇଁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନି ।

ସେପଟେ ଏହି ସମୟରେ ଦିବ୍ୟାଙ୍ଗଙ୍କ ପାଇଁ କମିଶନ ଓ ବିଭାଗ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ବ୍ୟବସ୍ଥା କରାଯାଇଛି। 18003456737 ନମ୍ବରରେ କଲ୍‌ କରି ଦିବ୍ୟାଙ୍ଗ ମାନେ ସେମାନଙ୍କ ଅସୁବିଧା ବାବଦରେ କହିପାରିବେ ବୋଲି କୁହାଯାଇଛି । ତେବେ ଲକ୍‌ଡାଉନ୍‌ ସମୟରେ ଏହି ନମ୍ବରକୁ 1000ରୁ ଅଧିକ କଲ ଆସିଛି। ସେମାନଙ୍କୁ ସାହାଯ୍ୟ ମଧ୍ୟ କରାଯାଉଛି ।

ତେବେ ଏହି ସଂଖ୍ୟକ କଲ ଆସିବା ଦିବ୍ୟାଙ୍ଗମାନେ ଅସୁବିଧାରେ ଥିବାର ଦର୍ଶାଉଛି । ଅନ୍ୟପଟେ ଆଗାମୀ ଦିନରେ ଏମାନଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଭାବେ ସରକାର ଅର୍ଥ ଦେବା ପାଇଁ ଚିନ୍ତା କରିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ଆୟୁକ୍ତ ସୁଲୋଚନା ଦାସ ।

ତେବେ ଏସବୁ ଭିତରେ ପ୍ରକୃତରେ ଦିବ୍ୟାଙ୍ଗଙ୍କ ଉପରେ ଅଧିକ ଫୋକସ ଦେବା ଆବଶ୍ୟକ ହୋଇପଡିଛି । ନହେଲେ ଛୋଟମୋଟ ବ୍ୟବସାୟ କରି କାଳକାଟୁଥିବା ଦିବ୍ୟାଙ୍ଗ ମାନଙ୍କ ଭବିଷ୍ୟତ ଏହି ଅସମୟରେ ଅନ୍ଧାରକୁ ଠେଲି ହୋଇଯିବାର ଆଶଙ୍କା କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.