ETV Bharat / city

ଲକ୍‌ଡାଉନ୍‌ ପ୍ରଭାବ; କମିଛି ଶିଶୁ ନିର୍ଯାତନା, ଅନ‌ଲାଇନରେ ହେବ କାଉନସେଲିଂ - ଲକ୍‌ଡାଉନ୍‌ ପ୍ରଭାବ

ଲକ୍‌ଡାଉନ୍‌ ସମୟରେ କମିଛି ଶିଶୁ ନିର୍ଯାତନା । ପୂର୍ବାପେକ୍ଷା ଶିଶୁଙ୍କ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ କମ ରହିଛି । ଅଧିକ ପଢନ୍ତୁ...

Decreased child abuse
ଲକ୍‌ଡାଉନ୍‌ ପ୍ରଭାବ; କମିଛି ଶିଶୁ ନିର୍ଯାତନା, ଅନ୍‌ଲାଇନରେ ହେବ କାଉନସେଲିଂ
author img

By

Published : May 12, 2020, 8:34 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ କମିଛି ଶିଶୁ ନିର୍ଯାତନା । ପୂର୍ବାପେକ୍ଷା ଶିଶୁଙ୍କ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ କମ ରହିଛି । କେହି ଘରୁ ପଦାକୁ ବାହାରୁନଥିବାରୁ ଏହା କମ ହୋଇଥିବା କୁହାଯାଉଛି । ସରକାରୀ ରିପୋର୍ଟ ଅନୁସାରେ, ମାର୍ଚ୍ଚ 20ରୁ ଅପ୍ରେଲ 14 ତାରିଖ ଭିତରେ ରାଜ୍ୟରେ ମାତ୍ର 400 ଟି ଶିଶୁ ସମ୍ବନ୍ଧୀୟ ମାମଲା ଆସିଛି।

ଲକ୍‌ଡାଉନ୍‌ ପ୍ରଭାବ; କମିଛି ଶିଶୁ ନିର୍ଯାତନା, ଅନ୍‌ଲାଇନରେ ହେବ କାଉନସେଲିଂ

ଯେଉଁଥିରେ ଶିଶୁ ସୁରକ୍ଷା ଚିନ୍ତା, ମେଡିକାଲ ମାମଲା, ଶିଶୁ ଆଶ୍ରୟ ମାମଲା, ଶିଶୁ ପୁନଃରୁଦ୍ଧାର ମାମଲା, ଆଇନ ସହିତ ବିବାଦୀୟ ଶିଶୁ ମାମଲା, ଶିଶୁ ହଜିଯିବା ସହ ପରିଚୟ ହଜିଯିବା ମାମଲା, ପ୍ରଲୋଭିତ କରାଇ ଶିଶୁଙ୍କୁ ନିର୍ଯାତନା କରିବା ମାମଲା, କୋରୋନା ମାମଲା, ଅନ୍ୟାନ୍ୟ ହସ୍ତକ୍ଷେପ ମାମଲା ରହିଛି ।

ତେବେ ଏହି 400 ମାମଲାରେ ବଲାଙ୍ଗୀରରେ 28ଟି , ବାଲେଶ୍ବରରେ 3 ଟି, ବରଗଡରେ 5 ଟି, ଭଦ୍ରକରେ 6 ଟି, କଟକରେ 21 ଟି , ଦେଓଗଡରେ 10 ଟି, ଢେଙ୍କାନାଳରେ 7 ଟି, ଗଜପତିରେ 20 ଟି, ଗଞ୍ଜାମରେ 12 ଟି, ଜଗସିଂହପୁରରେ 6 ଟି, ଝାରସୁଗୁଡାରେ 45ଟି, କଳାହାଣ୍ଡିରେ 4 ଟି, କନ୍ଧମାଳରେ 3 ଟି , କେନ୍ଦୁଝରରେ 19 ଟି, ଖୋର୍ଦ୍ଧାରେ 21 ଟି , କୋରାପୁଟରେ 34 ଟି, ମାଲକାନଗିରିରେ 26 ଟି, ମୟୂରଭଞ୍ଜରେ 25 ଟି, ନବରଙ୍ଗପୁରରେ 10 ଟି, ନୟାଗଡରେ 4 ଟି, ପୁରୀରେ 8 ଟି, ରାୟଗଡାରେ 33 ଟି, ସମ୍ବଲପୁରରେ 41 ଟି ଓ ସୁନ୍ଦରଗଡରେ 9 ଟି ମାମଲା ରହିଛି। ତେବେ 400 ଟି ମାମଲା ମଧ୍ୟରୁ ଶିଶୁ ସୁରକ୍ଷାକୁ ନେଇ 123ଟି ମାମଲା ରହିଛି । କୋରୋନା ସମ୍ବନ୍ଧୀୟ 29ଟି ମାମଲା ରହିଛି ।

ସେପଟେ ଲକ୍‌ଡାଉନ୍‌ ସମୟରେ ଶିଶୁମାନେ ଘରେ ରହୁଥିବାବେଳେ ପରିବାର ଲୋକଙ୍କୁ ହଇରାଣ, ହରକତ ମଧ୍ୟ କରିଥାନ୍ତି । ଯେଉଁଥିପାଇଁ ଘରର ଅଭିଭାବକମାନେ ଚିଡିଯାଇ ଶିଶୁମାନଙ୍କୁ ନିର୍ଯାତନା ଦେଇପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ କାଉନସେଲିଂ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେଇଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।

ଅନ୍ୟପଟେ ଏହି ସମୟରେ ଅଭିଯୋଗ ହେଉନଥିଲେ ମଧ୍ୟ ଯେହେତୁ ପରିବାରର ସମସ୍ତେ ଘର ରହିଛନ୍ତି ତେଣୁ ଶିଶୁଙ୍କ ଉପରେ ଅଧିକ ନିର୍ଯାତନା ହେବାର ଆଶଙ୍କା ରହିଛି । କିନ୍ତୁ ଏହି ସମୟରେ ଶିଶୁମାନଙ୍କ ସହିତ ଅନ୍ୟମାନଙ୍କର ଯୋଗଯୋଗ କମ୍‌ ହେବା ତଥା ରିପୋର୍ଟିଂ ଅଭାବରୁ ନିର୍ଯାତନା ସଂଖ୍ୟା କମ୍‌ ରହିଥିବା ମନସ୍ତତ୍ବବିତ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.