ETV Bharat / city

ବୁଦ୍ଧିଆ ପରେ ବୁଦ୍ଧାଦିତ୍ୟ; ରେକର୍ଡ ନିଶାରେ ଭୁବନେଶ୍ବରରୁ ପୁରୀ - govt

ଭୁବନେଶ୍ବରରୁ ପୁରୀ ପ୍ରାୟ ୬୦ କିଲୋମିଟର ବିନା ବ୍ରେକରେ ଦୌଡି ରେକର୍ଡ  କରିବା ଆଶାରେ  ଅଛନ୍ତି 4 ବର୍ଷର  ବୁଦ୍ଧାଦିତ୍ୟ ସ୍ବାଇଁ । କିନ୍ତୁ ବୟସ ଓ ପ୍ରଶିକ୍ଷଣ ସାଜିଛି ତାଙ୍କ ପାଇଁ ବାଧକ । ବୁଦ୍ଧାଦିତ୍ୟର ପ୍ରଶିକ୍ଷଣ ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 25, 2019, 5:15 PM IST

ଭୁବନେଶ୍ବର: ବୁଦ୍ଧିଆ ପରେ ଏବେ ବୁଦ୍ଧାଦିତ୍ୟ । ରେକର୍ଡ ନିଶାରେ ଭୁବନେଶ୍ବରରୁ ପୁରୀ । ଭୁବନେଶ୍ବରରୁ ପୁରୀ ବିନା ବ୍ରେକରେ ଦୌଡ଼ି ରେକର୍ଡ ନିଶାରେ ଅଛନ୍ତି ଏହି 4 ବର୍ଷର ନାବାଳକ । କିନ୍ତୁ ଏଥିପାଇଁ ବୟସ ଓ ପ୍ରଶିକ୍ଷଣ ସାଜିଛି ବାଧକ । ଯାହା ଫଳରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି । ବୁଦ୍ଧାଦିତ୍ୟର ପ୍ରଶିକ୍ଷଣ ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଦ୍ଧିଆ ସିଂଙ୍କ ପରେ ରାଜ୍ୟରେ ଆଉ ଏକ ବିସ୍ମୟ ବାଳକ ସାଜିଛନ୍ତି ବୁଦ୍ଧାଦିତ୍ୟ ସ୍ବାଇଁ । ଘର ଏରୋଡ୍ରମ ଅଞ୍ଚଳରେ । ସେ ବିନା ବ୍ରେକରେ ଭୁବନେଶ୍ବରରୁ ପୁରୀ 60 କିଲୋମିଟର ରାସ୍ତା ମାତ୍ର 6 ଘଣ୍ଟାରେ ଦୌଡି ପୂରଣ କରିଥାଏ । ଭବିଷ୍ୟତରେ ଜଣେ ଧାବକ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କୁହନ୍ତି ବୁଦ୍ଧାଦିତ୍ୟ ।

ଛୋଟ ବୟସରୁ ବୁଦ୍ଧାଦିତ୍ୟ ଖେଳ ଓ ଦୌଡ଼ରେ ଭଲ କରୁଥିବା ଦେଖି ବୁଦ୍ଧାଦିତ୍ୟଙ୍କ ବାପା ତାଙ୍କ ଦୌଡ଼ ଉପରେ ଗୁରୁତ୍ବ ଦେଇଥିଲେ। ହେଲେ ସେ ଛୋଟ ଥିବାରୁ କୌଣସି ପ୍ରକାର ସହାୟତା ମିଳିନଥିଲା । ତେଣୁ ବୁଦ୍ଧାଦିତ୍ୟର ପିତା ବୁଦ୍ଧାଦିତ୍ୟଙ୍କୁ ନିଜେ ପ୍ରଶିକ୍ଷଣ ଦେଉଛନ୍ତି । ହେଲେ ଅଧିକରୁ ଅଧିକ ପ୍ରଶିକ୍ଷଣ ଦେବା ଲାଗି ସରକାରଙ୍କ ନିକଟରେ ଅନୁରୋଧ କରିବା ସହ ଏକ ଭଲ ପ୍ରଶିକ୍ଷଣ ଦେଲେ ବୁଦ୍ଧାଦିତ୍ୟ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିସ୍ମୟ ବାଳକ ବୁଦ୍ଧାଦିତ୍ୟ, ରେକର୍ଡ ନିଶା ରେ ଭୁବନେଶ୍ୱରରୁ ପୁରୀ

ବୁଦ୍ଧିଆ ପରେ ଏବେ ବୁଦ୍ଧାଦିତ୍ୟ। ଭୁବନେଶ୍ୱରରୁ ପୁରୀ ବିନା ବିରାତିରେ ଦୌଡ଼ି ରେକର୍ଡ ନିଶା ରେ ଅଛନ୍ତି 4 ବର୍ଷର ବାଳକ। ଏଥିପାଇଁ ବୟସ ଓ ନିଜର ପ୍ରଶିକ୍ଷଣ ରେ ସାଜିଛି ବାଧକ। ଯାହା ଫଳରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି। ବୁଦ୍ଧାଦିତ୍ୟର ପ୍ରଶିକ୍ଷଣ ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।

Body:

ବୁଦ୍ଧିଆ ପରେ ଏବେ ବୁଦ୍ଧାଦିତ୍ୟ । ରାଜ୍ୟରେ ଆଉ ଏକ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ୱାଇଁ। ଘର ଏରୋଡ୍ରମ ଅଂଚଳରେ । ଭୁବନେଶ୍ୱର ରୁ ପୁରୀ ପ୍ରାୟ ୬୦ କିଲୋମିଟର ବିନା ବିରତି ରେ ଦୌଡି ରେକର୍ଡ ନିଶା ରେ ଅଛନ୍ତି 4 ବର୍ଷର ବାଳକ। ଭବିଷ୍ୟତରେ ଜଣେ ଧବକ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କୁହନ୍ତି ବୁଦ୍ଧାଦିତ୍ୟ। ଏଥିରେ ବାଧକ ସାଜିଛି ବୟସ ସାଙ୍ଗକୁ ପରୀକ୍ଷଣ ।

ଛୋଟ ବୟସରୁ ବୁଦ୍ଧାଦିତ୍ୟ ଖେଳିବା ଓ ଦୌଡ଼ିବା ପରି କାର୍ଯ୍ୟକଳାପ ଦେଖି ବୁଦ୍ଧାଦିତ୍ୟ ଙ୍କ ବାପା ଦୌଡ଼ିବା ଉପରେ ଗୁରୁତ୍ୱ ଦେଇଥିଲେ। ହେଲେ ସାନ ଥିବାରୁ କୌଣସି ପ୍ରକାର ସହାୟତା ମିଳିନଥିଲା। ତେବେ ଏହା ଭୁତରେ 1 ବର୍ଷ ବିତଯାଇଥିଲେ ମଧ୍ୟ ସରକାରୀ ସ୍ଥାରରେ କୌଣସି ପ୍ରକାରର ପ୍ରଶିକ୍ଷଣ ପାଇଁ ବୟସ ନଥିବା ଦର୍ଶାଯାଉଛି। ହେଲେ ଏହାକୁ ନେଇ ବୁଦ୍ଧାଦିତ୍ୟ ସ୍ୱପ୍ନ ଦେଖୁଥିବା ବେଳେ ଠିକ ଭାବରେ ପ୍ରଶିକ୍ଷଣ ମିଳିଲେ ଅଧିକ ରୁ ଅଧିକ ଦୌଡ଼ିବା ସହ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି କହିଛି ବୁଦ୍ଧାଦିତ୍ୟ।

ରାଜଧାନୀର ରାଜରାସ୍ତାରେ ଯେତେବେଳେ ଏକ 4 ବର୍ଷ ର ପିଲା ଟି ଦୌଡେ ସେହି ସମୟରେ ସମସ୍ତେ ଆର୍ଚାଯ୍ୟ ହୋଇଯାନ୍ତି। ନେଲେ ବୁଦ୍ଧାଦିତ୍ୟ ଭୁବନେସ୍ବର ରୁ ପୁରୀ ପ୍ରାୟକ ସପ୍ତାହରେ ଥରେ ଯାଇଥାଏ। ବିନା ବିରତି ରେ 60 କିଲୋମିଟର 6 ଘଣ୍ଟା ରେ ପୁରାଣ କରିଥାଏ। ତେବେ ଯେତେବେଳେ ଅଭ୍ୟାସ କରିବା ଲାଗି ପଡିଆକୁ ଆସିଥାଏ ସେହି ସମୟରେ ଘର ଠାରୁ ଦୌଡ଼ିକି ପଡିଆକୁ ଆସିଥାଏ। ଯାହା 10 କିଲୋମିଟର ବ୍ୟବଧାନ ରହିଛି। ନିଜେ ବୁଦ୍ଧାଦିତ୍ୟର ପିତା ବୁଦ୍ଧାଦିତ୍ୟ କୁ ନିଜେ ପ୍ରଶିକ୍ଷଣ ଦେଉଛନ୍ତି। ହେଲେ ଅଧିକରୁ ଅଧିକ ପ୍ରଶିକ୍ଷଣ ଦେବା ଲାଗି ସରକାରଙ୍କ ନିକଟରେ ଅନୁରୋଧ କରିବା ସହ ଏକ ଭଲ ପ୍ରଶିକ୍ଷଣ ଦେଲେ ବୁଦ୍ଧାଦିତ୍ୟ ଆଗକୁ ବଢ଼ିପାରିବା।

ତେବେ ବୁଦ୍ଧାଦିତ୍ୟ ସ୍ୱାଇଁ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲରେ ନରଶରୀ ରେ ପଢ଼ୁଥିବା ବେଳେ ଦୌଡ଼ିବା ସହ ଲକ୍ଷ ରହିଛି ଜଣେ ଭଲ ପୋଲିସ ଅଧିକାରୀ ହେବ ଓଅଇଁ।

Byte- ବୁଦ୍ଧାଦିତ୍ୟ ସ୍ୱାଇଁ
Byte- ଅନ୍ତରାୟମି ସ୍ୱାଇଁ।
Byte- ଦୀପକ କୁମାର ପ୍ରଧାନ, ଖେଳାଳି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.