ETV Bharat / city

ପରିବହନ ଆୟୋଗଙ୍କୁ ଚିଠି, ନୂଆ ନମ୍ବର ପ୍ଲେଟ ସମୟର ପୁନଃବିଚାର କର

author img

By

Published : Oct 11, 2022, 4:41 PM IST

ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । 2019 ଏପ୍ରିଲ 1 ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିଗୁଡିକରେ ଏଚଏସଆରପି ଲଗାଇବା ପାଇଁ ଧାର୍ଯ୍ୟ ସମୟ ସୀମା ଉପରେ ପୁନଃ ବିଚାର କରିବାକୁ କୁହାଯାଇଛି । ଅଧିକ ପଢନ୍ତୁ

ପରିବହନ ଆୟୋଗଙ୍କୁ ଚିଠି,  ନୂଆ ନମ୍ବର ପ୍ଲେଟ ସମୟର ପୁନଃବିଚାର କର
ପରିବହନ ଆୟୋଗଙ୍କୁ ଚିଠି, ନୂଆ ନମ୍ବର ପ୍ଲେଟ ସମୟର ପୁନଃବିଚାର କର

ଭୁବନେଶ୍ବର: ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । 2019 ଏପ୍ରିଲ 1 ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିଗୁଡିକରେ ଏଚଏସଆରପି ଲଗାଇବା ପାଇଁ ଧାର୍ଯ୍ୟ ସମୟ ସୀମା ଉପରେ ପୁନଃ ବିଚାର କରିବାକୁ କୁହାଯାଇଛି ।

ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଫୋରମରେ ଲୋକମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି । ଲୋକଙ୍କ ସମସ୍ୟା ନେଇ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି । ଏହା ପରେ ତଦନୁଯାୟୀ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଏହି ପ୍ରସଙ୍ଗରେ ପରିବହନ କମିଶନର ଅରୁଣ ବୋଥ୍ରାଙ୍କୁ ଏକ ଚିଠି ଲେଖିଛନ୍ତି । ପରିବହନ କମିଶନ ଓଡିଶା ପଞ୍ଜୀକରଣର ଶେଷ ନମ୍ବର 1, 2, 3 ଏବଂ 4 ସହିତ ଶେଷ ହେଉଥିବା ଗାଡି ଗୁଡିକ ପାଇଁ 31 ଅକ୍ଟୋବର, 2022 ର ସମୟସୀମା ଧାର୍ଯ୍ୟ ହୋଇଛି । ପଞ୍ଜିକରଣ ନମ୍ବର 5 ଏବଂ 6 ସହିତ ଶେଷ ହୋଇଥିବା ଓଡିଶା ପଞ୍ଜୀକରଣ ଯାନ ଗୁଡ଼ିକର ଶେଷ ତାରିଖ 30 ନଭେମ୍ବର ଏବଂ 7 ଏବଂ 8 ଶେଷ ନମ୍ବର ପାଇଁ 31 ଡିସେମ୍ବର ଧାର୍ଯ୍ୟ ହୋଇଛି ।

ସେହିଭଳି, ଓଡିଶା ପଞ୍ଜିକରଣର ଶେଷ ନମ୍ବର 9 ଏବଂ 0 ଥିବା ଗାଡି ମାଲିକମାନଙ୍କୁ 31 ଜାନୁୟାରୀ, 2023 ସୁଦ୍ଧା ଏଚଏସଆରପି ଲଗାଇବାକୁ କୁହାଯାଇଛି । ଚିଠିରେ ଦର୍ଶାଯାଇଛି ଯେ, ଲୋକମାନେ ଅନଲାଇନ ପଞ୍ଜିକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରକାରଙ୍କ ନଜରକୁ ଆସିଛି । ର୍ନିଦ୍ଧାରିତ ସମୟ ମଧ୍ୟରେ ଏଭଳି ନମ୍ବର ପ୍ଲେଟ ଲଗାଇବାକୁ ଅସମର୍ଥ ଅଟନ୍ତି । ରିପୋର୍ଟ ଅନୁଯାୟୀ କେତେକ କ୍ଷେତ୍ରରେ, ବୁକିଂ ସ୍ଲଟ ର୍ନିଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେଉନାହିଁ । ଅନଲାଇନରେ ବୁକିଂ ସିଷ୍ଟମ ଏବଂ ନମ୍ବର ଲଗାଇବା କେନ୍ଦ୍ର ସହଜରେ ଉପଲବ୍ଧ ନଥିବାରୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ କ୍ଷେତ୍ରରେ ଯାନବାହାନ ଉତ୍ପାଦକ ସେମାନଙ୍କର ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି । ସେହି ଗାଡି ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଏଚଏସଆରପି ବୁକିଂ ପାଇଁ ପୋର୍ଟାଲରେ କୌଣସି ସୁବିଧା ଉପଲବ୍ଧ ନାହିଁ ।

ଏହାକୁ ଦୃଷ୍ଟିରେ ରଖି ପରିବହନ କମିଶନରଙ୍କୁ ପୁରୁଣା ଯାନ ସଂଖ୍ୟା, ଏଚଏସଆରପି ଉତ୍ପାଦନ କ୍ଷମତା, ଗୋଟିଏ ଦିନରେ ଏଚଏସଆରପି ପ୍ରସ୍ତୁତ ଏବଂ ଲଗାଇବା ତଥା ଏହିପରି ସମସ୍ତ ପୁରୁଣା ଯାନରେ ଏଚଏସଆରପି ଲଗାଇବା ପାଇଁ ଆବଶ୍ୟକ ହେଉଥିବା ସମୟ ହିସାବ କରିବାକୁ କୁହାଯାଇଛି । ଗାଡି ଗୁଡିକରେ ନମ୍ବର ପ୍ଲେଟଗୁଡିକ ଲଗାଇବା ପାଇଁ ଏଚଏସଆରପି ର୍ନିମାତାମାନଙ୍କ ସହିତ ପରାମର୍ଶ କରି ପଦକ୍ଷେପ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଯାହାର ମୂଳ ର୍ନିମାତା ଏହି ସମୟ ମଧ୍ୟରେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ ପରିବହନ କମିଶନରଙ୍କୁ ଉତ୍ପାଦକମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟଗୁଡିକ କେନ୍ଦ୍ରୀୟ ମୋଟରଯାନ ନିୟମ, 1989 ର ନିୟମ 50 ପାଳନ କରୁଛି, ଆରଟିଓ ମାଧ୍ୟମରେ ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.