ଭୁବନେଶ୍ବର: ଏକ ସ୍ଵତନ୍ତ୍ର ୱେବସାଇଟ୍ ଜରିଆରେ କୋଭିଡ୍ ହସ୍ପିଟାଲର ସମସ୍ତ ଅପଡେଟ୍ ତଥ୍ୟ ପ୍ରଦାନ ପାଇଁ ଏ.ଆଇ.ଏସ୍.ଏଫ (ସର୍ବଭାରତୀୟ ଛାତ୍ର ସଂଗଠନ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଭାରତର ଜାତୀୟ ସ୍ତରର ସର୍ଵପ୍ରଥମ ଛାତ୍ର ସଂଗଠନ ଅଖିଳଭାରତ ଛାତ୍ର ସଂଘ (ଏଆଇଏସଏଫ) ଓଡିଶା ରାଜ୍ୟ କମିଟି ପକ୍ଷରୁ 'ରେଡ୍ ଭଲ୍ୟୁଣ୍ଟିଅର' ଗଠନ କରିଛନ୍ତି ।
କୋଭିଡ୍ -୧୯ର ଦ୍ଵିତୀୟ ଲହର ଓ ସମ୍ଭାଵ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଏହି 'ରେଡ ଭଲ୍ୟୁଣ୍ଟିଅର' ରାଜ୍ୟ ସମନ୍ଵୟ ସହ ସମସ୍ତ ଜିଲ୍ଲାରେ ଗଠନ କରାଯାଇଛି। ମହାମାରୀ କୋରୋନାର କୋଭିଡ୍ ଟେଷ୍ଟିଙ୍ଗ୍, କୋଭିଡ ସଂକ୍ରମିତଙ୍କ ଘରୋଇ ସଂଗରୋଧ, ସଂକ୍ରମିତଙ୍କ ଜଟିଳତା ଥିଲେ ଅଵା ଵଢିଲେ କେଉଁ କୋଭିଡ୍ ଡାକ୍ତରଖାନାରେ ଵେଡ୍ ଅଥଵା ଆଇସିୟୁ ଉପଲବଧ ଅଛି । ସମ୍ପୃକ୍ତ ଡାକ୍ତରଖାନାରେ ଚିକିତ୍ସା ଦାୟିତ୍ଵରେ ଥିଵା ଡାକ୍ତରଙ୍କ ଯୋଗାଯୋଗ, ଅକ୍ସିମିଟର କେଉଁଠି ଉପଲଵଧ,ଅକ୍ସିଜେନ ସିଲିଣ୍ଡର ଓ ରିଫିଲ କେଉଁଠି ଉପଲଵଧ ବିଷୟରେ ସୂଚନା । ଏହା ସହିତ କୋଭିଡର ଅନ୍ୟ ଜଟିଳତା ଥିଵା ରୋଗୀଙ୍କ ସ୍ଵତନ୍ତ୍ର ଚିକିତ୍ସା,ଆମ୍ବୁଲାନ୍ସ, ଆଇସିୟୁ ଆମ୍ବୁଲାନ୍ସର ଉପଲଵ୍ଧ ସମ୍ପର୍କୀୟ ତଥ୍ୟ ପ୍ରତି ମୁହୁର୍ତ୍ତରେ ସମଗ୍ର ରାଜ୍ୟର ଜିଲ୍ଲାଓ୍ଵାରୀ ଅପଡେଟ ତଥ୍ୟ ସମ୍ଵଳିତ ଏକ ଓ୍ଵେଵ ପୋର୍ଟାଲ ଵା ଓ୍ଵେଵସାଇଟ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ମୋଚନ କରିଵା ପାଇଁ ଦାବି କରିଛନ୍ତି ।
ଏହା ସହ ଏଆଇଏସଏଫର ଏହି'ରେଡ୍ ଭଲ୍ୟୁଣ୍ଟିଅର' ସମେତ ଅନ୍ୟ ସ୍ଵେଛାସେଵୀ ସଂଗଠନମାନଙ୍କ ସୂଚନା ପ୍ରଦାନ ଵ୍ୟଵସ୍ଥା କରାଗଲେ ଅନେକ ଅସହାୟ ରୋଗୀଙ୍କ ଜୀଵନ ରକ୍ଷା ସୁଗମ ହୋଇ ପାରିଵ ଵୋଲି ଉଲ୍ଲେଖ କରି ଏଆଇଏସଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ସନ୍ଧ୍ୟାରେ ଏକ ଚିଠି ମାଧ୍ୟମରେ ନିଵେଦନ କରିଛନ୍ତି। ଏହା ସହିତ କୋଭିଡ୍ ତୃତୀୟ ଲହରକୁ ଆଖିଆଗରେ ରଖି ସମଗ୍ର ଦେଶର ଶିଶୁଙ୍କ ଠାରୁ ଆରମ୍ଭକରି ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଆଵଶ୍ୟକୀୟ ଵୈଜ୍ଞାନିକ ଗଵେଷଣା ପୁଷ୍ଟସାର ଟିକା ସହ ସମଗ୍ର ଦେଶର ସାର୍ଵଜନୀନ ଟିକାକରଣ ପାଇଁ ଏହି ଵୈଠକରେ ଦାଵି କରାଯାଇଛି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ