ETV Bharat / city

ଓଡିଶାରେ ଅଧିକ ମୋବାଇଲ ଟାୱାର ହେଉ: ମମତା ମହନ୍ତ

author img

By

Published : Mar 19, 2021, 1:12 PM IST

ରାଜ୍ୟସଭାରେ ମମତା କହିଥିଲେ ରାଜ୍ୟର ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବୃହତ ଜିଲ୍ଲାର ମାନ୍ୟତା ପାଇଥିବା ମୟୂରଭଞ୍ଜ ଜିଲ୍ଲାରେ ମୋବାଇଲ ନେଟୱାର୍କ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ସାଂସଦଙ୍କ ପଞ୍ଚାୟତ ଓ ଗ୍ରାମରେ ମଧ୍ୟ ନେଟୱାର୍କ ନାହିଁ । ଅଧିକ ପଢନ୍ତୁ ...

Mamata Mahanta
Rajyasabha mp Mamata Mahanta

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ରାଜ୍ୟର ମୋବାଇଲ ନେଟୱାର୍କ ସମସ୍ୟା । ରାଜ୍ୟର ସମସ୍ତ ଜିଲ୍ଲାରେ ମୋବାଇଲ ନେଟୱାର୍କ ସମସ୍ୟା ରହିଥିବା କହିଲେ ସାଂସଦ ମମତା ମହନ୍ତ ।

ଓଡିଶାରେ ଅଧିକ ମୋବାଇଲ ଟାୱାର ହେଉ: ମମତା ମହନ୍ତ

ଆଜି ରାଜ୍ୟସଭାରେ ମମତା କହିଥିଲେ ରାଜ୍ୟର ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବୃହତ ଜିଲ୍ଲାର ମାନ୍ୟତା ପାଇଥିବା ମୟୂରଭଞ୍ଜ ଜିଲ୍ଲାରେ ମୋବାଇଲ ନେଟୱାର୍କ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ସାଂସଦଙ୍କ ପଞ୍ଚାୟତ ଓ ଗ୍ରାମରେ ମଧ୍ୟ ନେଟୱାର୍କ ନାହିଁ । ଯାହାର ସିଧା ସଳଖ ପ୍ରଭାବ ପଡୁଛି ବିକାଶ ଉପରେ । ମମତା କହିଥିଲେ ଯେଉଁଠି ନେଟୱାର୍କ ନାହିଁ ସେଠି ବିକାଶ ନାହିଁ ।

ବର୍ତ୍ତମାନ ସ୍ଥିତିରେ ସମସ୍ତ ସରକାରୀ ବେସରକାରୀ କାମ ଇଣ୍ଟରନେଟ ମାଧ୍ୟମରେ ହେଉଛି । ଏହାସହ କୋରୋନା ସଂକଟ ବେଳେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ପାଠ ପଢାଯାଉଛି । ଏପରି ସ୍ଥଳେ ମୟୂରଭଞ୍ଜ ସମେତ ଓଡିଶାରେ ନେଟୱାର୍କ ସମସ୍ୟା ବଡ ସଂକଟ ସମସ୍ୟା ସୃଷ୍ଟି କରିଛି । ବର୍ତ୍ତମାନର ସରକାର ଡିଜିଟିଲ ଇଣ୍ଡିଆକୁ ପ୍ରାଧ୍ୟାନ୍ୟ ଦେଇ ନାରା ଦେଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ମମତା ରାଜ୍ୟସଭାରେ ଦାବି କରିଛନ୍ତି ।

ପରେ ରାଜ୍ୟସଭାରେ ଓଡିଆ ଭାଷାରେ ସାଂସଦ ମମତା ଦାବି ରଖିଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ମମତାଙ୍କୁ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.