ETV Bharat / city

ବିଜେପିକୁ ସରକାରକୁ ଆଣିବାକୁ ଲୋକମାନେ ମନ ବଳେଇ ସାରିଲେଣି: ଲେଖାଶ୍ରୀ - ପିପିଲି ଉପନିର୍ବାଚନ

ରାଜ୍ୟ ସରକାରଙ୍କ ବିଫଳତା ପ୍ରତ୍ୟେକ ଦିନ ଲୋକଲୋଚନକୁ ଆସୁଛି । ଅନ୍ୟପଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଧାରା ଛୁଟୁଛି । ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଅଧିକ ପଢନ୍ତୁ...

ବିଜେପିକୁ ସରକାରକୁ ଆଣିବାକୁ ଲୋକମାନେ ମନ ବଳେଇ ସାରିଲେଣି

author img

By

Published : Mar 24, 2021, 6:48 PM IST

Updated : Mar 24, 2021, 7:21 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଫଳତା ପ୍ରତ୍ୟେକ ଦିନ ଲୋକଲୋଚନକୁ ଆସୁଛି । ଅନ୍ୟପଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଧାରା ଛୁଟୁଛି । ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ବିଜେପିକୁ ସରକାରକୁ ଆଣିବାକୁ ଲୋକମାନେ ମନ ବଳେଇ ସାରିଲେଣି

ଏଥିସହ ସେ କହିଛନ୍ତି, ବିଜେପିକୁ ସରକାରକୁ ଆଣିବାକୁ ଲୋକମାନେ ମନ ବଳେଇ ସାରିଲେଣି । ପିପିଲିରେ କନଫ୍ୟୁଜ ଓ ବ୍ୟାକଫୁଟରେ ରହିଛି ବିଜୁ ଜନତା ଦଳ । ଆମେ ସମସ୍ତେ ଜାଣିଛନ୍ତି ବିଜୁ ଜନତା ଦଳର ନିର୍ବାଚନ ପରିଚାଳନା ସରକାରୀ ଅଧିକାରୀମାନେ କରନ୍ତି । ସେଠି କୌଣସି ନେତା ଓ କର୍ମୀଙ୍କର କିଛି ଭୂମିକା ନଥାଏ । ହାତୀ କା ଦିଖାନେକା ଦାନ୍ତ ଔର ଖାନେ କା ଔର । ଏହା ବିଜେପିକୁ କୌଣସି ଫରକ ପଡିବ ନାହିଁ । ଲୋକମାନେ ମନ ବିଳେଇଛନ୍ତି ବିଜେପିକୁ ଏଥର ପିପିଲିର ଦାୟିତ୍ୱ ଦେବେ ।

ଯାହା ନୂଆ ଶାସନ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି । ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ । ବିଧି ବ୍ୟବସ୍ଥାରେ ଆମର ପ୍ରାର୍ଥୀ ଚୟନ ହୁଏ । କେନ୍ଦ୍ରୀୟ ନେତୃତ୍ୱ ଏହାର ନିଷ୍ପତ୍ତି ନିଅନ୍ତି । 2 ଦିନ ଭିତରେ ଏହା ଜଣାଇ ଦିଆଯିବ । ଆମ ପାର୍ଟିର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିପିଲିରେ ଦୀର୍ଘ ଦିନ ହେବ ଗୁଣ୍ଡାରାଜ୍ ଚାଲିଥିଲା । ଏହାର ସାଇଡ ଇଫେକ୍ଟ ଆସନ୍ତା ଉପ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି କହିଛନ୍ତି ପିପିଲି ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 24, 2021, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.