ETV Bharat / city

ବାତ୍ୟା ୟସ୍‌: ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ୟସ୍‌ ପାଇଁ ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : May 23, 2021, 12:40 PM IST

ବାତ୍ୟା ୟସ୍‌: ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ
ବାତ୍ୟା ୟସ୍‌: ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ । ଏହା ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ଏଥିଲାଗି ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ତେବେ ଏ ସମ୍ପର୍କରେ ଜଳସମ୍ପଦ ସର୍ବୋଚ୍ଚ ସଚିବ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି ।

ପୂର୍ବ ଅନୁଭୂତିକୁ ନେଇ ବାତ୍ୟା ମୁକାବିଲା କରାଯିବ । ବାତ୍ୟା ପାଇଁ 10 ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ସମସ୍ତ ଅଧିକାରୀ ଯୋଗାଯୋଗରେ ରହିଛନ୍ତି । 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ହୋଇଛି। ଏହାସହ ଏବେ କୌଣସି ରିଜର୍ଭରରେ ପାଣି ନାହିଁ । ବର୍ଷା ହେଲେ ପାଣି ପଶିବ। ପାଣି ଛାଡିବା ସମୟରେ ଯେଉଁ SOP ଅଛି ତାହା ପାଳନ କରାଯିବ ବୋଲି ସେ କହିଛନ୍ତି ।

ଏହାସହ ଜଳସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କେହି ହେଡକ୍ୱାର୍ଟର ଛାଡି ଯାଇ ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ବିଭାଗର ଅଧିକାରୀମାନେ ସମସ୍ତଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବାତ୍ୟା ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ଆମେ ଯାହା କରିବୁ ଜିଲ୍ଲା ପ୍ରଶାସନ ସହଯୋଗରେ କାମ କରିବୁ । କେବଳ ୧୦ ଜିଲ୍ଲା ନୁହେଁ ବରଂ ପ୍ରଭାବିତ ହେବାକୁ ଥିବା ପଡୋଶୀ ଜିଲ୍ଲା ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ରଥ କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.