ETV Bharat / city

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଚିହ୍ନଟ

author img

By

Published : Jul 7, 2019, 10:41 PM IST

ବରୁଣେଇ ପାହାଡ ପାଦଦେଶରେ ନୁହେଁ ବଂର ଖୋର୍ଦ୍ଧା ମଉଜାରେ ପାଇକ ବିଦ୍ରୋହ ସ୍ମାରକୀ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଜାଗା ଚିହ୍ନଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବହୁ କଳ୍ପନା ଜଳ୍ପନା ପରେ ଶେଷରେ ପାଇକ ବିଦ୍ରୋହ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ହୋଇଛି । ବରୁଣେଇ ପାହାଡ ପାଦଦେଶ ପରିବର୍ତ୍ତେ ଖୋର୍ଦ୍ଧା ମଉଜାରେ ସ୍ମାରକୀ ପ୍ରତିଷ୍ଠା ପାଇଁ ୬.୫୬୦ ଏକର ଜମି ଚିହ୍ନଟ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ପୂର୍ବରୁ ବରୁଣେଇ ପାହାଡ ପାଦଦେଶରେ ସ୍ମାରକୀ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ କରିବାକୁ ଦାବି ହୋଇଆସୁଥିଲା ।

ଏନେଇ ଗତ ୨୦୧୮ ମାର୍ଚ୍ଚରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜମି ଚିହ୍ନଟ ପାଇଁ ଅନୁରୋଧ କରାଯାଇଥିଲା । ଖୋର୍ଦ୍ଧାର ବରୁଣେଇ ଠାରୁ ପାଇକ ବିଦ୍ରୋହର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ।

ରାଜ୍ୟ ସରକାର ଜମି ଯୋଗାଇ ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସ୍ମାରକୀ ନିର୍ମାଣ କରିବ । କିନ୍ତୁ କ୍ଷେତ୍ର ପରିଦର୍ଶନ ପରେ ପାହାଡ ପାଦଦେଶରେ ଏତେ ବଡ ଜମି ଏକତ୍ର ମିଳିବା ସମ୍ଭବ ନହେବାରୁ ଖୋର୍ଦ୍ଧା ମଉଜାରେ ଲିଜ୍ ସୂତ୍ରରେ ଦିଆଯାଇପାରିବା ଭଳି ଜମି ଚିହ୍ନଟ କରାଯାଇଛି ।

୬.୫୬୦ ଏକର ପରିମିତ ଏହି ଜମିର ନକ୍ସା ଓ ଅନ୍ୟାନ୍ୟ ନଥିପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବଙ୍କୁ ପଠାଇଛନ୍ତି । ଅନୁମତି ମିଳିଲେ ଏହି ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

te

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.