ETV Bharat / city

ଲକ୍ଷ୍ମୀପୁର ଖେରୀ ଘଟଣାରେ ତେଜୁଛି ଅସନ୍ତୋଷ, ଓଡିଶାରେ ସଂଯୁକ୍ତ କିସାନ ମୋର୍ଚ୍ଚାର ଆନ୍ଦୋଳନ - Lakhimpur violence

ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ଜୋର ଧରିଛି ରାଜନୀତି । ଓଡ଼ିଶାରେ ମଧ୍ୟ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦରେ ଆନ୍ଦୋଳନ ହୋଇଛି । ଅଧିକ ପଢନ୍ତୁ...

ଲକ୍ଷ୍ମୀପୁର ଖେରୀ ଘଟଣାରେ ତେଜୁଛି ଅସନ୍ତୋଷ, ଓଡିଶାରେ ସଂଯୁକ୍ତ କିସାନ ମୋର୍ଚ୍ଚାର ଆନ୍ଦୋଳନ

author img

By

Published : Oct 4, 2021, 10:23 PM IST

ଭୁବନେଶ୍ବର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ଜୋର ଧରିଛି ରାଜନୀତି । ଦେଶର ବିଭିନ୍ନ ସ୍ଥାନରେ ଏନେଇ ଜୋରଦାର ପ୍ରଦର୍ଶନ ହୋଇଛି । ଚାଷୀଙ୍କ ଉପରେ କଥିତ ରୂପେ ଗାଡି ଚଢାଇଦେବା ଘଟଣାକୁ ବିରୋଧ କରୁଛନ୍ତି ଚାଷୀ ସଙ୍ଗଠନ ।

ଲକ୍ଷ୍ମୀପୁର ଖେରୀ ଘଟଣାରେ ତେଜୁଛି ଅସନ୍ତୋଷ, ଓଡିଶାରେ ସଂଯୁକ୍ତ କିସାନ ମୋର୍ଚ୍ଚାର ଆନ୍ଦୋଳନ

ଘଟଣାକୁ ଧିକ୍କାର କରି , ଏହାର ପ୍ରତିବାଦରେ ସାରା ଦେଶରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଓଡ଼ିଶାରେ ମଧ୍ୟ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦରେ ଆନ୍ଦୋଳନ ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ବରେ ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀ ଘଟଣାକୁ ନିନ୍ଦା ଏବଂ ପ୍ରତିବାଦ ଜଣାଇ ମହାତ୍ମା ଗାନ୍ଧୀ ମାର୍ଗରେ ଏକଜୁଟ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ସମୟରେ କାର୍‌ ଦୁର୍ଘଟଣାକୁ ନେଇ ତେଜିବାକୁ ଲାଗିଛି ଉତ୍ତେଜନା । ପ୍ରଦର୍ଶନକାରୀ ଚାଷୀଙ୍କ ଉପପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର୍‌ ଚଢିଯିବା ଘଟଣାରେ ହିଂସା ଉଗ୍ରରୂପ ନେଇଥିଲା । ହିଂସାରେ ବର୍ତ୍ତମାନସୁଦ୍ଧା ୯ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।

ଘଟଣାକୁ ନେଇ ଚାଷୀ ସଙ୍ଗଠନ ଗମ୍ଭୀର ଅଭିଯୋଗ କରିଛନ୍ତି । କୃଷକ ସଙ୍ଗଠନର ଦାବି ଅନୁଯାୟୀ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡି କଥିତ ରୂପେ ତାଙ୍କ ପୁଅ ଓ ସାଥିରେ ଥିବା ଅନ୍ୟ ଲୋକେ ଲକ୍ଷ୍ମୀପୁର ଖେରୀରେ ବିରୋଧ କରୁଥିବା ଚାଷୀଙ୍କ ଉପରେ ଚଢାଇ ଦେଇଥିଲେ । ଜଣେ ଚାଷୀକୁ ଗୁଳି ମରାଯାଇଥିବା କଥା ମଧ୍ୟ କୁହାଯାଉଛି । ତେବେ ଘଟଣାରେ ହତ୍ୟା ମାମଲା ରୁଜୁ କରି ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ଦାବି ଜୋର ଧରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.