ଭୁବନେଶ୍ବର: ଅନଲାଇନରେ ଖାଦ୍ୟ ଅର୍ଡର କରି ଠକାମିର ଶିକାର ହେଲେ ମହିଳା ଇନସ୍ପେକ୍ଟର । ଅର୍ଥାତ ଇନସ୍ପେକ୍ଟରଙ୍କ ଠୁ ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ସାଇବର ଠକ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଇନସ୍ପେକ୍ଟର ବିନୋଦିନି ନାୟକ ।
ସୂଚନା ମୁତାବକ ଗତ ୯ ତାରିଖରେ ବିନୋଦିନି ଏକ ଇ-କମର୍ସ ସାଇଟ ଜରିଆରେ ମଗାଇଥିଲେ ଖାଦ୍ୟ । ଆକାଉଣ୍ଟରୁ ଏଥିପାଇଁ କଟିଥିଲା ୩୮୬ ଟଙ୍କା । ହେଲେ କିଛି ସମୟ ପରେ ଅର୍ଡର କ୍ୟାନସଲର ମେଲ ଆସିଥିଲା । ଏନେଇ ମହିଳା ଇନସ୍ପେକ୍ଟର ଜଣଙ୍କ ସମ୍ପୃକ୍ତ ୱେବସାଇଟର ହେଲ୍ପଲାଇନକୁ କଲ କରିଥିଲେ । ପରେ ଏନେଇ ଏକ ଟଙ୍କା ଫେରାଇବା ଆଳରେ ପ୍ରଥମେ ୨୪ ହଜାର ପରେ ୪୯ ହଜାର ଏହିପରି ଭାବରେ ଏକ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ନୟାପଲ୍ଲୀ ଥାନାରେ ହୋଇଛି ଅଭିଯୋଗ । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ । ତେବେ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ମହିଳା ଇନସ୍ପେକଟର ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ