ETV Bharat / city

ଅର୍ଚ୍ଚନାଙ୍କ ଆକାଉଣ୍ଟ ଦେଖି ପୋଲିସ ତାଜୁବ, ନେତାଙ୍କ ବ୍ଲାକ ମନିକୁ ହ୍ବାଇଟ୍ କରୁଥିବା ସନ୍ଦେହ

author img

By

Published : Oct 13, 2022, 7:46 AM IST

ପୋଲିସ ହାତରେ ଲାଗିଲା ମାୟାବିନୀ ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ । ବଡ ବଡ ନେତାଙ୍କ ବ୍ଲାକ ମନିକୁ ହ୍ବାଇଟ୍ କରୁଥିବା ସନ୍ଦେହ । ଅଧିକ ପଢନ୍ତୁ

ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଠାବ, ନେତାଙ୍କ ବ୍ଲାକ ମନିକୁ ହ୍ବାଇଟ୍ କରୁଥିବା ସଦେହ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବ୍ଲାକମେଲିଂ କରି ବଡ ବଡୁଆଙ୍କ ଠାରୁ ଟଙ୍କା ଲୁଟୁଥିବା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବେ ପୋଲିସ ହାତରେ ଲାଗିଛି (Archana Nag bank details revealed) । ଏହି ମାୟାବିନୀଙ୍କ ମୋଟ ୫ଟି ଆକାଉଣ୍ଟର ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ଦୁଇଟି ସେଭିଂ ଆକାଉଣ୍ଟ, ଗୋଟିଏ ଜଏଣ୍ଟ ଆକାଉଣ୍ଟ, ଦୁଇଟି କରେଣ୍ଟ ଆକାଉଣ୍ଟ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏହି ୫ଟି ଆକାଉଣ୍ଟରେ ପ୍ରାୟ ୧୫ କୋଟି ବାଲାନ୍ସ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ତାଙ୍କ ଆର୍ଥିକ ନେଣଦେଣର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି । କିଛି ଫାଇନାନ୍ସିଆଲ୍ ଆଡଭାଇଜର ଓ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ଲୋଡିଛି ପୋଲିସ । ଅଧିକାଂଶ ଆକାଉଣ୍ଟରେ RTGSରେ ମନି ଟ୍ରାନ୍ସଫର ହୋଇଥିବା ଜଣାପଡିଥିବା ବେଳେ ଆଉ କିଛି ଆକାଉଣ୍ଟରେ ଚେକ୍ ଡିପୋଜିଟ ଓ ଅନଲାଇନ ଇଣ୍ଟରନେଟ ଟ୍ରାଞ୍ଜାକ୍ସନ ହୋଇଛି । ସେହିପରି କରେଣ୍ଟ ଆକାଉଣ୍ଟରେ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି । ଅଧିକାଂଶ ପେମେଣ୍ଟ ଜଏଣ୍ଟ ଆକାଉଣ୍ଟକୁ ଆସୁଥିବା ଜଣାପଡିଛି ।

ପୋଲିସ ହାଇ ଟ୍ରାଞ୍ଜାକ୍ସନକୁ ନାଲି ଗାରରେ ହାଇଲାଇଟ ରଖିଛି । ଯେଉଁ ଆକାଉଣ୍ଟରୁ କାରବାର ହୋଇଛି ସେସବୁର ଆଇଏଫଏସସି କୋଡ(IFSC Code) ଆକାଉଣ୍ଟ ନମ୍ବର, ଶାଖା ନାମ ସହ ଆକାଉଣ୍ଟଧାରୀଙ୍କ ତାଲିକା କରିଛି ପୋଲିସ । ଏହାବ୍ୟତୀତ ସେଭିଂ ଆକାଉଣ୍ଟରୁ ସେ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଉଥିଲେ । କିଛି ଆକାଉଣ୍ଟରୁ ଇଏମଆଇ ସୁଝୁଥିବା ଜଣାପଡିଛି । ଅନ୍ୟ କିଛି ଆକାଉଣ୍ଟରେ ଫର୍ଜି ଡକ୍ୟୁମେଣ୍ଟରେ କେତେକ ଠକେଇ କରିଥିବାର ପୋଲିସ ସୂଚନା ପାଇଛି । ଏପରିକି କିଛି ବ୍ୟାଙ୍କ ଅଧିକାରୀ ରୀତିମତ ଆସି ତାଙ୍କର ଘର ସାମ୍ନାରେ ଆସି ଚକ୍କର କାଟି ଯାଉଛନ୍ତି ।

ଏହାମଧ୍ୟ ପଢନ୍ତୁ: ସାଲୁଜାଙ୍କ ବିସ୍ଫୋରକ ବୟାନ, ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ

ଅନ୍ୟପଟେ ମାୟାବିନୀ ଅର୍ଚ୍ଚନା ସହ ହେଭିୱେଟ ରାଜନେତା, ଫିଲ୍ମ ପ୍ରଯୋଜକ, ଅଭିନେତା, ପ୍ରଶାସନିକ ଅଧିକାରୀଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତି ସରଗରମ୍ ରହିଛି । ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ ବୋଲି ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.