ETV Bharat / city

ଫୁସଫୁସ ପ୍ରତିରୋପଣରେ ଅର୍ଥ ସାଜିଛି ବାଧକ, ସହାୟତା ମାଗୁଛି ନବବିବାହିତା

author img

By

Published : Jun 8, 2021, 10:59 PM IST

Updated : Jun 9, 2021, 9:51 AM IST

କୋରୋନା ସଂକ୍ରମଣ ପରେ ଫୁସଫୁସ ସଂକ୍ରମଣର ଶିକାର ହୋଇଛନ୍ତି 28 ବର୍ଷୀୟ ଯୁବକ ଅଭିଷେକ ମହାପାତ୍ର । ପୁଅର ଚିକିତ୍ସା ପାଇଁ 2 ରୁ 3 କୋଟି ଟଙ୍କା ଆବଶ୍ୟକ ହେଉଥିବାବେଳେ ରାଜ୍ୟ ସରକାରଙ୍କୁ ଏବଂ ଲୋକମାନଙ୍କୁ ସହାୟତା ଭିକ୍ଷା କରିଛନ୍ତି ଯୁବକଙ୍କ ପରିବାର । ଅଧିକ ପଢନ୍ତୁ...

ଫୁସଫୁସ ପ୍ରତିରୋପଣରେ ଅର୍ଥ ସାଜିଛି ବାଧକ, ସ୍ୱାମୀଙ୍କୁ ବଞ୍ଚାଇବାକୁ କାନ୍ଦୁଛନ୍ତି ନବବିବାହିତା

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କୋରୋନାର ମୃତ୍ୟୁ ଜାଲରେ ଛନ୍ଦି ହୋଇଛନ୍ତି । ସେହିଭଳି କୋରୋନାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକରୁ । କୋରୋନାରେ ସଂକ୍ରମିତ ହୋଇ ଏବେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି 28 ବର୍ଷୀୟ ଜଣେ ଯୁବକ । କୋରୋନା ସଂକ୍ରମଣ ପରେ ଏବେ ସେ ଫୁସଫୁସ ସଂକ୍ରମଣର ଶିକାର ହୋଇଛନ୍ତି । ସୁସ୍ଥ ହେବା ପାଇଁ ଫୁସଫୁସ ପ୍ରତିରୋପଣ ଏକମାତ୍ର ବିକଳ୍ପ ସାଜିଥିବାବେଳେ ଏନେଇ ଅର୍ଥ ସାଜିଛି ବାଧକ । ଗୋଟିଏ ବୋଲି ପୁଅର ଜୀବନ ଭିକ୍ଷା ମାଗିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଜୀବନ ବଞ୍ଚାଇବା ନେହୁରା ହୋଇଛନ୍ତି ମାଆ ଓ ନବବିବାହିତା ପତ୍ନୀ ।

ବାପା ମାଆଙ୍କର ଏକ ମାତ୍ର ଅଲିଅଳି 28 ବର୍ଷୀୟ ପୁଅ ଅଭିଷେକ ମହାପାତ୍ର । ଘର ଭଦ୍ରକର ମନ୍ଦରୀ ଗ୍ରାମରେ । କୋରୋନା ସଂକ୍ରମଣରେ ଅଭିଷେକଙ୍କର ଫୁସଫୁସ ନଷ୍ଟ ହୋଇଯାଇଛି । ତେବେ ଫୁସଫୁସର ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ଅଟେ । ମାତ୍ର ଏହି ପ୍ରତିରୋପଣ ପାଇଁ ସେମାନଙ୍କର ପକ୍ଷେ ନାହିଁ ସମ୍ବଳ । ଗୋଟିଏ ମାତ୍ର ପୁଅ ଜୀବନ ମୃତ୍ୟୁ ସହ ଲଢ଼ୁଥିବା ବେଳେ ବାପାମାଆ ଏବେ ଚିନ୍ତାରେ ପଡିଛନ୍ତି । ଅଭିଷେକଙ୍କ ଚିକିତ୍ସା ପାଇଁ ପାଖାପାଖି 2 ରୁ 3କୋଟି ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା କେମିତି ଆସିବ, କୋଉଠୁ ଯୋଗାଡ ହେବ ତାହା ପରିବାର ମୁଣ୍ଡରେ ଚଡକ ପକାଇଛି । ତେବେ ପୁଅର ଚିକିତ୍ସା ପାଇଁ ମାଆ ଓ ପତ୍ନୀ ଭୁବନେଶ୍ବରରେ ଏକ ମାସ ହେଲାଣି ରହିଛନ୍ତି । ହେଲେ ସ୍ୱାସ୍ଥ୍ୟଵସ୍ଥାରେ ସୁଧାର ଆସୁନାହିଁ । 28 ବର୍ଷର ନିଜର ଏକମାତ୍ର ବଢିଲା ପୁଅକୁ ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

ଅଭିଷେକ ଓମାନରେ ଚାକିରୀ କରନ୍ତି । ବାହାଘର ପାଇଁ ସୁଦୂର ଓମାନ ଛାଡ଼ି ଆସିଥିଲେ ନିଜ ଗ୍ରାମକୁ । ହସଖୁସିରେ ତାଙ୍କ ବିବାହ ମଧ୍ୟ ହୋଇଥିଲା । ହେଲେ ବିବାହର 1 ମାସ ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଫୁସଫୁସ ଅଧା ନଷ୍ଟ ହୋଇଯାଇଛି । ଫୁସଫୁସ ପ୍ରତିରୋପଣ ପାଇଁ କୋଲକାତାର ମେଡିକାଲ ହସ୍ପିଟାଲ ସହ ଯୋଗାଯୋଗ କରାଯାଇ ସେଠାରେ ଫୁସୁଫୁସ ଯୋଗାଡ କରାଯାଇଛି । ଯାହା ପାଇଁ 2 ରୁ 3 କୋଟି ଟଙ୍କା ଆବଶ୍ୟକ । ଏପରିକି ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ କଲିକତା ଯିବା ଓ ସେଠାରେ ଚିକିତ୍ସା କରାଇବା ପାଇଁ ମଧ୍ୟ ଆହୁରି ଅନେକ ଅର୍ଥ ଦରକାର ।

ଅଭିଷେକଙ୍କ ପରିବାର ଲୋକ କହିଛନ୍ତି ଯେ ଅଭିଷେକଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କ ସମେତ ଅନ୍ୟ ବଦାନ୍ୟ ବ୍ୟକ୍ତିମାନେ କିଛି କିଛି ସାହାଯ୍ୟର ହାତ ବଢ଼ାଇଛନ୍ତି । ମାତ୍ର ଏତେ କମ ଟଙ୍କାରେ ଚିକିତ୍ସା ସମ୍ଭବ ନୁହେଁ । ତେଣୁ ପରିବାର ଲୋକ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ଓଡିଶାର ଲୋକମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ଲୋଡିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 9, 2021, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.