ETV Bharat / city

ଶ୍ରମ ମନ୍ତ୍ରୀଙ୍କ ସଙ୍କେତ, ଖୁବଶୀଘ୍ର ଚାଲୁ ହୋଇପାରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ

author img

By

Published : Oct 12, 2021, 7:53 PM IST

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ କାର୍ଯ୍ୟକାରୀ ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ...

Labour Minister hints Balasore Birla Tire Company all set to resume soon
ଶ୍ରମ ମନ୍ତ୍ରୀଙ୍କ ସଙ୍କେତ, ଖୁବଶୀଘ୍ର ଚାଲୁହୋଇପାରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ

ଭୁବନେଶ୍ବର: ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ କାର୍ଯ୍ୟକାରୀ ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ସମେତ ତୁରନ୍ତ କାରଖାନାକୁ ଚାଲୁ କରିବା ନେଇ ବୈଠକରେ ଆଲୋଚନା ହୋଇଛି । କମ୍ପାନୀ ଉପରେ ଆର୍ଥିକ ବୋଝ ରହିଥିବାରୁ ରାଜ୍ୟ ସରକାରଙ୍କୁ ୮ ଦିନ ସମୟ ମାଗିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

ଆସନ୍ତା ୨୧ ତାରିଖରେ କମ୍ପାନୀ ଚାଲୁ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ସେହି ବୈଠକରେ ଏକ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

କମ୍ପାନୀ ଦୀର୍ଘଦିନ ହେବ ବନ୍ଦ ପଡିଥିବାରୁ ହଜାର ହଜାର କର୍ମଚାରୀ ଜୀବିକା ହରାଇଛନ୍ତି । ଘଟଣା ଜାଣିବା ପରେ ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାର ବିଧାୟକ, ସାଂସଦ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି କମ୍ପାନୀ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମ୍ପାନୀ ଆର୍ଥିକ ବୋଝରେ ରହିଥିବାରୁ ଆବଶ୍ୟକ ପଡିଲେ ରାଜ୍ୟ ସରକାର ଋଣ ଦେବାର ବ୍ୟବସ୍ଥା କରିବେ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ବିର୍ଲା ଟାୟାର୍ସର ପ୍ରତିନିଧି, ଶ୍ରମ ଆୟୁକ୍ତ, ବାଲେଶ୍ବର ଜିଲ୍ଲା ପ୍ରଶାସନିକ ଅଧିକାରୀ, ବିଧାୟକ ଅନନ୍ତ ଦାସ, ସ୍ବରୂପ ଦାସ, ସୁଧାଂଶୁ ପରିଡା ଏବଂ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.