ETV Bharat / city

ଗାଢକଣ କେଭି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପିଇଟି ଶିକ୍ଷୟତ୍ରୀଙ୍କୁ ଗିରଫ ଦାବି - ପିଇଟି ଶିକ୍ଷୟତ୍ରୀଙ୍କୁ ଗିରଫ ଦାବି

ଗାଢକଣ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଅଭିଭାବକ ଓ ଶିକ୍ଷୟତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ କିଛି ଅଭିଭାବକ ସ୍କୁଲ ଫାଟକରେ ହୋହାଲ୍ଲା କରିଛନ୍ତି। ଏହା ସହ ମାନସିକ ଅତ୍ୟାଚାର ଅଭିଯୋଗ କରି ପିଇଟି ଶିକ୍ଷୟତ୍ରୀଙ୍କୁ ଗିରଫ କରିବାକୁ ଅଭିଭାବକ ଦାବି କରିଛନ୍ତି।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Dec 7, 2019, 3:38 PM IST

ଭୁବନେଶ୍ବର: ଗାଢକଣ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଅଭିଭାବକ ଓ ଶିକ୍ଷୟତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ କିଛି ଅଭିଭାବକ ସ୍କୁଲ ଫାଟକରେ ହୋହାଲ୍ଲା କରିଛନ୍ତି । ଏହା ସହ ମାନସିକ ଅତ୍ୟାଚାର ଅଭିଯୋଗ କରି ପିଇଟି ଶିକ୍ଷୟତ୍ରୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ମଞ୍ଚେଶ୍ବର ଥାନା ପୋଲିସ ସ୍କୁଲରେ ପହଞ୍ଚି ଅଭିଭାବକ ଓ ସ୍କୁଲ କର୍ମକର୍ତ୍ତାଙ୍କୁ ପଚରାଉଚରା କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମାନସିକ ଚାପରେ ଛାତ୍ର ଛାତ୍ରୀ ରହୁଥିବା ବେଳେ ସେହି ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଅଭିଭାବକଙ୍କ ଅଭିଯୋଗ। ଗତ ଦଶହରାରେ ସ୍କୁଲର ୮ଜଣ ଛାତ୍ରଛାତ୍ରୀ ବୁଲାବୁଲିକୁ ନେଇ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କର ଏପରି ଆଚରଣ ନେଇ କିଛି ତାଗିଦ କରିଥିଲେ ଶିକ୍ଷୟତ୍ରୀ। ହେଲେ ତାହା ତାଗିଦ ନୁହେଁ ବରଂ ସ୍କୁଲରେ ସଭିଙ୍କ ସାମ୍ନାରେ ବେଜିତ କଲାପରି କହିଥିବା ଅଭିଯୋଗ ଆଣିଥିଲେ ଅଭିଭାବକ। ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କେଭି ୩ ଛାତ୍ରୀଙ୍କ ଆତ୍ମହତ୍ଯା ଉଦ୍ଯମ,
ହରଡଘଣାରେ ଶିକ୍ଷୟତ୍ରୀ ଓ ଅଭିଭାବକBody:

ଗୋଟିଏପଟେ ଛାତ୍ରୀଙ୍କ ଆତ୍ମହତ୍ଯା ଉଦ୍ଯମ।ଅନ୍ଯପଟେ ଛାତ୍ରୀଙ୍କ ଆତ୍ମହତ୍ଯା ଉଦ୍ଯମକୁ ନେଇ ଶିକ୍ଷୟତ୍ରୀ ଓ ଅଭିଭାବକ ମୁହାଁମୁହିଁ।ଏମିତି ଘଟଣା ଦେଖିବାକୁ ମିଳିଛି ଗାଢକଣ କେନ୍ଦ୍ରିୟ ବିଦ୍ଯାଳୟ ୩ରେ।ଯାହାକୁ ନେଇ କିଛି ଅଭିଭାବକ ସ୍କୁଲ ଫାଟକରେ ହଲା ବୋଲ କରିଛନ୍ତି।ପିଇଟି ଶିକ୍ଷୟତ୍ରୀ ମାନସିକ ଅତ୍ଯାଚାର ଦେଉଥିବା ଅଭିଯୋଗ ନେଇ ଶିକ୍ଷୟତ୍ରୀଙ୍କ ଗିରଫ ଦାବି କରିଛନ୍ତି।ଅନ୍ଯପଟେ ସ୍କୁଲ କତୃପକ୍ଷ ଛାତ୍ର ଛାତ୍ରୀଙ୍କ ତାଗିଦ ଓ ସଂସ୍କାର ପାଇଁ ଏପରି କରିଥିବା କହିଛନ୍ତି ।ଯାହା ଘଟଣାକୁ ଏକ ଭିନ୍ନ ମୋଡ ଦେଇଛି।ତେବେ ପ୍ରଶ୍ନ ଉଠୁଛି କିଏ କହୁଛି ସତ ସ୍କୁଲ କତୃପକ୍ଷ ନା ଅଭିଭାବକ।ତେବେ ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଏନେଇ ମଂଚେଶ୍ବର ଥାନା ପୋଲିସ ସ୍କୁଲରେ ପହଂଚି ଅଭିଭାବକ ଓ ସ୍କୁଲ କର୍ମକର୍ତାଙ୍କୁ ପଚରାଉଚରା କରିଛି।ତେବେ ଦଶହରାରେ ସ୍କୁଲର ୮ଜଣ ଛାତ୍ରଛାତ୍ରୀ ବୁଲାବୁଲିକୁ ନେଇ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କର ଏପରି ଆଚରଣ ନେଇ କିଛି ତାଗିଦ କରିଥିଲେ ଶିକ୍ଷୟତ୍ରୀ କିନ୍ତୁ ତାହା ତାଗିତ ନୁହେଁ ବରଂ ସ୍କୁଲରେ ସଭିଙ୍କ ସାମ୍ନାରେ ବେଜିତ କଲାପରି କହିଥିବା ଅଭିଯୋଗ ଆଣିଥିଲେ ଅଭିଭାବକ ।ଯାହାକୁ ନେଇ ମାନସିକ ଚାପରେ ଛାତ୍ର ଛାତ୍ରୀ ରହୁଥିବା ଲଯବେଳେ ସେହି ଘଟଣାକୁ ନେଇ ଆତ୍ମହତ୍ଯା ଉଦ୍ଯମ କରିଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ତେବେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।ଛାତ୍ରୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି ।Conclusion:ବାଇଟ-
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.