ETV Bharat / city

କୁମ୍ଭାର ସଶକ୍ତିକରଣ କାର୍ଯ୍ୟକ୍ରମ, ୨୦ ପରିବାରକୁ ମିଳିଲା ବୈଦ୍ୟୁତିକ ଚକ

author img

By

Published : Apr 7, 2021, 8:02 PM IST

Updated : Apr 7, 2021, 10:46 PM IST

ପୁରୀ ଜିଲ୍ଲା ବାହାରଣା ପଞ୍ଚାୟତ ଜୋରକୂଳ ଗ୍ରାମରେ ଭାରତ ସରକାରଙ୍କ କୁମ୍ଭକାର ସଶକ୍ତିକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଗ୍ରାମର  ୨୦ କୁମ୍ଭାର ପରିବାରକୁ ବିଦ୍ୟୁତ ଚାଳିତ ଚକ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କୁମ୍ଭାର ସଶକ୍ତିକରଣ କାର୍ଯ୍ୟକ୍ରମ, ୨୦ ପରିବାରକୁ ମିଳିଲା ବୈଦ୍ୟୁତିକ ଚକ
କୁମ୍ଭାର ସଶକ୍ତିକରଣ କାର୍ଯ୍ୟକ୍ରମ, ୨୦ ପରିବାରକୁ ମିଳିଲା ବୈଦ୍ୟୁତିକ ଚକ

ଭୁବନେଶ୍ବର: ପୁରୀ ଜିଲ୍ଲା ବାହାରଣା ପଞ୍ଚାୟତ ଜୋରକୂଳ ଗ୍ରାମରେ ଭାରତ ସରକାରଙ୍କ କୁମ୍ଭକାର ସଶକ୍ତିକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଗ୍ରାମର ୨୦ କୁମ୍ଭାର ପରିବାରକୁ ପ୍ରଦାନ କରାଯାଇଛି ବିଦ୍ୟୁତ ଚାଳିତ ଚକ । ଖଦି ଓ ଗ୍ରାମଦ୍ୟୋଗର ଭୁବନେଶ୍ୱର ସହାୟକ ଏଥିରେ ଯୋଗ ଦେଇଥିଲେ । ଦେଶର କୋଣ ଅନୁକୋଣରେ ଥିବା କୁମ୍ଭକାରଙ୍କୁ ଆତ୍ମନିର୍ଭର କରିବା ପାଇଁ ଖଦି ଓ ଗ୍ରାମ୍ୟ ଶିଳ୍ପ ଆୟୋଗର 'କୁମ୍ଭାର ସଶକ୍ତିକରଣ କାର୍ଯ୍ୟକ୍ରମ' ଏକ ସଫଳ ପଦକ୍ଷେପ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ବିକାଶ ସାଧନ ।

କୁମ୍ଭାର ସଶକ୍ତିକରଣ କାର୍ଯ୍ୟକ୍ରମ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ଗୁଜୁରାଟ, ତାମିଲନାଡୁ, ଓଡିଶା, ତେଲେଙ୍ଗାନା ଏବଂ ବିହାର ଆଦି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ଜରିଆରେ କୁମ୍ଭାରମାନଙ୍କୁ ଆଧୁନିକ ଯନ୍ତ୍ରପାତି ଏବଂ ତାଲିମ ଯୋଗାଇ ସେମାନଙ୍କ କୌଳିକ ବୃତ୍ତିକୁ ପୁନର୍ଜୀବିତ କରିବାକୁ ପ୍ରୟାସ କରାଯାଉଛି । ବୈଦ୍ୟୁତିକ ଚକ ଭଳି ଅତ୍ୟାଧୁନିକ ଓ ବୈଷୟିକ କୁମ୍ଭକାର ଯନ୍ତ୍ରପାତି ପ୍ରଦାନ କରାଯାଉଛି । ଏହାବ୍ୟତୀତ କେଭିଆଇସି ପ୍ରଦର୍ଶନ ଜରିଆରେ ସେମାନଙ୍କୁ ସୁଲଭ ବଜାର ମଧ୍ୟ ଯୋଗାଇ ଦିଆଯାଉଛି ।

ରାଜ୍ୟରେ ମାଟି କପ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାର କୁମ୍ଭାର ସଶକ୍ତିକରଣ ଯୋଜନା ଅଧୀନରେ ସେମାନଙ୍କୁ ବୈଦ୍ୟୁତିକ ଚକ ଯୋଗାଉଛନ୍ତି । ଯାହାଦ୍ବାରା କୁମ୍ଭାରମାନେ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ମାଟି କପ୍ ସହ ଅନ୍ୟାନ୍ୟ ମାଟି ନିର୍ମିତ ପାତ୍ର ଉତ୍ପାଦନ କରିପାରିବେ । ଏହାସହ ପୂର୍ବରୁ ବହୁ ସମୟ ଧରି କାର୍ଯ୍ୟ କରୁଥିବା ଯୋଗୁଁ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ସୁଧାର ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 7, 2021, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.