ETV Bharat / city

Kotia Dispute; ଜାନୁୟାରୀରେ ହେବ ପରବର୍ତ୍ତୀ ଶୁଣାଣି, ଆନ୍ଧ୍ର ଆବେଦନ ଖାରଜ କଲେ SC - Kotia issue hearing in supreme court

ଜାନୁୟାରୀରେ ହେବ କୋଟିଆ ମାମଲାର ପରବର୍ତ୍ତୀ ଶୁଣାଣୀ । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Kotia issue in Supreme court
Kotia issue in Supreme court; ଜାନୁୟାରୀରେ ହେବ କୋଟିଆ ଶୁଣାଣି
author img

By

Published : Nov 26, 2021, 6:54 PM IST

ନୂଆଦିଲ୍ଲୀ: ଜାନୁୟାରୀରେ ହେବ କୋଟିଆ ଶୁଣାଣି । ଆସନ୍ତା ଜାନୁୟାରୀରେ ହେବ କୋଟିଆ ମାମଲାର ପରବର୍ତ୍ତୀ ଶୁଣାଣି । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲା (Kotia Row ) ନେଇ କୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଜାନୁଯାରୀରେ କରାଯିବ । ଓଡିଶା ଓ ଅନ୍ଧ୍ରପ୍ରଦେଶ କୋଟିଆ ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଛନ୍ତି । ଦୀର୍ଘ ଦିନର କୋଟିଆ ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ଜାରୀ ରହିଛି । ଆନ୍ଧ୍ର ପ୍ରଶାସନ କୋଟିଆ ପଞ୍ଚାୟତରେ ଅବାଧ ପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଛି । ନିକଟରେ କୋଟିଆ ପଞ୍ଚାୟତରେ ୩ ଟି ଗ୍ରାମକୁ ନିଜ ରାଜ୍ୟର ପଞ୍ଚାୟତ ନିର୍ବାଚନ କରିଛି।

ଆଜି ସୁପ୍ରିମକୋର୍ଟରେ ଆନ୍ଧ୍ର ନିବେଦନ କରିଥିଲା କି, ଓଡିଶା ପକ୍ଷରୁ ବିଦାଦ ନେଇ ଆନ୍ଧ୍ର ବିରୋଧରେ ଦାଏର ହୋଇଥିବା ଅଦାଲତ ଅବମାନନା (Contempt Petition) ମାମଲାକୁ ହଟାଇବାକୁ । ହେଲେ ସୁପ୍ରିମକୋର୍ଟ ଏହି ଆଦେଦନକୁ ପ୍ରତ୍ୟାଖାନ କରିଛନ୍ତି (Kotia Row SC Denies Andhras Plea For Quashing Contempt Petition) । ଆପୋଷ ବୁଝାମଣାରେ ବିବାଦର ଅନ୍ତ ନଘଟିଲେ ସର୍ବୋଚ୍ଚ କୋର୍ଟ ଏହା ଉପରେ ଶୁଣାଣି କରିବେ ବୋଲି କହିଛନ୍ତି ।

ସୂଚନାଥାଉକି ପୂର୍ବରୁ କୋଟିଆ ସୀମା ବିବାଦକୁ ରାଜନୈତିକ ସ୍ତରରେ ସମାଧାନ କରିବା ପାଇଁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୯ ତାରିଖ ଦିନ ସାକ୍ଷାତ କରିଥିଲେ । ଉଭୟ ରାଜ୍ୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.