ଭୁବନେଶ୍ବର: କୋଣାର୍କ ମେରାଇନ୍ ବିଚରେ ପ୍ରଥମଥର ପାଇଁ ଆୟୋଜିତ ହେବ ହ୍ବାଇଟ ସ୍ୟାଣ୍ଡ ବିଚ ଫେଷ୍ଟିଭାଲ । ଗୁଜୁରାଟ୍ କଚ୍ଛ ଫେଷ୍ଟିଭାଲ୍ ଢାଞ୍ଚାରେ ଏହି ମହୋତ୍ସବର ଆୟୋଜନ କରାଯିବ । ଡିସେମ୍ବର ୧୪ରୁ ଜାନୁଆରୀ ୧୪, ମାସେ ଧରି ଚାଲିବ ଏହି ଫେଷ୍ଟିଭାଲ । ଏହାସହ ବେଳାଭୂମୀରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଟେଣ୍ଟ ଗେଷ୍ଟ ହାଉସର ସୁବିଧା ଯୋଗାଇ ଦିଆଯିବ ।
ଏହି ମହୋତ୍ସାବରେ ଖାଦ୍ୟ, ପାନୀୟ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଏଠାରେ ରହିବା ଲାଗି ପୂର୍ବରୁ ଅନଲାଇନ ବୁକିଂ କରିବାକୁ ପଡିବ । ଏହାସହ ପ୍ରତି ପର୍ଯ୍ୟଟକ ସର୍ବାଧିକ ୪ ଦିନ ପର୍ଯ୍ୟନ୍ତ ବୁକ କରି ରହିପାରିବେ । ଦେଶର ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନେଇ ହେବ ଏକ ଟୁରିଜିମ୍ କନକ୍ଲେଭ୍ ।
ସେହିପରି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ଉତ୍ସବର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବା ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରାଯିବ । ଫେଷ୍ଟିଭାଲ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ଲୋକସେବା ଭବନରେ ବସିଥିବା ବୈଠକରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ମିଶ୍ର, ଉନ୍ନୟନ କମିଶନ ସୁରେଶ ମହାପାତ୍ର, ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ