ETV Bharat / city

‘ଏକାମ୍ର କ୍ଷେତ୍ର ଯୋଜନା’ କମିଟିର ଅଧ୍ୟକ୍ଷ ହେଲେ ସଂତୃପ୍ତ ମିଶ୍ର , ଜାଣନ୍ତୁ ସେ କିଏ... - ‘ଏକାମ୍ର କ୍ଷେତ୍ର ଯୋଜନା’ ଉପଦେଷ୍ଟା କମିଟି

ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ‘ଏକାମ୍ର କ୍ଷେତ୍ର ଯୋଜନା’ ଲାଗି ଆଜି (ସୋମବାର) ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ତେବେ ଜାଣନ୍ତୁ କିଏ ଏହି ସଂତୃପ୍ତ ମିଶ୍ର । ଅଧିକ ପଢନ୍ତୁ...

ଡକ୍ଟର ସନ୍ତୃପ୍ତ ମିଶ୍ର କିଏ ? କାହିଁକି ତାଙ୍କୁ କମିଟିର ଅଧ୍ୟକ୍ଷ କଲେ ସରକାର ?

author img

By

Published : Jun 7, 2021, 10:48 PM IST

ଭୁବନେଶ୍ବର : ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ‘ଏକାମ୍ର କ୍ଷେତ୍ର ଯୋଜନା’ ଲାଗି ଆଜି (ସୋମବାର) ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ଏହି କମିଟିରେ 19 ଜଣ ସଦସ୍ୟ ରହିଛନ୍ତି । ବିର୍ଲା ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂତୃପ୍ତ ମିଶ୍ରଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏକାର୍ମ କ୍ଷେତ୍ର ଯୋଜନାର ପରାମର୍ଶ ଦାତା କମିଟର ଅଧକ୍ଷ ଭାବେ କାର୍ଯ୍ୟ କରିବେ ସଂତୃପ୍ତ ମିଶ୍ର । ତେବେ କିଏ ଏହି ସନ୍ତୃପ୍ତ ମିଶ୍ର । କାହିଁକି ସରକାର ତାଙ୍କୁ ଏକ ବଡ ପ୍ରକଳ୍ପର ଦାୟିତ୍ବ ନ୍ୟସ୍ତ କଲେ ଆସନ୍ତୁ ଜାଣିବା...

ଡକ୍ଟର ସନ୍ତୃପ୍ତ ମିଶ୍ର କିଏ ? କାହିଁକି ତାଙ୍କୁ କମିଟିର ଅଧ୍ୟକ୍ଷ କଲେ ସରକାର ?
ଡକ୍ଟର ସନ୍ତୃପ୍ତ ମିଶ୍ର କିଏ ? କାହିଁକି ତାଙ୍କୁ କମିଟିର ଅଧ୍ୟକ୍ଷ କଲେ ସରକାର ?

ଡକ୍ଚର ସନ୍ତୃପ୍ତ ମିଶ୍ର ହେଉଛନ୍ତି ଜଣେ ଓଡ଼ିଆ । ସେ ବର୍ତ୍ତମାନ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏହା ସହ ସେ କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି । ସେହିପରି କର୍ପୋରେଟ ହାଉସ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଉଦାରୀକରଣ ଅର୍ଥନୀତି ଓ ଉଦ୍ୟୋଗ ଜଗତର ଏହି ସୁଦକ୍ଷ ବିଜିନେସ୍ ଲିଡର ଭାବେ ପରିଚିତ ନାଁ ସଂତୃପ୍ତ ମିଶ୍ର ।

ପୂର୍ବରୁ ଟାଟା ଗ୍ରୁପ, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି ସନ୍ତୃପ୍ତ । ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ଟ୍ରେନର ଓ ପରାମର୍ଶଦାତା ରହିଆସିଛନ୍ତି ସନ୍ତୃପ୍ତ । ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି ।ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି ମଧ୍ୟ ସେ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରରୁ ଶିକ୍ଷା ସମ୍ପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ ସଂତୃପ୍ତଙ୍କୁ ମିଳିଛି ବହୁ ଜାତୀୟ ଓ ଅନ୍ତର୍ଜୀତାୟ ସ୍ତରରେ ସମ୍ମାନ ।୨୦୦୦ରେ ନ୍ୟାସନାଲ ଏଚଆରଡି ନେଟୱର୍କ ପକ୍ଷରୁ ଚିଫ୍ ଏଚଆର ଆୱର୍ଡ, ୨୦୦୨ରେ ଏଚଆରଡି କଂଗ୍ରେସ ଆୱର୍ଡ, ୨୦୦୪ରେ ଏଚଆର ପ୍ରଫେସନାଲ ଅଫ୍ ଦ ଇଅର ଆୱାର୍ଡ, ବିଜିନେସ୍ ଟୁ ଡେ ପକ୍ଷରୁ ୨୦୦୨ରେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ଆୱାର୍ଡ ଆଦି ବଡ଼ ସମ୍ମାନ ସହିତ ଅନ୍ୟ ପ୍ରତିଷ୍ଠାନ ଓ ବିଜିନେସ୍ ମାଗଜିନ୍ ପକ୍ଷରୁ ବହୁ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏ ଗୁରୁ ଦାୟିତ୍ବ ନ୍ୟସ୍ତ ପରେ କିପରି ସେ ଏହାକୁ ତୁଲାଉଛନ୍ତି ତାହା ଦେଖିବା ବାକି ରହିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.