ETV Bharat / city

ଘର ଅଗଣାରୁ ବିଶାଳ ଆହିରାଜ ଉଦ୍ଧାର - କଟକ ବଡ଼ମ୍ବା ଅଞ୍ଚଳରେ 14 ଫୁଟ ଅହିରାଜ ସାପ

କଟକ ବଡ଼ମ୍ବା ଅଞ୍ଚଳରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର । 14 ଫୁଟ ଅହିରାଜ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଉଦ୍ଧାର ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ସାପକୁ ଛାଡି ଦିଆଯାଇଛି । ଅଧିକ ପଢନ୍ତୁ...

ଘର ଅଗଣାରୁ ବିଶାଳ ଆହିରାଜ ଉଦ୍ଧାର
ଘର ଅଗଣାରୁ ବିଶାଳ ଆହିରାଜ ଉଦ୍ଧାର
author img

By

Published : Apr 13, 2021, 8:29 PM IST

ଭୁବନେଶ୍ବର: କଟକ ବଡ଼ମ୍ବା ଅଞ୍ଚଳରୁ ବିରାଟକାୟ ଅହିରାଜ ସାପ ଉଦ୍ଧାର । 14 ଫୁଟ ଅହିରାଜ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଉଦ୍ଧାର ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ସାପକୁ ଛାଡି ଦିଆଯାଇଛି । ଆଜି (ମଙ୍ଗଳବାର) ସକାଳ ପ୍ରାୟ 5 ଟା ବେଳେ ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରେ ଏକ ବିଶାଳ ଅହିରାଜ ସାପ ବୁଲୁଥିଲା । ପରିବାରର ଲୋକଙ୍କୁ ଦେଖି ସାପଟି ଅଗଣାରେ ପଡିଥିବା କିଛି ପଥରଗଦାରେ ପଶି ଯାଇଥିଲା ।

ଘର ଅଗଣାରୁ ବିଶାଳ ଆହିରାଜ ଉଦ୍ଧାର

ସନ୍ଦେହରେ ପରିବାର ଲୋକ ଖୋଜା ଖୋଜି କରିଥିଲେ ବି ସାପକୁ ପାଇନଥିଲେ । ମୁହଁ ଅନ୍ଧାର ଥିବାରୁ କାଠଗଣ୍ଡି ବୋଲି ଲୋକେ ଭାବିଥିଲେ । ପରବର୍ତ୍ତୀ ସମୟରେ ସାପଟି ହଲଚଲ ହେବା ସହ ଶବ୍ଦ କରିବାରୁ ଏହା କାଠ ନୁହେଁ ସାପ ବୋଲି ଜଣାପଡିଥିଲା । କିନ୍ତୁ ଏତେ ବଡ଼ ସାପକୁ ଅଜଗର ବୋଲି ଭାବି ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ଘଟଣାସ୍ଥଳରେ ପହଁଚିଲେ ସତ, ହେଲେ ଏହା ବିଷଧର ଅହିରାଜ ସାପ ବୋଲି ଚିହ୍ନି ପାରି ଉଦ୍ଧାର କରିବା ପାଇଁ ସାହସ ଜୁଟାଇ ପାରିନଥିଲେ ।

ଏନେଇ ବନ ବିଭାଗ ପକ୍ଷରୁ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରାଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ 4 ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । 14 ଫୁଟ ଲମ୍ବର ବିରାଟ ଅହିରାଜ ସାପକୁ ଉଦ୍ଧାର କରିଥିଲେ । ତେବେ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡିଥିଲା ।

ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସାପଟି ସୁସ୍ଥ ଥିବାର ପ୍ରମାଣ ମିଳିଥିଲା । ବଡ଼ମ୍ବା ରେଞ୍ଜର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ସାପକୁ ଛାଡି ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.