ETV Bharat / city

ତିନି ଦିନର ବଦଲା ତିନି ମିନିଟରେ, ପଥରରେ ଛେଚି ସହଯୋଗୀକୁ ନିର୍ମମ ହତ୍ୟା

author img

By

Published : Jun 6, 2021, 12:26 PM IST

Updated : Jun 6, 2021, 3:44 PM IST

ସାମାନ୍ୟ ବଚସାକୁ ନେଇ 2 ସହଯୋଗୀଙ୍କ ମଧ୍ୟରେ ରକ୍ତପାତ । ପଥରରେ ଛେଚି ଅନ୍ୟଜଣେ ସହଯୋଗୀକୁ ହତ୍ୟା । ଅଧିକ ପଢନ୍ତୁ...

ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା
ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା

ଭୁବନେଶ୍ବର: ସହଯୋଗୀକୁ ପଥରରେ ଛେଚି ହତ୍ୟାକଲା ଅନ୍ୟଜଣେ ସହଯୋଗୀ । ଏପରି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଖାରବେଳନଗର ଥାନା ଅନ୍ତର୍ଗତ ସ୍ବସ୍ତି ପ୍ଲାଜା ସାମ୍ନାରେ । ତିନିଦିନ ତଳେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସାମାନ୍ୟ ବଚସା ଆଜି ରକ୍ତପାତର ରୂପ ନେଇଛି ।

ତିନି ଦିନର ବଦଲା ତିନି ମିନିଟରେ, ପଥରରେ ଛେଚିଛେଚି ସହଯୋଗୀକୁ ନିର୍ମମ ହତ୍ୟା

ସୂଚନା ଅନୁଯାୟୀ ଭୁବନେଶ୍ବରରେ ହେଲ୍ପର ଭାବେ କାମ କରୁଥିଲେ ଭଦ୍ରକ ପୁରୁଣାବଜାରର ଶେଖ ଅବଦୁଲ । 3 ଦିନ ତଳେ ଶେଖ୍ ଅବଦୁଲର ତାଙ୍କ ସହଯୋଗୀ ଯାଜପୁର ଧର୍ମଶାଳାର ସୁମୁ ସିଂ ସହ ପାଟିତୁଣ୍ଡ ହୋଇଥିଲା । ଏପରିକି ଶେଖ୍ ସୁମୁଙ୍କୁ ମଧ୍ୟ ମାଡ ମାରିଥିଲା । ପୁଣି ଗତକାଲି(ଶନିବାର) ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ହଠାତ୍ ସୁମୁ ରାଗିଯାଇ ପାଖରେ ପଡିଥିବା ପଥରରେ ଛେଚି ଶେଖକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଖବର ପାଇ ପୋଲିସ ମୃତଦେହ ଜବତ କରି ଆଜି(ରବିବାର) ବ୍ୟବଚ୍ଛେଦ କରିଛି । ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଚଳାଇ ଥିବାବେଳେ ଅଭିଯୁକ୍ତ ସୁମୁକୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 6, 2021, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.