ETV Bharat / city

ଇନଷ୍ଟାଣ୍ଟ ଲୋନ ନାଁରେ ଜୀବନ ନେଉଛି କିଲର ଆପ, ସତର୍କ ରୁହନ୍ତୁ... - loan apply in online

ଇନଷ୍ଟାଣ୍ଟ ଲୋନ ନାଁରେ ଜୀବନ ନେଉଛି କିଲର ଆପ । ଅନେକ ସମୟରେ ବହୁତ ଲୋଭନୀୟ ଓ କମ ସମୟରେ ଲୋନ ଦେବାକୁ କହି ଏହି ଆପ ସବୁ ଲୋକଙ୍କୁ ନିଜ ମାୟା ଜାଲରେ ଫସାଉଛନ୍ତି । ଆଉ ଠିକ ସମୟରେ ଲୋନ ପରିଶୋଧ କରି ନପାରିଲେ । ଲୋନ ନେଇଥିବା ବ୍ୟକ୍ତି କିଭଳି ସବୁ ସମସ୍ୟାରେ ପଡୁଛନ୍ତି । ସେନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ...

ଇଷ୍ଟାଣ୍ଟ ଲୋନ ନାଁରେ ଜୀବନ ନେଉଛି କିଲର ଆପ
ଇଷ୍ଟାଣ୍ଟ ଲୋନ ନାଁରେ ଜୀବନ ନେଉଛି କିଲର ଆପ
author img

By

Published : Jan 8, 2021, 8:25 PM IST

ଭୁବନେଶ୍ବର: ଅନଲାଇନ ଆପ ଜରିଆରେ ଋଣ ଆବେଦନ କରିଛନ୍ତି କି ? ମୋବାଇଲରେ ସେଭଳି ଆପ୍‌ ଡାଉନଲୋଡ୍‌ କରି ଋଣ ବାବାଦରେ ଚିନ୍ତା କରୁଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ତେଲେଙ୍ଗାନା, ହାଇଦ୍ରାବାଦ, ଇନ୍ଦୋର ସମେତ ଅନେକ ପ୍ରମୁଖ ସହରରେ ଏଭଳି ଆପର ପ୍ରଭାବ ଦେଖିବାକୁ ମିଳୁଛି ।

ଇନଷ୍ଟାଣ୍ଟ ଲୋନ ନାଁରେ ଜୀବନ ନେଉଛି କିଲର ଆପ, ସତର୍କ ରୁହନ୍ତୁ...

ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଋଣ ଦେଉଛନ୍ତି । ଆଉ ପରବର୍ତ୍ତୀ ସମୟରେ ମୋଟା ଅଙ୍କର ସୁଧ ଅସୁଲ କରୁଛନ୍ତି । ଯାହାକି ପରିଶୋଧ କରିବା କଷ୍ଟକର ବ୍ୟାପାର ହୋଇପଡୁଛି । ବଡ଼ କଥା ହେଉଛି, ଏହି ଆପ ମାଧ୍ୟମରେ ସମ୍ପୃକ୍ତ ସଂସ୍ଥା ବ୍ୟକ୍ତିଙ୍କ ମୋବାଇଲରୁ କଣ୍ଟାକ୍ଟ ନମ୍ବର, ଫଟୋ ସମେତ ଅନ୍ୟ ତଥ୍ୟ ହାସଲ କରି ନେଉଛନ୍ତି ।

ଯେତେବେଳେ ଋଣ ପରିଶୋଧ କରିପାରୁ ନାହାଁନ୍ତି, ସେମାନେ ବ୍ଲାକମେଲ କରୁଛନ୍ତି। ଫଳର ନିରାଶ ହୋଇ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛି । ଏହି ଲୋନ କାରବାର ପଛରେ ବଡ଼ ରାକେଟ କାମ କରୁଛି । ରାକେଟର ୧୯ ଜଣଙ୍କୁ ହାଇଦ୍ରାବାଦ ପୋଲିସ ଗୁରଗାଓଁ ଏବଂ ହାଇଦ୍ରାବାଦରୁ ଗିରଫ କରିଛି ।

ଲୋନ ଆପରୁ ଋଣ ନେଇଥିବା ୩ ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିସାରିଥିବା ପୋଲିସ କହିଛି । ଲୋନ୍‌ ଆପ ଗୁଡ଼ିକ ପ୍ରଥମେ ଲୋନ୍‌ ଦେଉଛନ୍ତି, ପରେ ଠିକ୍‌ ସମୟରେ ଋଣ ଶୁଝି ନପାରିଲେ, ସେହି ସଂସ୍ଥାଗୁଡ଼ିକ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ଋଣ ନେଇଥିବା ବ୍ୟକ୍ତିଙ୍କର ଏପରି ଚରିତ୍ର ସଂହାର କରୁଛନ୍ତି ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।

ଗତ ସପ୍ତାହରେ ତେଲେଙ୍ଗାନାର ଜଣେ ୨୮ ବର୍ଷୀୟ ଯୁବକ ଏହି ଲୋନ୍‌ ଆପ୍‌ରୁ ଋଣ ନେଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ଲକଡାଉନ ଯୋଗୁଁ ଚାକିରୀ ହରାଇବା ପରେ ଯେତେବେଳେ ସେ ଋଣ ଶୁଝି ନପାରିଲେ ତାଙ୍କୁ ବାରମ୍ବାର ମେସେଜ କରାଗଲା। କେବଳ ଏତିକି ନୁହେଁ, ତାଙ୍କ ମୋବାଇଲ୍‌ର କଣ୍ଟାକ୍ଟ ଲିଷ୍ଟରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ବି ଫୋନ କରି ଲୋନ ସମ୍ପର୍କରେ ଅବଗତ କଲେ।

ଏଥିରେ ଅପମାନିତ ବୋଧ କରି ସୁନୀଲ ଗତ କିଛି ଦିନ ଆତ୍ମହତ୍ୟା କରିଛନ୍ତି । କୋଟିକୋଟି ଟଙ୍କାର ଏହି ସ୍କାମର ତଦନ୍ତ ପାଇଁ ଇଡି ଏବଂ ଆୟକର ବିଭାଗକୁ କୁହାଯିବ । ବର୍ତ୍ତମାନ ସୁଦ୍ଧା ୧୮ଟି ଆକାଉଣ୍ଟକୁ ଫ୍ରିଜ୍‌ କରିବା ଲାଗି ବ୍ୟାଙ୍କ ଗୁଡ଼ିକୁ ଚିଠି କରାଯାଇଛି। ସେସବୁ ଆକାଉଣ୍ଟରେ ପ୍ରାୟ ଦେଢ଼ କୋଟି ଟଙ୍କା ଜମା ରହିଛି। ଦିନକୁ 0.1% ସୁଧରେ ଋଣ ଦିଆଯାଉଥିବା କୁହାଯାଉଛି, ଯାହା ଅତ୍ୟନ୍ତ କମ ବୋଲି ମନେ ହେଉଛି ।

କିନ୍ତୁ ବାସ୍ତବରେ ଏହି ସୁଧହାର ବାର୍ଷିକ ୩୬% ହେଉଛି । ବହୁ ବ୍ୟକ୍ତି ଏହା ଜାଣି ନପାରି ଲୋନ୍‌ ନେଇ ହଇରାଣ ହେଉଛନ୍ତି । ପ୍ରାୟ ୩୦ଟି ଆପ୍‌ ଏହି ସ୍କାମ୍‌ରେ ସାମିଲ ଅଛନ୍ତି । ଏନେଇ ନିକଟରେ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି । ଏହି ମାଧ୍ୟମ ନ ଆପଣାଇବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.